ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନକୁ ନେଇ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ? ଜାଣନ୍ତୁ ଓଡ଼ିଶାରେ କିପରି ରହିଛି ପ୍ରସ୍ତୁତି

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଧିରେ ଧିରେ ବ୍ୟାପିବାରେ ଲାଗିଲାଣି । ପ୍ରଥମରେ କର୍ଣ୍ଣାଟକ ଓ ଗୁଜରାଟ, ମହାରାଷ୍ଟ୍ର ପରେ ଏହା ଦିଲ୍ଲୀକୁ ବି ନିଜ କବଜାକୁ ନେବାରେ ଲାଗିଛି । ଓମିକ୍ରନକୁ ନେଇ ବିଭିନ୍ନ ରାଜ୍ୟ ନିଜ ନିଜର ଗାଇଡଲାଇନ୍ ସହିତ କଟକଣାକୁ କଡ଼ାକଡ଼ି କରିଛନ୍ତି । ଏହାରି ମଧ୍ୟରେ ଓମିକ୍ରନ ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଓମିକ୍ରନକୁ ନେଇ ‘ହୁ’ କିମ୍ବା ବିଶ୍ୱରେ ସାଂଘାତିକ ହେବା ସୂଚନା ନାହିଁ । ଏବେ ବି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି । ଚିହ୍ନିତ ଦେଶରୁ କିଛି ଲୋକ ଆସିଛନ୍ତି, ଯେଉଁମାନଙ୍କର ବିଶ୍ଲେଷଣ ଚାଲିଛି । ଯେଉଁମାନେ ଆସିଛନ୍ତି ସେମାନେ ଟେଷ୍ଟ କରାଇ ନେବା ଜରୁରୀ ।’

ତେବେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଦିଲ୍ଲୀରେ ପ୍ରବେଶ କରିଛି । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏନେଇ ସୂଚନା ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟର ପ୍ରଥମ ମାମଲା ଏଲଏନଜେପି ମେଡିକାଲରୁ ସାମ୍ନାକୁ ଆସିଛି । ତାଞ୍ଜାନିଆ ଫେରନ୍ତା ଯୁବକ ଓମିକ୍ରନ ସଂକ୍ରମିତ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ