ରାଜ୍ୟ ସ୍ପେଶାଲ ରିପୋର୍ଟ

କଂଗ୍ରେସ ନ୍ୟାୟପତ୍ର ନିଷ୍ପେସିତ ଜନତାଙ୍କ ସ୍ବର: ବବିତା

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟଯାତ୍ରା ସମୟରେ ଜନସାଧାରଣଙ୍କ ସହିତ ତାଙ୍କର ଭାବ ବିନିମୟକୁ ଆଧାର କରି ଭାରତୀୟ ଜାତୀୟ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଛି। ବିଶେଷକରି ଯୁବ ନ୍ୟାୟ, ନାରୀ ନ୍ୟାୟ, କୃଷକ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗୀଦାରି ନ୍ୟାୟ ଆଦି ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ଉପରେ ଏହି ଇସ୍ତାହାର ପ୍ରସ୍ତୁତ ହୋଇଛି। ଏହି ନ୍ୟାୟପତ୍ର କେବଳ ନିର୍ବାଚନୀ ଘୋଷଣାପତ୍ର ନୁହେଁ, ଏହା ଦେଶର ଗରିବ ନିଷ୍ପେସିତ ଜନସାଧାରଣଙ୍କ ସ୍ୱର ବୋଲି ଏଆଇସିସି ଗଣମାଧ୍ୟମ ସଂଯୋଜିକା ବବିତା ଶର୍ମା କହିଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଶର୍ମା କହିଛନ୍ତି ଯେ ଦେଶରେ ଅନ୍ୟାୟର ଶିକାର ହେଉଥିବା କୃଷକ, ଯୁବବର୍ଗ, ମହିଳା, ଶ୍ରମିକ ଏବଂ ଆଦିବାସୀଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ କଂଗ୍ରେସ ପ୍ରତିଶ୍ରୁତି ବଦ୍ଧ। ବିଶେଷ କରି ପ୍ରତ୍ୟେକ ଶିକ୍ଷିତ ଯୁବକଯୁବତୀଙ୍କୁ ଆପ୍ରେଣ୍ଟିସିପ୍ ପାଇଁ ୧ଲକ୍ଷ ଟଙ୍କା ପ୍ରଦାନ, ୩୦ଲକ୍ଷ ନୂତନ ସରକାରୀ ଚାକିରି, ପ୍ରଶ୍ନପତ୍ର ପ୍ରଘଟ ବନ୍ଦ କରିବା ଏବଂ ଯୁବବର୍ଗଙ୍କ ପାଇଁ ୫୦୦୦ କୋଟି ଟଙ୍କାର ଷ୍ଟାର୍ଟଅପ୍ ପାଣ୍ଠି ଗଠନ କରିବାକୁ କଂଗ୍ରେସ ସ୍ଥିର କରିଛି। ସେହିପରି କୃଷକମାନଙ୍କୁ ଏମ୍‌ଏସ୍‌ପି ପ୍ରଦାନ, କୃଷିଋଣ ଛାଡ଼ ପାଇଁ ଆୟୋଗ ଗଠନ, ୩୦ଦିନ ଭିତରେ ଫସଲହାନିର କ୍ଷତିପୂରଣ ପ୍ରଦାନ, ନୂତନ ଆମଦାନୀ ରପ୍ତାନି ନୀତି ଏବଂ କୃଷିକୁ ଜିଏସ୍‌ଟି ମୁକ୍ତ କରିବାକୁ କଂଗ୍ରେସ ଗ୍ୟାରେଣ୍ଟି ଦେଉଛି। ମହିଳାଙ୍କୁ ନ୍ୟାୟ ଓ ସେମାନଙ୍କ ଅଧିକାର ପ୍ରଦାନ ପାଇଁ କଂଗ୍ରେସ ବିଶେଷ ଧ୍ୟାନ ଦେଇଛି। ମହାଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଗରିବ ପରିବାରର ଜଣେ ମହିଳାଙ୍କୁ ବର୍ଷକୁ ୧ଲକ୍ଷ ଟଙ୍କା ପ୍ରଦାନ, କେନ୍ଦ୍ର ସରକାରଙ୍କ ନୂତନ ନିଯୁକ୍ତିରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ, ଆଶା, ଅଙ୍ଗନବାଡି ଓ ମଧ୍ୟାହ୍ନଭୋଜନ କର୍ମଚାରୀଙ୍କ ଦରମା ଦୁଇଗୁଣ କରିବା, ପ୍ରତି ପଞ୍ଚାୟତରେ ଅଧିକାର ମିତ୍ର ନିଯୁକ୍ତି, କର୍ମଜୀବୀ ମହିଳାଙ୍କ ପାଇଁ ୨ଗୁଣ ଅଧିକ ହଷ୍ଟେଲ ନିର୍ମାଣ କରାଯିବ। ସେହିପରି ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ୪୦୦ ଟଙ୍କା କରିବା, ସେମାନଙ୍କୁ ୨୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ, ଜୀବନ ବୀମା ଓ ରୋଜଗାର ସୁରକ୍ଷା ପ୍ରଦାନ ନିମନ୍ତେ କଂଗ୍ରେସ ପ୍ରତିଶ୍ରୁତି ବଦ୍ଧ ବୋଲି ଶ୍ରୀମତୀ ଶର୍ମା କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ମୁଖ୍ୟ ବିଶ୍ବରଂଜନ ମହାନ୍ତି କହିଛନ୍ତି ଯେ ଓଡ଼ିଶାର ଆଦିବାସୀ, ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ବର୍ଗଙ୍କୁ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାରରେ ବିଶେଷ ଗୁରୁତ୍ୱ ଦେଇଛି। ଓଡ଼ିଶାରେ ପ୍ରାୟ ୧କୋଟି ଆଦିବାସୀ ଥିବାବେଳେ ହେଲେ ୨୪ବର୍ଷର ବିଜେଡି ଶାସନରେ ସେମାନଙ୍କୁ ଉଚିତ ନ୍ୟାୟ କି ଅଧିକାର ମିଳିପାରିନି। ଆଦିବାସୀମାନଙ୍କୁ ଅଦ୍ୟାବଧି ଜମି ପଟ୍ଟା ମିଳିପାରିନାହିଁ । ତେଣୁ କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ଆଦିବାସୀଙ୍କ ଜଙ୍ଗଲ ଅଧିକାର ପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ୱତନ୍ତ୍ର ଯୋଜନା କରାଯିବ। ରାଜ୍ୟରେ କଂଗ୍ରେସ ସରକାର ଆସିଲେ ପେସା ଆଇନ୍ ଲାଗୁ କରାଯିବ। ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି (ପ୍ରିଭେନ୍‌ସନ ଅଫ୍ ଆଟ୍ରୋସିଟିଜ) ଆକ୍ଟ ୧୯୮୯କୁ ପୁନଃ କାର୍ଯ୍ୟକ୍ଷମ କରାଯିବ। ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନରେ ହିଂସା ଓ ନିର୍ଯାତନାର ଶିକାର ହେଉଥିବା ଆଦିବାସୀ ପିଲାଙ୍କୁ ନ୍ୟାୟ ପ୍ରଦାନ ପାଇଁ କଂଗ୍ରେସ ରୋହିତ ଭେମୁଲା ଆକ୍ଟ ନାମରେ ଏକ ଆଇନ ଆଣିବ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ଆମ୍ବେଦକର ଭବନ ଓ ପାଠାଗାର ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସୋସିଆଲ ମିଡିଆ ଅଧ୍ୟକ୍ଷ ଅମିୟ ପାଣ୍ଡବ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।