ଖେଳ

ଓଡ଼ିଶା ସହ ଯୋଡ଼ିହେଲେ କିଂବଦନ୍ତି ଫୁଟ୍‌ବଲର୍‌ ଭିଲା

ଭୁବନେଶ୍ବର: ଓଡ଼ିଶା ଏଫସି ସହ ଯୋଡ଼ି ହୋଇଛନ୍ତି କିଂବଦନ୍ତି ଫୁଟ୍‌ବଲର୍‌ ଡେଭିଡ୍‌ ଭିଲା। ସ୍ପେନ୍‌ ପାଇଁ ୯୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଏହି ତାରକା ଷ୍ଟ୍ରାଇକର୍‌ ଏକଦା ଫିଫା ବିଶ୍ବକପ୍ ଅଲ୍‌ଷ୍ଟାର୍‌ ଦଳରେ ସ୍ଥାନ ପାଇଥିଲେ। ଓଏଫ୍‌ସିର ଫୁଟ୍‌ବଲ୍‌ ସମିତିରେ ଯୋଗଦେବା ପରେ ସେ ଏହାର ଗ୍ଲୋବାଲ୍‌ ଫୁଟ୍‌ବଲ୍‌ ଅପରେସନ୍ସ ମୁଖ୍ୟ ଭାବେ କାମ କରିବେ। ଓଏଫ୍‌ସି ସହ ଯୋଗଦେବା ପରେ ଭିଲା କହିଛନ୍ତି ‘‘ମୁଁ ମୋ ଅଭିଜ୍ଞତାକୁ ଉପ‌‌ଯୋଗ କରିବି। ଭାରତରେ ମୁଁ ଫୁଟ୍‌ବଲ୍‌ ଖେଳିନାହିଁ, କିନ୍ତୁ ୨୦ ବ‌ର୍ଷ ଧରି ପେସାଦାର ଫୁଟ୍‌ବଲ୍‌ ଖେଳିବା ପୂର୍ବରୁ ଏକାଡେମିରେ ବି ସମୟ କାଟିଥିଲି। ମୁଁ ମୋ ଅଭିଜ୍ଞତାକୁ ଫୁଟ୍‌ବଲ୍‌ରେ ବିନିଯୋଗ କରିବି।’’ ଭିଲାଙ୍କୁ ଯୋଡ଼ିବା ପରେ ଓଡ଼ିଶା ଏଫ୍‌ସି ସିଇଓ ରୋହନ ଶର୍ମା କହିଛନ୍ତି ‘‘ଏହା ନିଶ୍ଚିତ ଆନନ୍ଦର ବିଷୟ, ଏକଦା ଡେଭିଡ୍‌ ଭିଲାଙ୍କ ଖେଳକୁ ଟିଭିରେ ଦେଖୁଥିଲି।

ଓଡ଼ିଶା ଏଫ୍‌ସି ଏବେ ଶ୍ରେଷ୍ଠ ଖେଳାଳି, ପ୍ରଶିକ୍ଷକ ଓ ସହକାରୀଙ୍କୁ ପାଇ ଆଗକୁ ବଢ଼ିବ ବୋଲି ଆଶା କରିବା’’। ଡେଭିଡ ଭିଲାଙ୍କ ଆଗମନ ଓଡ଼ିଶା ଏଫ୍‌ସିର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି ବୋଲି କହିଥିଲେ କ୍ଲବ୍‌ ସଭାପତି ରାଜ ଅଥ୍ବାଲ। ‘‘ସ୍ପେନ୍‌ ପାଇଁ ୟୁରୋ କପ୍, ବିଶ୍ବକପ୍‌, ବାର୍ସିଲୋନା ପାଇଁ ଲା ଲିଗା, ଚାମ୍ପିଅନ୍ସ ଲିଗ୍‌ ଜିତିଥିବା ଡେଭିଡ୍‌ଙ୍କ ଭଳି ଜଣେ ଖେଳାଳି ଓଡ଼ିଶା ଏଫ୍‌ସି ସହ ଯୋଡ଼ିହେବା ନିଶ୍ଚିତ ଭାବେ ଦଳକୁ ଆଗାମୀ ବର୍ଷ ଶୀର୍ଷରେ ପହଞ୍ଚାଇବାର ସୂତ୍ର ଦେଖାଇବ’’ ବୋଲି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ ପ୍ରକାଶ କରିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ