ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଓଡ଼ିଶା ପାଇଁ ସିଡ୍‌ବି ମଞ୍ଜୁର କଲା ୧,୦୦୦ କୋଟି: ୩ ଏମ୍‌ଏସ୍‌ଏମ୍‌ଇ ପାର୍କ, ୧୧ ଶ୍ରମିକ ହଷ୍ଟେଲ୍‌ ତିଆରି ହେବ

ଭୁବନେଶ୍ବର: ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ (ସିଡ୍‌ବି) ଓଡ଼ିଶା ପାଇଁ ୧୦୦୦ କୋଟି ଟଙ୍କା ମଞ୍ଜୁର କରିଛି। ସିଡ୍‌ବି କ୍ଲଷ୍ଟର୍‌ ବିକାଶ ପାଣ୍ଠି ସ୍କିମ୍ ଅଧୀନରେ ୮୩୭ କୋଟି ଟଙ୍କା ଜାରି ରହିବ। ତାହାକୁ ୧୮ଟି ଏମ୍ଏସ୍‌ଏମ୍ଇ ଭିତ୍ତିଭୂମି ପ୍ରକଳ୍ପରେ ବ୍ୟବହାର କରାଯିବ। ଇଡ୍‌କୋ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବ। ସେହି ପାଣ୍ଠିରେ ୫ଟି ନୂଆ ଏମ୍ଏସ୍‌ଏମ୍ଇ ପାର୍କ ଓ ୧୧ଟି ଶ୍ରମିକ ‌ହଷ୍ଟେଲ୍‌ ନିର୍ମାଣ କରାଯିବ। ଏମ୍ଏସ୍‌ଏମ୍ଇକୁ ସହାୟତା ପ୍ରଦାନ କରିବା ଭଳି ଅନ୍ୟ ଦୁଇଟି ପ୍ରକଳ୍ପ ମଧ୍ୟ ନିର୍ମାଣ କରାଯିବ। ଏକ ପ୍ରକଳ୍ପ ପରିଚାଳନା ୟୁନିଟ୍‌ ସ୍ଥାପନ କରିବା ଲାଗି ସିଡ୍‌ବି ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଏହି ଅବସରରେ ସିଡ୍‌ବିର ସିଏମ୍‌ଡି ଶିବସୁବ୍ରମଣ୍ୟମ ରମଣ କହିଛନ୍ତି ଯେ ରାଜ୍ୟରେ ବରଗଡ଼ ହସ୍ତତନ୍ତ କ୍ଲଷ୍ଟର୍‌ ପାଇଁ ଏକ ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରାଯାଇଛି। ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର ଓ ଅନୁଗୁଳରେ ସିଡ୍‌ବି ପକ୍ଷରୁ ଇୟୁ ସ୍ବିଚ୍ ଏସିଆ ବମ୍ବୁ ପ୍ରକଳ୍ପ ଜାରି ରହିଥିବା ସେ କହିଛନ୍ତି। ତାହା ବିକଳ୍ପ ଜୀବନଜୀବିକା ସୃଷ୍ଟି କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଏହି ଅବସ‌ରରେ ଶ୍ରୀ ରମଣ ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ସିଡ୍‌ବିର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ