ଦେଶ ବିଦେଶ ମନୋରଞ୍ଜନ

କଙ୍ଗନାଙ୍କ ବଢ଼ିଲା ଅସୁବିଧା, କୋର୍ଟ ଜାରି କଲେ ୱାରେଣ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅସୁବିଧା କମିବାର ନାମ ନେଉନାହିଁ। ଗୀତିକାର ଜାଭେଦ ଅଖତର ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କଙ୍ଗନାଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି।

ମୁମ୍ବାଇ ପୁଲିସ ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମାର୍ଚ୍ଚ ୧ ତାରିଖରେ ହାଜର ହେବାକୁ କହିଥିଲେ। କିନ୍ତୁ ସେ କୋର୍ଟଙ୍କ ଏହି ଆଦେଶ ମାନି ନାହାନ୍ତି। ଏଥିପାଇଁ ତାଙ୍କ ବିରୋଧରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ମାମଲାର ଶୁଣାଣି ଆଜି ସକାଳେ ମୁମ୍ବାଇ ଅନ୍ଧେରୀସ୍ଥିତ ମାଜିଷ୍ଟ୍ରେଟ କୋର୍ଟରେ ହୋଇଛି। ଜାଭେଦ ଅଖତର କୋର୍ଟରେ ସମୟ ପୂର୍ବରୁ ପହଞ୍ଚି ଯାଇ ନିଜର ପକ୍ଷ ରଖିଥିଲେ। କିନ୍ତୁ କଙ୍ଗନା ଓ ତାଙ୍କ ଓକିଲ ଶୁଣାଣି ପାଇଁ କୋର୍ଟରେ ହାଜର ହୋଇ ନଥିଲେ। ଫେବୃଆରି ୧ରେ ହୋଇଥିବା‌ ଶୁଣାଣିରେ କୋର୍ଟ କଙ୍ଗନାଙ୍କୁ ଆଗାମୀ ଶୁଣାଣିରେ ହାଜର ହେବାକୁ କହିଥିଲେ।

ଗତ ବର୍ଷ ଜୁନ ମାସରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏକ ଟିଭି ସାକ୍ଷାତକାର ସମୟରେ ଅଭିନେତ୍ରୀ କଙ୍ଗନା ବଲିଉଡରେ ଗୋଷ୍ଠୀବାଦ କଥା ଉଠାଇଥିଲେ। ଏଥିରେ କଙ୍ଗନା ତାଙ୍କ ନାମ ଅଯଥାରେ ଉଠାଇ ଥିବା କଥା କହି ଜାଭେଦ କଙ୍ଗନାଙ୍କ ବିରୋଧରେ ମାନହାନୀ ଅଭିଯୋଗ କରିଥିଲେ। ଏହି ମାମଲାକୁ ନେଇ କଙ୍ଗନା ଆଗକୁ କ’ଣ କରିବେ ତାହା ସାଧାରଣରେ ଆଲୋଚନା ହେଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ