ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ୍‌ ଟେନସନ୍‌: ଏହି ସବୁ ଦେଶରେ ଚିହ୍ନଟ ହୋଇଛନ୍ତି ନୂଆ କରୋନା ଭାରିଏଣ୍ଟ ସଂକ୍ରମିତ

ନୂଆଦିଲ୍ଲୀ ୨୯/୧୧: ପୁଣି ଘାତକ ହେବାକୁ ଯାଉଛି କରୋନା । ଭୂତାଣୁର ନୂଆ ରୂପ ନେଇ ଚିନ୍ତା ବଢ଼ିଥିବା ବେଳେ ବିଭିନ୍ନ ଦେଶରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ନୂଆ କରୋନା ଭାରିଏଣ୍ଟ ‘ଓମିକ୍ରନ୍‌’ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଏମିତି ଦେଶ ଯେଉଁଠି ଓମିକ୍ରନ୍‌ ମାମଲା ମିଳିସାରିଛି ।

ବୋଟସ୍‌ଓ୍ବାନା:

ରବିବାର ବୋଟସ୍‌ଓ୍ବାନାରେ ୧୯ ଟି ନୂଆ ଓମିକ୍ରନ୍‌ କୋଭିଡ ମାମଲା ମିଳିଛି । ବିଦେଶରୁ ଏହି ଭାରିଏଣ୍ଟ ଆସିଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଏଡଓ୍ବିନ୍‌ ଡିକୋଲୋଟି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଦକ୍ଷିଣ ଆଫ୍ରିକା

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଦକ୍ଷିଣ ଆଫ୍ରିକାରେ ମଧ୍ୟ ପହଞ୍ଚିଛି। ଦେଶରେ ନୂଆ ଭାରିଏଣ୍ଟ ଭୂତାଣୁର ସଂକ୍ରମଣ ବୃଦ୍ଧିକୁ ନେଇ ଭାଇରୋଲୋଜିଷ୍ଟ ତୁଲିଓ ଦି ଓଲିଭରିଆ କହିଛନ୍ତି, ଦୁଃଖରେ କହିବାକୁ ପଡ଼ୁଛି ଆମେ ଏକ ନୂଆ ଭୂତାଣୁ ଖୋଜି ପାଇଛୁ। ଯାହାକି ଦକ୍ଷିଣ କୋରିଆ ପାଇଁ ସତର୍କ ଘଣ୍ଟି ସାଜିଛି । ଦକ୍ଷିଣ ଆଫ୍ରିକାରେ ଯାତ୍ରୀଙ୍କ ଠାରେ ଏହି ଭାରିଏଣ୍ଟର ଭୂତାଣୁ ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଜୋ ପାହାଲ କହିଛନ୍ତି।

ବେଲଜିୟମ୍‌

ୟୁରୋପ ମହାଦେଶର ପ୍ରଥମ ଦେଶ ଭା​‌ବେ ବେଲଜିୟମ୍‌ରେ ନୂଆ ଭାରିଏଣ୍ଟ ସଂକ୍ରମଣ ଦେଖିବାକୁ ମିଳିଛି। ୟୁରୋପର ଅଧିକାଂଶ ଦେଶ ଚତୁର୍ଥ ଲହର ସହ ମୁକାବିଲା କରୁଥିବା ବେଳେ ବେଲଜିୟମରେ ନୂଆ ସଂକ୍ରମଣ ଚିହ୍ନଟ ନେଇ ଚିନ୍ତା ବଢ଼ିଛି ବୋଲି ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଫ୍ରାଙ୍କ ବାନ୍ଦେନବ୍ରୋକ୍‌ କହିଛନ୍ତି।

ହଙ୍ଗକଙ୍ଗ


ହଙ୍ଗକଙ୍ଗର ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ଯାତ୍ରୀଙ୍କ ଠାରେ ଓମିକ୍ରନ୍‌ ଭୂତାଣୁ ଚିହ୍ନଟ ହୋଇଛି। ଦୁଇ ଜଣ ଯାତ୍ରୀ ଯଥାକ୍ରମେ ଦକ୍ଷିଣ ଆଫ୍ରିକା ଏବଂ କାନାଡାରୁ ଫେରିଛନ୍ତି। ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଯାତ୍ରୀ ଏକ ଭାଲଭ୍‌ ଥିବା ମାସ୍କ ପିନ୍ଧିଥିଲେ। ସେଥିରୁ ତାଙ୍କ ପାଖରୁ ଭୂତାଣୁ ଯାଇ ପାଖ ରୁମ୍‌ରେ ଥିବା କାନାଡା ଫେରନ୍ତା ଯାତ୍ରୀଙ୍କୁ ସଂକ୍ରମିତ କରିଥାଇପାରେ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ମୁଖପାତ୍ର କହିଛନ୍ତି।

ଇସ୍ରାଏଲ୍‌

ନୂଆ କରୋନା ଭୂତାଣୁ ଜନିତ ସଂକ୍ରମଣ ମାମଲା ମିଳିଛି ବୋଲି ଶୁକ୍ରବାର ସୂଚନା ଦେଇଛି ଇସ୍ରାଏଲ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ। ମଲାଓ୍ବିରୁ ଫେରିଥିବା ଜଣେ ଇସ୍ରାଏଲ୍‌ ବ୍ୟକ୍ତିଙ୍କୁ ପରୀକ୍ଷା କରିବା ପରେ ତାଙ୍କ ଠାରେ ଓମିକ୍ରନ୍‌ କରୋନା ଭୂତାଣୁ ଥିବା ଜଣାପଡ଼ିଛି। ତାଙ୍କ ବ୍ୟତୀତ ଆହୁରି ଦୁଇଟି ମାମଲା ମିଳିଛି। ସେମାନେ ମଧ୍ୟ ବିଦେଶରୁ ଫେରିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ବ୍ରିଟେନ୍‌

ଦେଶରେ ଦୁଇ ଜଣ ଓମିକ୍ରନ କରୋନା ଭୂତାରୁ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ବ୍ରିଟେନ୍‌ ସରକାର ସୂଚନା ଦେଇଛନ୍ତି। ଦୁଇ ଜଣଙ୍କୁ ଏବେ ହୋମ ଆଇସୋଲେସନ୍‌ରେ ରଖାଯାଇଛି। B.1.1.521 ଭାରିଏଣ୍ଟ ଭୂତାଣୁ ଚିହ୍ନଟ ହେବା ପରେ ଦକ୍ଷିଣ ଆଫ୍ରିକାକୁ ଉଡ଼ାଣ ବାତିଲ କରିଛି ବ୍ରିଟେନ୍‌।

ଅନ୍ୟପଟେ ଏହି ସବୁ ଦେଶରେ ଓମିକ୍ରନ ଭାରିଏଣ୍ଟ ଭୂତାଣୁ ଚିହ୍ନଟ ହେବା ପରେ ଭାରତ ସରକାର ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ୍‌ ଜାରି କରିଦେଇଛନ୍ତି। ଡିସେମ୍ବର ପହିଲାରୁ ଲାଗୁ ହେବାକୁ ଯାଉଥିବା ଏହି ଗାଇଡଲାଇନ୍‌ ଅନୁସାରେ କେନ୍ଦ୍ର ସରକାର ୧୧ଟି ପ୍ରଭାବିତ ଦେଶର ଲିଷ୍ଟ ଜାରି କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ