ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନରେ ଚାଲିଯାଉଛି କି ଘ୍ରାଣଶକ୍ତି? ଜାଣନ୍ତୁ କ’ଣ ଉତ୍ତର ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶର ଅନେକ ରାଜ୍ୟରେ ପ୍ରବେଶ କରି ବ୍ୟାପିବାରେ ଲାଗିଛି । ଏହା ସହ ଓମିକ୍ରନର ଅନେକ ଲକ୍ଷଣ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଓମିକ୍ରନରେ ଘ୍ରାଣଶକ୍ତି ଚାଲିଯାଉଛି କି ସର୍ବସାଧାରଣରେ ପ୍ରଶ୍ନ ଉଠିଛି । ଏହାର ଉତ୍ତର ଦେବାକୁ ଯାଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ‘କରୋନା ଓମିକ୍ରନ ଭାରିଆଣ୍ଟରେ ଲକ୍ଷଣ ବଦଳିଛି । ସ୍ମେଲ ଯାଉନି, ଅଧିକ ଜ୍ୱର ଓ ଥଣ୍ଡା ହେଉନି । ତଣ୍ଟି ଦରଜ, ତଣ୍ଟି ବସିବା ଅଧିକ ହେଉଛି । ରୋକିବାକୁ ହେଲେ ଟିକା ନେବା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବାକୁ ପଡିବ ।’

ତେବେ ଓଡ଼ିଶାରେ ଘାରିଛି ଓମିକ୍ରନ ଚିନ୍ତା । କଟକରେ ୨ ବିଦେଶ ଫେରନ୍ତା କରୋନା ଆକ୍ରାନ୍ତଙ୍କୁ ନେଇ ବଢ଼ିଛି ଚିନ୍ତା । ଉଭୟ ବ୍ୟକ୍ତି ନାଇଜେରିଆରୁ ଫେରିଛନ୍ତି ବୋଲି ଜଣାପଡିଛି । ସେମାନଙ୍କର ନମୂନାକୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବା ବୋଲି ଜିଲ୍ଲା ପ୍ରଶାସନ କହିଛି । ୨ ନାଇଜେରିଆ ଫେରନ୍ତାଙ୍କଠାରୁ ଆଉ ୫ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ