କଟକ ୧୨।୦୯ : ରାଜ୍ୟରେ ନକଲି ମେଡିସିନ୍ କାରବାର ମାମଲା । ଗିରଫ ହେଲେ କଟକର ଦୁଇ ମେଡିସିନ୍ ହୋଲସେଲର । ଦୁଇ ଅଭିଯୁକ୍ତଙ୍କୁ ଡ୍ରଗ୍ସ ଗୋଦାମକୁ ଆଣି ତଦନ୍ତ କରୁଛି ପୁରୀ ଘାଟ ଥାନା ପୋଲିସ । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେଦିଗ ନେଇ ଚାଲିଛି ଖୋଲତାଡ଼ ।
ଖବର ଅନୁଯାୟୀ, କିଛି ଦିନ ତଳେ କଟକର ବିଭିନ୍ନ ସ୍ଥାନରେ ନକଲି ମେଡିସିନ୍ କାରବାର ନେଇ ସୂଚନା ପାଇଥିଲା ଡ୍ରଗ କଂଟ୍ରୋଲର ଟିମ । ଏହାପରେ ଉକ୍ତ ସ୍ଥାନମାନଙ୍କରେ ଚଢାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ନକଲି ମେଡିସିନ ଜବତ ହୋଇଥିଲା । ଏକ ନାମୀ କମ୍ପାନୀର ଔଷଧକୁ ନକଲି କରି ବିକ୍ରି କରୁଥିଲେ । ଘଟଣା ଜଣାପଡିବା ପରେ ଦୁଇ ହୋଲସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଂଘ । ଉଭୟ ବ୍ୟବସାୟୀଙ୍କର ସଦସ୍ୟତା ରଦ୍ଧ କରିଛି ସଂଘ । ଆଉ ଏବେ ସେହି ଦୁଇ ହୋଲସେଲର ଗିରଫ ହୋଇଛନ୍ତି ।