ମନୋରଞ୍ଜନ ରାଜ୍ୟ

ଓଡ଼ିଆ ଟେଲି ସିନେମା ‘କୁରୁକ୍ଷେତ୍ର’ର ନାୟିକା

ଓଡ଼ିଆ ଟେଲି ସିନେମା ‘କୁରୁ‌େକ୍ଷତ୍ର’। ଏହାର ପ୍ରଯୋଜନା କରିଛନ୍ତି କ୍ଷୀରୋଦ ପଟ୍ଟନାୟକ। ଅଶ୍ବିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ଦର୍ଶକ ଦେଖିସାରିଛନ୍ତି ପ୍ରଥମ ସିନେମା ‘ଦୁର୍ଗତିନାଶିନୀ’। ତାଙ୍କରି ନିର୍ଦ୍ଦେଶନାରେ ପୁଣି ପ୍ରସ୍ତୁତ ହେବାକୁଯାଉଛି ନୂଆ ଚଳଚ୍ଚିତ୍ର ‘କୁରୁ‌େକ୍ଷତ୍ର’। ଏଥିରେ ନେତା-ଅଭିନେତା ଆକାଶ ଦାସ ନାୟକ ନାୟକ ସାଜିଥିବା ବେଳେ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ତମନ୍ନା।

ପୂର୍ବରୁ ସେ ‘ଭାଇନା କ’ଣ କଲା ସେ’, ‘ବ୍ଲାକମେଲ୍’, ‘ପ୍ରେମ୍ କୁମାର’, ‘ଗୋଲମାଲ ଲଭ୍’, ‘ଲକିର ଲକ୍‌ଡାଉନ୍ ଲଭ୍ ଷ୍ଟୋରି’ ଓ ‘ନିଝୁମ ରାତିର ସାଥୀ’ ଆଦି ଚଳଚ୍ଚିତ୍ରରେ ପ୍ରମୁଖ ନାରୀ ଚରିତ୍ରରେ ଦେଖିବାକୁ ମିଳିଛନ୍ତି। ବିଜନେସ୍ ଆଡମିନିଷ୍ଟ୍ରେସନ୍‌ରେ ସ୍ନାତକ କରିଥିବା ବ୍ରହ୍ମପୁର ଝିଅ ତମନ୍ନା ବ୍ୟାସ ଟେଲି ରିୟାଲିଟି ସୋ’ ‘ରଜ କୁଇନ୍’ର ରନର୍ସଅପ୍ ହେଇଥିଲେ। ୨୦୧୫ରେ ‘ମୁଁ ବି ହେବି ହିରୋଇନ୍’ ମାଧ୍ୟମରେ ସେ ଓଲିଉଡ୍ ନିର୍ମାତା-ନିର୍ଦ୍ଦେଶକଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଏହାପରେ ‘ଜୋକର’ ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ