ଖେଳ ଦେଶ ବିଦେଶ

ଓଡ଼ିଶାବାସୀଙ୍କ ସମର୍ଥନ ମୋ ବଳ: ପ୍ରମୋଦ

ଭୁବନେଶ୍ବର: ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେବା ପରେ ଉଲ୍ଲସିତ ହୋଇଉଠିଛନ୍ତି ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ବ୍ୟାଡମିଣ୍ଟନ୍‌ ତାରକା ପ୍ରମୋଦ ଭଗତ। ସ୍ପେନ୍‌ରେ ତାଲିମରେ ବ୍ୟସ୍ତ ଥିବା ପ୍ରମୋଦ କହିଛନ୍ତି ‘ମୁଁ ପଦ୍ମଶ୍ରୀ ପୁରସ୍କାର ବିଜେତା ହୋଇଥିବା ଖବର ପାଇ ବହୁତ ଖୁସୀ। ୨୦୨୧ ମସିହା ମୋ ପାଇଁ ଭଲ ବିତିଥିଲା। ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ମୋତେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’ ମିଳିଥିଲା। ୨୦୨୨ ଆସୁଆସୁ ମୋତେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି। ଏଥି ପାଇଁ ମୁଁ ଓଡ଼ିଶା ସରକାର, ‌କ୍ରୀଡ଼ା ଓ ଯୁବ‌ସେବା ବିଭାଗ ଏବଂ ‌ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ଓଡ଼ିଶାର ସମର୍ଥନ ପାଇଁ ମୁଁ ଏତେ ବାଟ ଆସିଛି। ଓଡ଼ିଶାବାସୀଙ୍କ ସମର୍ଥନ ମୋ ପାଇଁ ବଳ ଆଣିଦିଏ। ଏଭଳି ସମର୍ଥନ ଜାରି ରହିଲେ ମୁଁ ‌ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣି ଚାଲିଥିବି’। ସୂଚନାଯୋଗ୍ୟ, ପ୍ରଥମ ଓଡ଼ିଆ ଭାବେ ଟୋକିଓ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ଖେଳରତ୍ନ ପୁରସ୍କାର ପାଇଥିଲେ। ପଦ୍ମଶ୍ରୀ ପୁରସ୍କାର ପାଇବାରେ ପ୍ରମୋଦ ରାଜ୍ୟର ତୃତୀୟ ଓଡ଼ିଆ ‌ଖେଳାଳି ହୋଇଛନ୍ତି। ପୂର୍ବରୁ କେବଳ ଦୁଇ ହକି ତାରକା ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କି (୨୦୦୪) ଏବଂ ଇଗ୍ନେସ ତିର୍କି (୨୦୧୦) ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।

ଝାଝାରିଆଙ୍କୁ ପଦ୍ମଭୂଷଣ, ନୀରଜଙ୍କୁ ପଦ୍ମଶ୍ରୀ
ଅନ୍ୟତମ ପାରା ଆଥ୍‌ଲେଟ୍‌ ଦେବେନ୍ଦ୍ର ଝାଝାରିଆଙ୍କୁ ପଦ୍ମଭୂଷଣ ପାଇଁ ମନୋନୀତ କରାଯାଇଥିଲା ବେଳେ ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଆଥ୍‌ଲେଟ୍‌ ଭାବେ ସ୍ବର୍ଣ୍ଣ ପଦକ ଜିତିଥିବା ଜାଭଲିନ୍‌ ତାରକା ନୀରଜ ଚୋପ୍ରା ପଦ୍ମଶ୍ରୀ ପାଇଁ ମନେୀନୀତ ହୋଇଛନ୍ତି। ପ୍ରମୋଦ ଭାଗତ (ପାରା ବ୍ୟାଡମିଣ୍ଟନ୍‌ ସ୍ବର୍ଣ୍ଣ ପଦକ ବିଜେତା), ସୁମିତ ଆଣ୍ଟିଲ୍ (ପାରା ଜାଭଲିନ୍‌‌), ଶଙ୍କର ନାରାୟଣ ମେନନ ଚଣ୍ଡାୟିଲ୍‌ (ସାମରିକ କଳା ମାଷ୍ଟର୍‌), ‌‌ଫୈଜଲ ଅଲୀ ଦାର (ସାମରିକ କଳା ପ୍ରଶିକ୍ଷକ), ବନ୍ଦନା କାଟାରିଆ (ମହିଳା ହକି), ଅବନୀ ଲେଖାର (ପାରା ଅଲିମ୍ପିକ୍ସ ପଦକ ବିଜୟିନୀ ବଂଧୁକଚାଳିକା), ବ୍ରହ୍ମାନନ୍ଦ ଶଙ୍ଖୱାଲକର (ଫୁଟ୍‌ବଲ୍‌ର) ପ୍ରମୁଖ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ