ଦେଶ ବିଦେଶ

କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାରେ ରାହୁଲ, ଶଶି ଥରୁର

ନୂଆଦିଲ୍ଲୀ: ବିଜେପି ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୫ ଆସନ ନିମନ୍ତେ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ସପ୍ତାହକରୁ କମ୍ ସମୟ ମଧ୍ୟରେ କଂଗ୍ରେସ ଆଜି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ବରିଷ୍ଠ ନେତା ଶଶି ଥରୁର ଏବଂ ଭୂପେଶ ବଘେଲଙ୍କ ସମେତ ୩୯ ଜଣଙ୍କ ନାମ ରହିଛି।

ରାହୁଲ ଗାନ୍ଧି ଏଥର ବି କେରଳର ୱାୟନାଡରୁ ନିର୍ବାଚନ ଲଢ଼ିବେ ବୋଲି ତାଲିକାରୁ ଜଣାପଡ଼ିଥିବା ବେଳେ ୨୦୧୯ ଭଳି ତାଙ୍କୁ ଆମେଥିରୁ ମଧ୍ୟ ପ୍ରାର୍ଥୀ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଶଶି ଥରୁର କେରଳର ତିରୁବନନ୍ତପୁରମ ଆସନରୁ ଏବଂ ବଘେଲ ଛତିଶଗଡ଼ର ରାଜନନ୍ଦଗାଓଁରୁ ଲୋକସଭା ନିର୍ବାଚନ ଲଢ଼ିବେ। କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କେରଳର ଆଲାପୁଜା ଆସନରୁ ନିର୍ବାଚନ ଲଢ଼ିବେ । ସେ ୨୦୦୯ରେ ଏହି ଆସନରୁ ବିଜୟୀ ହୋଇଥିଲେ। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶଙ୍କୁ ବେଙ୍ଗାଲୁରୁ ଗ୍ରାମୀଣ ଆସନରୁ ପ୍ରାର୍ଥୀ କରାଯାଇଛି।

କଂଗ୍ରେସର ପ୍ରଥମ ତାଲିକାରେ ମୁଖ୍ୟତଃ ଦକ୍ଷିଣ ଓ ଉତ୍ତର-ପୂର୍ବ ରାଜ୍ୟର ଅଧିକାଂଶ ଆସନ ପାଇଁ ନାମ ଘୋଷଣା କରାଯାଇଛି। ପ୍ରଥମ ପ୍ରାର୍ଥୀ ତାଲିକାରେ ୧୫ ଜଣ ସାଧାରଣ ବର୍ଗର ଥିବା ବେଳେ ୨୪ ଜଣ ଅନୁସୂଚୀତ ଜାତି, ଜନଜାତି ଏବଂ ଓବିସି ବର୍ଗର ବୋଲି ଜଣାପଡ଼ିଛି। ଗତକାଲି ଅନୁଷ୍ଠିତ କଂଗ୍ରେସ ନିର୍ବାଚନ କମିଟି ବୈଠକରେ ୧୦ଟି ରାଜ୍ୟର ୬୦ ପ୍ରାର୍ଥୀଙ୍କ ନାମ ତାଲିକା ଚୂଡ଼ାନ୍ତ କରିବାକୁ ଆଲୋଚନା ହୋଇଥିଲା। ଖୁବ୍‌ଶୀଘ୍ର ଦଳର ଦ୍ବିତୀୟ ତାଲିକା ଜାରି ହେବ ବୋଲି ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ