ଦେଶ ବିଦେଶ ପର୍ଯ୍ୟଟନ ସ୍ୱାସ୍ଥ୍ୟ

ଓମିକ୍ରନ୍‌ ଆତଙ୍କ, ୧୧ ହଜାରରୁ ଅଧିକ ଫ୍ଲାଇଟ୍ କ୍ୟାନସଲ୍, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ବିଶ୍ୱରେ ଚିନ୍ତା ବଢ଼ାଉଛି ଓମିକ୍ରନ୍‌ ସଂକ୍ରମଣ । ଦିନକୁ ଦିନ ଏହି ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି । ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶରେ ଓମିକ୍ରନ ଆତଙ୍କ ମଧ୍ୟରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଥିଲାଗି ସରକାର କଟକଣା ଲାଗୁ କରିବାକୁ ବାଧ୍ୟ ହେଉଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶରେ ବିମାନ ଯାତ୍ରା ଉପରେ କଟକଣା ଜାରି କରାଯାଇଛି । ଗତ ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୧୧ ହଜାର ୫ଶହରୁ ଅଧିକ ବିମାନ ବାତିଲ କରାଯାଇଛି । ଗତକାଲି ୩ହଜାର ବିମାନ ବାତିଲ ହୋଇଥିବା ବେଳେ ଆଜି ୧୧ଶହରୁ ଅଧିକ ବିମାନ ବାତିଲ ହୋଇଛି । ୧୦ ହଜାରରୁ ଅଧିକ ବିମାନ ବିଳମ୍ବରେ ଚାଲିଥିବା ସୂଚନା ମିଳିଛି । ଏଥିଯୋଗୁଁ ବିଦେଶକୁ ଛୁଟି କଟାଇବାକୁ ଯାଇ ଭାରତ ଫେରିବାକୁ ଚାହୁଁଥିବା ଅନେକ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ୟୁରୋପ ଓ ଆମେରିକାରେ କୋଭିଡ୍‌ ସଂକ୍ରମଣ ବଢିବା ପରେ ବିମାନ ଯାତ୍ରା ଉପରେ କଟକଣା ଜାରି କରାଯାଇଛି । ସେହିପରି ଆମେରିକାର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ୍‌ ପକ୍ଷରୁ କୋଭିଡ୍‌ ଆକ୍ରାନ୍ତଙ୍କ ଆଇସୋଲେସନ ଅବଧିକୁ ହ୍ରାସ କରାଯାଇଛି । ଲକ୍ଷଣବିହୀନ କୋଭିଡ୍‌ ଆକ୍ରାନ୍ତ ଏବେ ୧୦ ଦିନ ବଦଳରେ ୫ଦିନ ଆଇସୋଲେସନ ରହିବେ । ଏହାପରେ ଅନ୍ୟମାନଙ୍କ ସହ ଥିବା ବେଳେ ୫ଦିନ ପର୍ଯ୍ୟନ୍ତ ଘରେ ବି ମାସ୍କ ପିନ୍ଧିବାକୁ କୁହାଯାଇଛି ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ