ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଆ ଉଦ୍ୟୋଗୀ ଚନ୍ଦ୍ରଭାନୁଙ୍କ ଶିକ୍ଷା ଷ୍ଟାର୍ଟଅପ୍ ‘ଗୋସିକୋ’

ଭୁବନେଶ୍ବର: ଓଡ଼ିଶାରେ ପାଠପଢ଼ିବା ସହ ପୁନେ, ବେଙ୍ଗାଲୁରୁ ଆଦି ସହରରେ ଗଣମାଧ୍ୟମ ଓ କର୍ପୋରେଟ୍ ଜଗତରେ ଦୀର୍ଘ ବର୍ଷ କାର୍ଯ୍ୟ କରିବା ପରେ ଉଦ୍ୟୋଗୀ ଚନ୍ଦ୍ରଭାନୁ ପାଟ୍ଟଯୋଶୀ ବେଙ୍ଗାଲୁରୁରେ ରହି ଆରମ୍ଭ କରିଛନ୍ତି ପ୍ରଯୁକ୍ତି ଭିତ୍ତିକ ଶିକ୍ଷା ଷ୍ଟାର୍ଟଅପ୍ ସଂସ୍ଥା ‘ଗୋସିକୋ’। ଏହା କଲେଜ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ଅନ୍‌ଲାଇନ୍ ମାଧ୍ୟମରେ ଯୋଗାଇ ଦେଉଛି। ‘ସମ୍ବାଦ’ ସହିତ ଆଲୋଚନା ବେଳେ ଶ୍ରୀ ପାଟ୍ଟଯୋଶୀ କହିଛନ୍ତି ଯେ ଓଡ଼ିଶାରେ ଯେହେତୁ ମୁଁ ପାଠ ପଢ଼ିଛି ତେଣୁ ସେଠାରେ ଅନେକ ପ୍ରତିଭାବାନ ଛାତ୍ରଛାତ୍ରୀ ଥିବା ମୁଁ ଜାଣିଛି। କିନ୍ତୁ ଆଇଆଇଟି, ଆଇଆଇଏମ୍ ଭଳି କିଛି ଶ୍ରେଷ୍ଠ ସ୍ତରର ଶିକ୍ଷାନୁଷ୍ଠାନକୁ ବାଦ ଦେଲେ ଅନ୍ୟ ଯେତେ ସବୁ ପ୍ରକାରର ଶିକ୍ଷାନୁଷ୍ଠାନ ଦେଶରେ ରହିଛି ସେଥିରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନେ ଗୁଣାତ୍ମକ ପାଠ୍ୟ ଉପକରଣ ପାଇବାରେ ଅସୁବିଧା ସାମ୍ନା କରନ୍ତି। ସେହି ଅଭାବକୁ ପୂରଣ କରିବା ଲାଗି ଆମେ ଗୋସିକୋ ଆରମ୍ଭ କରିଛୁ।

କର୍ପୋରେଟ୍ ଜଗତରେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିବା ସୋନମ ଚୌଧୁରୀଙ୍କ ସହ ମିଶି ସେ ଏହି ସଂସ୍ଥା ସ୍ଥାପନ କରିଛନ୍ତି। ଦେଶର ଏକ ହଜାରରୁ ଅଧିକ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ସହ ଯୋଡ଼ି ହୋଇ ଏହି ସଂସ୍ଥା ବିଶ୍ବବିଦ୍ୟାଳୟଗୁଡ଼ିକର ପାଠ୍ୟଖସଡ଼ା ଅନୁସାରେ ଗୁଣାତ୍ମକ ପାଠ୍ୟ ଉପକରଣ ପ୍ରସ୍ତୁତ କରିଛି। କଂପାନିର ୱେବସାଇଟ୍‌ ଓ ଆପ୍ ଜରିଆ‌ରେ ଛାତ୍ରଛାତ୍ରୀମାନେ ପାଠ୍ୟ ଉପକରଣଗୁଡ଼ିକୁ ହାସଲ କରିପାରିବେ। ସବ୍‌ସ୍କ୍ରିପ୍‌ସନ୍ ଜରିଆରେ କଂପାନି ଏହାର ଉପକରଣ ଯୋଗାଉଥିଲେ ମଧ୍ୟ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ନିଶୁଳ୍କ ରହିଛି। ଏବେ ରାଜ୍ୟର ପ୍ରାୟ ୧୦୦୦ ଛାତ୍ରଛାତ୍ରୀ ଗୋସିକୋ ସହ ଯୋଡ଼ି ହୋଇଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ୭-୮ଟି ବିଶ୍ବବିଦ୍ୟାଳୟ ଓ ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀଙ୍କ ନିକ‌ଟରେ ଏହା ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି