ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ ଯୋଗୁଁ ବଦଳିଲା ସରକାରୀ ନିଷ୍ପତ୍ତି ; ସ୍ଥଗିତ ରହିଲା ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ

ନୂଆଦିଲ୍ଲୀ : ପୁଣି ବିଳମ୍ବିତ ହେବ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ । ଓମିକ୍ରନ ସଂକ୍ରମଣ ବଢିବା ଦୃଷ୍ଟିରୁ ସରକାର ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନସେବାକୁ ସ୍ଥଗିତ ରଖିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ଙ୍କ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ଏହି ଟୁଇଟରେ କୁହାଯାଇଛି ଯେ ପରିବର୍ତ୍ତିତ ଅନ୍ତର୍ଜାତୀୟ ପରିସ୍ଥିତି ଉପରେ ନଜର ରଖାଯାଇଛି । ସବୁ ପକ୍ଷଙ୍କ ମତାମତ ନେଇ ସ୍ଥିତିର ସମୀକ୍ଷା କରାଯାଉଛି ଓ ଉପଯୁକ୍ତ ସମୟରେ ସିଡ୍ୟୁଲଡ ଅନ୍ତର୍ଜାତୀୟ ବିମାନସେବା ଆରମ୍ଭ ହେବା ସମ୍ପର୍କରେ ଘୋଷଣା କରାଯିବ ।

ଗତ ୨୬ ତାରିଖରେ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଆସନ୍ତା ଡିସେମ୍ବର ୧୫ରୁ ସିଡ୍ୟୁଲଡ ଅନ୍ତର୍ଜାତୀୟ ବିମାନସେବା ଆରମ୍ଭ ପାଇଁ ଘୋଷଣା କରିଥିଲେ ।

ଦେଶରେ କରୋନା ସଂକ୍ରମଣ ବ୍ୟାପିବା ପରେ ଗତ ବର୍ଷ ମାର୍ଚ୍ଚ ୨୩ରୁ ଭାରତରୁ ଅନ୍ତର୍ଜାତୀୟ ସିଡ୍ୟୁଲଡ୍ ବିମାନ ଚଳାଚଳ ବନ୍ଦ ରହିଛି । ତେବେ ୨୦୨୦ ମେ ମାସଠାରୁ ବନ୍ଦେ ଭାରତ ମିଶନ ଅଧିନରେ କେତେକ ବିମାନ ଚଳାଚଳ ହେଉଛି ଓ ୨୦୨୦ ଜୁଲାଇ ମାସଠାରୁ ଏୟାର ବବଲ ଆୟୋଜନ ମାଧ୍ୟମରେ କେତେକ ଦେଶ ସହ ସ୍ବତନ୍ତ୍ର ବିମାନ ଚଳାଚଳ ଜାରି ରହିଛି । ସେସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ବାଂଲାଦେଶ, ଆଫଗାନିସ୍ତାନ, ଆମେରିକା, ଫ୍ରାନ୍ସ, ଜର୍ମାନି, ଇରାକ, ମାଳଦ୍ବୀପ, ନେପାଳ, ଭୁଟାନ, ଜାପାନ, ୟୁଏଇ, କାତାର,ନେଦରଲାଣ୍ଡସ ଇତ୍ୟାଦି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ