ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌! ଅଭିନୟ ପାଇଁ ରାତି ବିତାଇବା ସର୍ତ୍ତ

ଭୁବନେଶ୍ବର: ଓଲିଉଡ୍‌ରେ ପୁଣି କାଷ୍ଟିଂକାଉଚ୍‌। ଜଣେ ସିନେ-ନିର୍ଦ୍ଦେଶକଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଏବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ହଇଚଇ ସୃଷ୍ଟି କରିଛି। ଗଣମାଧ୍ୟମରେ ଖୁଲମ୍‌ଖୁଲା ଅଭିଯୋଗ କରିଥିବା ଯୁବତୀଜଣଙ୍କ କିନ୍ତୁ ଥାନା‌ର ଦ୍ବାରସ୍ଥ ହୋଇନଥିବା ଜଣାଯାଇଛି।

ଯୁବତୀଜଣଙ୍କ କହିଛନ୍ତି ଯେ ପାଖାପାଖି ଅଢ଼େଇ ବର୍ଷ ତଳେ ‘ଦର୍ପଣ’ ନାମକ ଏକ ଚଳଚ୍ଚିତ୍ରର ଅଡିସନ୍‌ ପାଇଁ ଫେସ୍‌ବୁକ୍‌ରେ ବିଜ୍ଞାପନ ଦିଆଯାଇଥିଲା। ସେଠାରେ ଦିଆଯାଇଥିବା ନମ୍ବରରେ ସେ ଯୋଗାଯୋଗ କରିବାରୁ ତାଙ୍କୁ ଅଡିସନ୍‌ ପାଇଁ ଭୁବନେଶ୍ବର ଡକାଯାଇଥିଲ। ସେ ଅଡିସନ୍‌ ଦେବାର ପରଦିନ ତାଙ୍କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ସେ ଅଡିସନ୍‌ରେ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଅପରପକ୍ଷ ବ୍ୟକ୍ତିଜଣଙ୍କ କହିଥିଲେ ଓ ନିଜକୁ ନିଜକୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବୋଲି ପରିଚୟ ଦେଇଥିଲେ। କିନ୍ତୁ ନାୟିକା ଭୂମିକା ପାଇବାକୁ ହେଲେ ତାଙ୍କୁ ନିର୍ଦ୍ଦେଶକଙ୍କ ସହ ରାତି ବିତାଇବାକୁ ପଡ଼ିବ ବୋଲି ସର୍ତ୍ତ ରଖାଯାଇଥିଲା। ଏଭଳି ଅଜବ ସର୍ତ୍ତରେ ରାଜି ନ ହୋଇ ଯୁବତୀଜଣଙ୍କ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ମନା କରିବା ସହ ଫୋନ୍‌ କାଟି ଦେଇଥିଲେ। କିନ୍ତୁ ପରେ ତାଙ୍କୁ ବିଭିନ୍ନ ନମ୍ବରରୁ ଫୋନ୍‌ କରି ଅଭିନୟ ଆଳରେ ପାଲରେ ପକାଇବାକୁ ଚେଷ୍ଟା କରାଯାଇଥିଲା। ଯୁବତୀ ସେମାନଙ୍କ ଉଦ୍ଦେଶ୍ୟ ଜାଣିବା ପରେ ଦୂରେଇ ଯାଇଥିଲେ।

ଗଣମାଧ୍ୟମରେ ମୁହଁ ଖୋଲିଲେ ଯୁବତୀ
ଅଡିସନ୍‌ରେ ସିଲେକ୍ଟ ପରେ ବି ମିଳିଲାନି ସୁଯୋଗ
ଫସିଛନ୍ତି ଅନେକ ଯୁବତୀ

ହେଲେ, ପାଖାପାଖି ୭ ଦିନ ତଳେ ନିର୍ଦ୍ଦେଶକଜଣଙ୍କ ପୁଣିଥରେ ଯୁବତୀଙ୍କୁ ଯୋଗାଯୋଗ କରିଥିଲେ। ନିଜର ଏକ କ୍ଷୁଦ୍ର ଚଳଚ୍ଚିତ୍ରର ଭିଡିଓ ଲିଙ୍କ୍‌କୁ ତାଙ୍କ ମେସେଞ୍ଜରକୁ ପଠାଇଥିଲେ। ଭିଡିଓଟି ଦେଖିବା ପରେ ଯୁବତୀଜଣଙ୍କ ତାଙ୍କୁ କିଛି ପ୍ରଶ୍ନ କରିବାରୁ ଏଥିରେ ନିର୍ଦ୍ଦେଶକ କ୍ଷୁବ୍ଧ ହୋଇଯାଇଥିଲେ। ମନଇଚ୍ଛା ତାଙ୍କୁ ଗାଳିମନ୍ଦ କରିବା ସହ ତାଙ୍କ ଚରିତ୍ର ସଂହାର କରିଥିଲେ। ଏହାକୁ ନେଇ ମେସେଞ୍ଜରର୍‌ ଚାଟ୍‌ରେ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଯୁବତୀଜଣଙ୍କ କହିଛନ୍ତି ‌ଯେ ଏମିତି ଅଭିନୟ କରାଇବା ନାଁରେ ନିର୍ଦ୍ଦେଶକଜଣଙ୍କ ଅନେକ ଯୁବତୀଙ୍କୁ ଶୋଷଣ କରିଛନ୍ତି। ଯେଉଁ ସବୁ ଚଳଚ୍ଚିତ୍ର ନାଁରେ ବିଜ୍ଞାପନ ଦେଇ ଯୁବତୀଙ୍କୁ ଫସାଉଛନ୍ତି, ସେଗୁଡ଼ିକ ଆଜି ପର୍ଯ୍ୟନ୍ତ ରିଲିଜ୍‌ ହୋଇନାହିଁ। ଏହା ପଛରେ ଏକ ରୢାକେଟ୍‌ କାମ କରୁଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ତେବେ ଗଣମାଧ୍ୟମ ଆଗରେ ଏତେ ବିଷୋଦ୍‌ଗାର କରିବା ପରେ ମଧ୍ୟ ଥାନାରେ ଅଭିଯୋଗ ନ ଦେବା, ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।