ଦେଶ ବିଦେଶ ମନୋରଞ୍ଜନ

କଙ୍ଗନାଙ୍କୁ ଶୁଟିଂ ବନ୍ଦ ପାଇଁ ମିଳିଲା ଧମକ, ସେ କହିଲେ- କଂଗ୍ରେସ ମୋତେ ନେତା କରିକି ହିଁ ଛାଡିବ

ମୁମ୍ବାଇ ୧୨।୨: ବଲିଉଡ୍ ପଙ୍ଗା ଗର୍ଲ ତଥା ଅଭିନେତ୍ରୀ କଙ୍ଗନା ରଣାଓ୍ବତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି । ସବୁ ପ୍ରସଙ୍ଗରେ ସେ ଟ୍ବିଟ୍ କରି ନିଜ ମତାମତ ଦେଇଥାନ୍ତି । କଙ୍ଗନାଙ୍କ ମତାମତକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ନାପସନ୍ଦ କରିଥାନ୍ତି । ନିକଟରେ କଙ୍ଗନା ରଣାଓ୍ବତଙ୍କୁ ମଧ୍ୟପ୍ରଦେଶ ବୈତୁଲ ଜିଲ୍ଲା କଂଗ୍ରେସ ନେତା ଏହା କହି ଧମକ ଦେଇଥିଲେ ଯେ, ଯଦି କଙ୍ଗନା କୃଷକଙ୍କୁ ନେଇ କହିଥିବା କଥା ପାଇଁ କ୍ଷମା ନମାଗନ୍ତି ତେବେ ମଧ୍ୟପ୍ରଦେଶରେ ତାଙ୍କ ଫିଲ୍ମ ଧାକଡର ଶୁଟିଂ କରିବାକୁ ଦିଆଯିବନାହିଁ ।

କଂଗ୍ରେସ ପକ୍ଷରୁ ତାଙ୍କ ଫିଲ୍ମ ଶୁଟିଂକୁ ବନ୍ଦ କରିବା ଖବର ଜଣାପଡିବା ପରେ କଙ୍ଗନା ରଣାଓ୍ବତ ଏହାର ଟ୍ବିଟ୍ କୁ ରିଟ୍ବିଟ୍ କରି ନିଜ ପ୍ରତିକ୍ରିୟା ରଖିଛନ୍ତି । କଙ୍ଗନା ରଣାଓ୍ବତ ନିଜ ଟ୍ବିଟ୍ ରେ କହିଥିଲେ ମୋର ନେତାଗିରିରେ କୌଣସି ଇଚ୍ଛା ନାହିଁ କିନ୍ତୁ ଲାଗୁଛି ଯେ, କଂଗ୍ରେସ ମୋତେ ନେତା କରିକି ହିଁ ଛାଡିବ ।

ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କୁ ନେଇ କଙ୍ଗନା ରଣାଓ୍ବତ ଲଗାତର ଟ୍ବିଟ୍ କରି ଚାଲିଛନ୍ତି । ଏହି ପ୍ରସଙ୍ଗରେ ପଞ୍ଜାବୀ ଅଭିନେତ୍ରୀ ଓ ଗାୟକଙ୍କ ସହ ପଙ୍ଗା ନେବା ପରେ ଯେତେବେଳେ ଆନ୍ତର୍ଜାତୀୟ ଷ୍ଟାରମାନେ କୃଷକଙ୍କ ଦାବିକୁ ସମର୍ଥନ ଜଣାଇ ଟ୍ବିଟ୍ କରିଥିଲେ କଙ୍ଗନା ସେତେବେଳେ କୃଷକଙ୍କୁ ଆତଙ୍କବାଦୀ କହିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ