ରାଜ୍ୟ ସ୍ପେଶାଲ ରିପୋର୍ଟ

କଏନ୍‌ ‌ନେବାକୁ ମନା କଲେ କାର୍ଯ୍ୟାନୁଷ୍ଠାନ ହେବ: ରିଜର୍ଭ ବ୍ୟାଙ୍କ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : କଏନ ‌ଗ୍ରହଣ କରିବାକୁ କୌଣସି ଦୋକାନି କିମ୍ବା ବ୍ୟବସାୟୀ ମନା କରିପାରିବେ ନାହିଁ। ଯେଉଁମାନେ ସେଭଳି କାମ କରିବେ ସେମାନଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କଏନ୍ ସମ୍ପର୍କିତ କୌଣସି ବିଭ୍ରାନ୍ତୀକରଣ ସୂଚନା କିମ୍ବା ଗୁଜବକୁ ବିଶ୍ବାସ ନକରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କଏନେଜ୍ ଆକ୍ଟ ୨୦୧୧ରେ କଏନ୍‌କୁ ନେଇ ବିଭିନ୍ନ ପ୍ରକାର ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି।
ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ବରର ଜଣେ ଅଧିକାରୀଙ୍କ କହିବାନୁସାରେ ରିଜର୍ଭ ବ୍ୟାଙ୍କର ଦାୟିତ୍ବ ହେଉଛି କେବଳ କଏନ ବିତରଣ କରିବା। କଏନ୍‌କୁ ଭାରତ ସରକାର ତିଆରି କରନ୍ତି। କେବଳ ବାଣ୍ଟିବା ପାଇଁ ଆମକୁ ଦିଆଯାଏ। କୌଣସି ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିବାର କ୍ଷମତା ରିଜର୍ଭ ବ୍ୟାଙ୍କ ପାଖରେ। ୨୦୧୧ର କଏନେଜ୍‌ ଆକ୍ଟରେ କଏନ ପ୍ରଚଳନକୁ ନେଇ ବିଭିନ୍ନ ବ୍ୟବସ୍ଥ‌ା ନିର୍ଧାରଣ କରାଯାଇଛି। ‌‌ବେଆଇନ ଭାବେ ରଖିବା ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟ ପାଇଁ ସେଥିରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। କଏନ୍‌ ସମ୍ପର୍କିତ କିଛି ଅପରାଧରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି। କିନ୍ତୁ କଏନ୍ ଗ୍ରହଣ କରୁନଥିବା ବ୍ୟକ୍ତିଙ୍କ ବିରୋଧରେ କ’ଣ ଦଣ୍ଡ ତାହା କଏନେଜ୍ ଆକ୍ଟରେ ନିର୍ଦ୍ଦିଷ୍ଟ ଭାବେ କିଛି ଉଲ୍ଲେଖ କରାଯାଇନାହିଁ।
ରାଜ୍ୟର ବିଭିନ୍ନ ସ୍ଥାନରେ କଏନ ଚଳୁନଥିବା ନେଇ ‘ସମ୍ବାଦ’ରେ ଆଜି ରିପୋର୍ଟ ପ୍ରକାଶ ପାଇବା ପରେ ରିଜର୍ଭ ବ୍ୟାଙ୍କ ଏନେଇ ସ୍ପଷ୍ଟୀକରଣ ଦେଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ୫୦ ପଇସା ଓ ତା’ଠାରୁ ଅଧିକ ମୂଲ୍ୟର ସମସ୍ତ କଏନ ଆଇନଗତ ଭାବେ ବୈଧ। ତାହାକୁ ଗ୍ରହଣ କରିବା ଲାଗି କେହି ମନା କରିପାରିବେ ନାହିଁ। କଏନର ବୈଧତାକୁ ନେଇ ବିଭିନ୍ନ ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସଚେତନତା ମେଳା ଆୟୋଜନ କରାଯାଉଛି। କଏନେଜ୍ ଆକ୍ଟ ୨୦୧୧ ଅନୁସାରେ ଜଣେ ଏକକାଳୀନ ଏକ ହଜାର ଟଙ୍କା ପର୍ଯ୍ୟନ୍ତ କଏନ୍‌ ଦେଇ କାରବାର କରିପାରିବେ। ୫୦ ପଇସାରେ ଜଣେ ଏକକାଳୀନ ୧୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ୍ କରିପାରିବେ। ସମସ୍ତ ବ୍ୟାଙ୍କ ଶାଖା କଏନ୍‌କୁ ଗ୍ରହଣ କରିବେ। କଏନ୍‌ର ବିନିମୟ ଲାଗି ମଧ୍ୟ ସ୍ବତନ୍ତ୍ର ନିୟମ ଓ ସର୍ତ୍ତାବଳୀ ରହିଛି।
ଭାରତ ସରକାର ବିଭିନ୍ନ ସମୟର ଭିନ୍ନ ଭିନ୍ନ ପ୍ରକାରର କଏନ୍ ପ୍ରସ୍ତୁତ କରିଥାନ୍ତି। ତାହାକୁ ବିତରଣ କରିବାର ଦାୟିତ୍ବ ‌ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଦେଶରେ ୫୦ ପଇସି, ଟଙ୍କିକିଆ, ଦୁଇ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ କଏନ ପ୍ରଚଳନରେ ରହିଛି।
ବ୍ରହ୍ମପୁର ସହରରେ ୧୦ ଟଙ୍କିଆ କଏନ୍‌କୁ ବିଭିନ୍ନ ସ୍ଥାନରେ ଗ୍ରହଣ କରାଯାଉନାହିଁ। ବାଲେଶ୍ବରର ବସ୍ତାରେ କଏନ ନେଇ ଯାଇଥିବା ବାପଝିଅଙ୍କୁ ବ୍ୟାଙ୍କ ଫେରାଇ ଦେବା ସମ୍ପର୍କିତ ଖବର ସମ୍ବାଦରେ ପ୍ରକାଶ ପାଇଥିଲା। କଏନ ପ୍ରଚଳନକୁ ନେଇ ଜନ ସଚେତନତା ସୃଷ୍ଟି କରିବା ସ୍ଥାନୀୟ ପ୍ରଶାସନର ସହଯୋଗ ମଧ୍ୟ ଲୋଡ଼ାଯାଇଛି। କେବଳ ବ୍ରହ୍ମପୁର କିମ୍ବା ବସ୍ତା ନୁ‌ହେଁ ରାଜ୍ୟର ବହୁ ସ୍ଥାନରେ କଏନକୁ ନେଇ ଚିନ୍ତାଜନକ ସ୍ଥିତି ରହିଛି। କଏନ୍‌କୁ ଗ୍ରହଣ କରାଯାଉନଥିବାରୁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୋକାନି ଓ ବ୍ୟବସାୟୀମାନେ ତାହା ନେବାକୁ ଚାହୁନାହାନ୍ତି। ଏଭଳି ପରିସ୍ଥିତିରେ ଯେଉଁମାନଙ୍କ ପାଖରେ କଏନ୍‌ ରହିଛି, ସେମାନେ ବେଶ ଚିନ୍ତିତ ହୋଇପଡ଼ୁଛନ୍ତି। କଏନ ବୈଧ ଏବଂ କୌଣସି କଏନ ପ୍ରଚଳନ ବନ୍ଦ କରାଯାଇନାହିଁ ବୋଲି ରିଜର୍ଭ ବ୍ୟାଙ୍କ ବାରମ୍ବାର କହୁଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ବଜାର ଉପରେ ଦେଖିବାକୁ ମିଳୁନାହିଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।