ଖେଳ ଦେଶ ବିଦେଶ ରାଜ୍ୟ

ଓଡ଼ିଶା ଏଫ୍‌ସି ପୁଣି ହାରିଲା

ଭୁବନେଶ୍ବର: ବିଜୟ ପାଇଁ ସଂଘର୍ଷ କରୁଥିବା ଓଡ଼ିଶା ଏଫ୍‌ସି ଗୁରୁବାର ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ୩୧ତମ ମ୍ୟାଚ୍‌ରେ ଅପରାଜେୟ ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିଥିଲା। ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବେଙ୍ଗାଲୁରୁ ୨-୧ ଗୋଲ୍‌ରେ ଓଡ଼ିଶାକୁ ପରାସ୍ତ କରିଥିଲା। ପ୍ରଥାମାର୍ଧରେ ‌ଅଧିନାୟକ ସୁନିଲ ଛେତ୍ରୀ (୩୮ ମିନିଟ୍‌)ଙ୍କ ଗୋଲ୍‌ ବଳରେ ବେଙ୍ଗାଲୁରୁ ଆଗୁଆ ରହିଥିଲା। ଦ୍ବିତୀୟାର୍ଧରେ ଓଡ଼ିଶା ଅଧିନାୟକ ଷ୍ଟିଭେନ ଟେଲର (୭୧ ମିନିଟ୍‌) ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିଦେଇଥିଲେ। ହେଲେ ୭୯ତମ ମିନିଟ୍‌ରେ ସ୍ଲେଇଟନ ସିଲ୍‌ଭା ଆଉ ଏକ ଗୋଲ୍‌ ଦେଇ ବେଙ୍ଗାଲୁରୁକୁ ବିଜୟ ଭେଟି ଦେଇଥିଲେ। ଭାଗ୍ୟ ଖୋଲିବା ଲକ୍ଷ୍ୟ ରଖିଥିବା ଓଡ଼ିଶା ଏଫ୍‌ସି ପୁଣି ପରାଜୟକୁ ଆଦରି ନେଇଇଥିଲା। ୬ ମ୍ୟାଚ୍‌ରୁ ୫ ପରାଜୟ ଓ ଗୋଟିଏ ଡ୍ର’ରୁ ଓଡ଼ିଶା (୧ ପଏଣ୍ଟ୍‌) ଟେବୁଲର ଦଶମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ବେଙ୍ଗାଲୁରୁ ସମାନ ମ୍ୟାଚ୍‌ ଖେଳି ୩ ଲେଖାଏଁ ବିଜୟ ଓ ପରାଜୟରୁ ୧୨ ପଏଣ୍ଟ୍‌ ପାଇ ତୃତୀୟରେ ପହଞ୍ଚିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ