କଳା ଓ ସଂସ୍କୃତି ରାଜ୍ୟ

କଟକଣା ପାଇଁ ବଦଳିଗଲା ବଡ଼ଦିନ ପାଳନ ଧାରା: ସଂଧ୍ୟାରୁ ସବୁ ସାରିଦେଲେ

ଭୁବ‌ନେଶ୍ବର : ବିଏମ୍‌ସିର କଟକଣା ପାଇଁ ବଦଳିଗଲା ବଡ଼ଦିନ ପାଳନର ଧାରା। ମଧ୍ୟରାତ୍ରି ପରିବର୍ତ୍ତେ ସଂଧ୍ୟାରୁ ସଂଧ୍ୟାରୁ ସରିଗଲା ସବୁ କାର୍ଯ୍ୟକ୍ରମ। ସଂଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ସହରର ବିଭିନ୍ନ ଚର୍ଚ୍ଚ ନିକଟରେ ଏକତ୍ରିତ ହୋଇ ସମୂହ ପ୍ରାର୍ଥନା କରିବା ସହ ଯୀଶୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଥିଲା ଚର୍ଚ୍ଚ। ଖ୍ରୀଷ୍ଟମାସ ଲ୍ୟାମ୍ପ, ଜିଙ୍ଗଲ ବେଲ୍‌, ଖ୍ରୀଷ୍ଟମାସ୍‌ ଟ୍ରି ଚର୍ଚ୍ଚର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା। ଭକ୍ତଙ୍କ ଗହଣରେ ଫାଦର୍‌ ପ୍ରଭୁ ଯୀଶୁଙ୍କ ଜନ୍ମବୃତ୍ତାନ୍ତ ବ୍ୟାଖ୍ୟା କରୁଥିଲେ। କେବଳ ଖ୍ରୀଷ୍ଟ ର୍ଧମାବଲମ୍ବୀ ନୁହେଁ, ଅନ୍ୟ ଧର୍ମର ଲୋକେ ଏହି ପବିତ୍ର ମୁହୂର୍ତ୍ତକୁ ମଧ୍ୟ ଉପଭୋଗ କରିଥିଲେ। ତେବେ ବିଧିରକ୍ଷା ପାଇଁ ଚର୍ଚ୍ଚଗୁଡ଼ିକ ପକ୍ଷରୁ ମଧ୍ୟରାତ୍ରିରେ ଅନ୍‌ଲାଇନ୍‌ରେ ଯୀଶୁଙ୍କ ଧରାବତରଣ ଉତ୍ସବ ପାଳନ କରାଯାଇଛି।

ଏ ସଂପର୍କରେ ସତ୍ୟନଗର କ୍ୟାଥଲିକ୍‌ ଚର୍ଚ୍ଚର ଫାଦର୍‌ ଅଜୟ କୁମାର ସଭାସୁନ୍ଦର କହିଛନ୍ତି, ଏବେ ବି ବିଶ୍ବରେ କରୋନାର ପ୍ରକୋପ ରହିଥିବାରୁ ଚଳିତବର୍ଷ ବାହ୍ୟ ସାଜସଜାକୁ ଏତେଟା ଗୁରୁତ୍ବ ଦିଆଯାଇନାହିଁ। ଭକ୍ତଙ୍କ ମନରେ ଦିବ୍ୟ ଚେତନା ଜାଗ୍ରତ ପାଇଁ ଚର୍ଚ୍ଚ ପରିସରରେ ମେଷଶାଳା, କିଛି ପ୍ରତୀକାତ୍ମକ ପ୍ରତିକୃତିକୁ ସ୍ଥାନ ଦେଇଛୁ। ଆସନ୍ତାକାଲି ମଧ୍ୟ ସଂଧ୍ୟାରେ ଚର୍ଚ୍ଚରେ ବିଶେଷ କିଛି କାର୍ଯ୍ୟକ୍ରମର ବ୍ୟବସ୍ଥା ନାହିଁ। ସକାଳ ସାଢ଼େ ୬ଟାରେ ଦିବ୍ୟଯଜ୍ଞ, ସାଢ଼େ ୭ଟାରେ ହିନ୍ଦୀ ପ୍ରାର୍ଥନା ଓ ସାଢ଼େ ୮ଟାରେ ଓଡ଼ିଆରେ ପ୍ରାର୍ଥନା ଅନୁଷ୍ଠିତ ହେବ। ଏଥିସହ ଅନ୍‌ଲାଇନ୍‌ରେ ବିଭିନ୍ନ ଭାଷାରେ ପ୍ରାର୍ଥନା ଓ ବାଇବେଲ୍‌ ପାଠ ହେବ ବୋଲି ସେ କହିଛନ୍ତି।

ୟୁନିଟ୍‌-୪ସ୍ଥିତ ଖ୍ରୀଷ୍ଟ ଚର୍ଚ୍ଚ ତଥା ୟୁନିୟନ୍‌ ଚର୍ଚ୍ଚର ପାଳକ ରେଭ୍‌ ଆୟୁବ ଛିଞ୍ଚାଣି କହିଛନ୍ତି, ଭକ୍ତଙ୍କ ସମାଗମ ନଥିବାରୁ ଚର୍ଚ୍ଚ ପରିସରକୁ ବି‌ଶେଷ ସଜା ଯାଇନାହିଁ। ଏଥିସହ ଭକ୍ତମାନଙ୍କ ପାଇଁ ଗତ ୧୯ ତାରିଖରୁ ଅନ୍‌ଲାଇନ୍‌ ଜୁମ୍‌ ଓ ୟୁ-ଟ୍ୟୁବ୍‌ରେ ସମବେତ କାରେଲ ସଙ୍ଗୀତ, ପ୍ରାର୍ଥନା ଓ ରାତି ସାଢ଼େ ୧୦ଟାରୁ ମଧ୍ୟରାତ୍ରି ପ୍ରାର୍ଥନା ହୋଇଥିଲା। ଓଡ଼ିଆ ଓ ଇଂରାଜୀରେ ସଂଗୀତ ଦଳ ପ୍ରାର୍ଥନା ପରିବଷେଣ କରିଥିଲେ। ପରେ ବାଇବେଲ୍‌ ପାଠ ଓ ପ୍ରାର୍ଥନା କରାଯାଇଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବଡ଼ଦିନରେ ଚର୍ଚ୍ଚରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଏଥର ବିଏମ୍‌ସି କଟକଣା ଜାରି କରିଛି। ଚର୍ଚ୍ଚ ପରିସରରେ ଯେପରି ଅଧିକ ଭକ୍ତଙ୍କ ସମାଗମ ନହୁଏ, ସେଥିପାଇଁ ୨୫ ତାରିଖ ରାତି ୧୨ଟାରୁ ୨୬ ତାରିଖ ପର୍ଯ୍ୟନ୍ତ କଟକଣା ଲଗା ଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,