ଦେଶ ବିଦେଶ ମନୋରଞ୍ଜନ

କଙ୍ଗନାଙ୍କ ସହ ଯୁକ୍ତି କରିବା ସାଇଶାଙ୍କୁ ପଡିଲା ମହଙ୍ଗା, ଶୋ’ ଲକ୍‌ଅପ୍‌ରୁ ହେଲେ ଆଉଟ୍‌

ନୂଆଦିଲ୍ଳୀ ୨୮।୦୩ : ଡିଜାଇନର୍ ତଥା ଟ୍ରାନ୍ସୱିମ୍ୟାନ୍ ସାଇଶା ସିନ୍ଦେଙ୍କୁ କଙ୍ଗନାଙ୍କ ସୋ ‘ଲକ୍ ଅପ୍’ରୁ ବାହାର କରାଯାଇଛି। ଶୋ’ରୁ ବାହାରିବା ପୂର୍ବରୁ ସାଇଶା ଏବଂ କଙ୍ଗନାଙ୍କ ମଧ୍ୟରେ ତୀବ୍ର ଯୁକ୍ତି ତର୍କ ହୋଇଥିଲା । ଶୋ’ରେ ରହିବା ସମୟରେ ସାଇଶା ଏପରି କିଛି କରିଥିଲେ ଯାହାକୁ କଙ୍ଗନା ପସନ୍ଦ କରି ପାରିନଥିଲେ। ଯେତେବେଳେ କଙ୍ଗନା ସାଇଶାଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ, ସେତେବେଳେ ସେ ଜବାବ୍‌ ଦେବା ଆରମ୍ଭ କରିଥିଲେ, ଯାହା ପରେ ସାଇଶାଙ୍କୁ ସୋ’ରୁ ବାହାର କରି ଦିଆଯାଇଥିଲା ।

ବାସ୍ତବରେ, ଶୋ’ରେ ସାଇଶା ଯୋଗାଇ ଦିଆଯାଉଥିବା ଖାଦ୍ୟର କ୍ୟାଲିଟିକୁ ନେଇ ଅଭିଯୋଗ କରୁଥିଲେ। ଏହା ସହିତ ସେ ଜେଲର ଗାର୍ଡଙ୍କ ସହିତ ମଧ୍ୟ ଦୁର୍ବ୍ୟବହାର କରିଥିଲେ । ଯେତେବେଳେ କଙ୍ଗନା ସାଇଶାଙ୍କୁ ଏହି ବିଷୟରେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ସେ କହିଥିଲେ ମୁଁ ଏଥିାପଇଁ କ୍ଷମା ମାଗିବି ନାହିଁ, ତୁମେ ଯାହା କରିବାକୁ ଚାହୁଁଛ ତାହା କର। ସାଇଶାଙ୍କ ଏହି ଉତ୍ତର ଶୁଣି କଙ୍ଗନା ରାଗି ଯାଇ ସାଇଶାଙ୍କୁ ଶୋ’ର ଦୁର୍ବଳ ପ୍ରତିଯୋଗୀ କହିଥିଲେ। କଙ୍ଗନା ରାନାୱତ ସାଇଶାଙ୍କୁ କହିଛନ୍ତି, ମୁଁ ଭାବୁଛି ତୁମେ ଏହି ଶୋ’ର ସବୁଠାରୁ ଦାୟିତ୍ୱହୀନ ଏବଂ ଦୁର୍ବଳ ପ୍ରତିଯୋଗୀ । ଏହା ପରେ ସାଇଶାଙ୍କୁ ଶୋ’ରୁ ଏଲିମେଟେଡ୍‌ କରି ଦିଆଯାଇଛି ।

କଙ୍ଗନା ରାନାୱତ କହିଛନ୍ତି କି ଏଭଳି ବ୍ୟବହାର କଲେ ଯେ ମୁଁ ଦେଖିବି ନାହିଁ ଯେ ଆପଣ ଜଣେ ସେଲିବ୍ରିଟି କିମ୍ବା ଜଣେ ପ୍ରଭାବଶାଳୀ ବ୍ୟକ୍ତି । ମୋ ‘ଲକ୍ ଅପ୍’ ଶୋ’ରେ ମୁଁ ଏହି ପ୍ରକାର ଆଚରଣ ବ୍ୟବହାରକୁ ବରଦାସ୍ତ କରିବି ନାହିଁ । ମୋ ଘରେ କୌଣସି ପ୍ରକାରର ପକ୍ଷପାତ ହେବ ନାହିଁ କି ମୁଁ ଏହି ଆଚରଣକୁ ସହିପାରିବି ନାହିଁ। ନିୟମ ବିରୁଦ୍ଧରେ କିଛି କଲର ଜେଲରୁ ବାହାର କରି ଦିଆଯିବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ