ରାଜ୍ୟ

ଓପେଲଫେଡ୍‌ କେଳେଙ୍କାରୀ: ରେକର୍ଡ ରୁମ୍‌ରୁ ଟେଣ୍ଡର ଚୁକ୍ତି ଗାଏବ; ଠିକାଦାରଙ୍କୁ ବିଭାଗ ଦେବ ୫ କୋଟି

କଟକ : ଓପେଲଫେଡ୍‌ (ଓଡ଼ିଶା ଷ୍ଟେଟ୍‌ ପଲଟ୍ରି ପ୍ରଡକ୍ଟସ କୋଅପରେଟିଭ ମାର୍କେଟିଂ ଫେଡେରସନ୍ ଲିମିଟେଡ)ର କିଛି ଅସାଧୁ କର୍ମଚାରୀଙ୍କ ପାଇଁ ବିଭାଗ ଜଣେ ଠିକଦାରଙ୍କୁ ୫ କୋଟି ଟଙ୍କା ଗଣିବାକୁ ଯାଉଛି। ଠିକାଦାର ଓ ଓପେଲଫେଡ ମଧ୍ୟରେ ହୋଇଥିବା ଟେଣ୍ଡର ଏଗ୍ରିମେଣ୍ଟ୍‌ (ଚୁକ୍ତିନାମା) କାଗଜ ବିଭାଗୀୟ ରେକର୍ଡ ରୁମରୁ ଗ‌ାଏବ ହେବା ଯୋଗୁଁ ଟେଣ୍ଡର ଚୁକ୍ତିର ଦୁଇ ପୃଷ୍ଠାରେ କରାଯାଇଥିବା ଚଂଚକତା ଅଭିଯୋଗର ପ୍ରମାଣ ମିଳୁ ନାହିଁ। ଫଳରେ ଚୁକ୍ତିର ‘ଡିସପ୍ୟୁଟ୍ ରିଜୋଲ୍ୟୁସନ୍ରେ ବିବାଦ ହେଲେ କଣ କରାଯିବ ତାହାକୁ ଏବେ ବିଭାଗ ଦର୍ଶାଇ ପାରୁନାହିଁ। କିନ୍ତୁ କିଏ କେଉଁ ପରିସ୍ଥିତିରେ ରେକର୍ଡ ରୁମରୁ ଏଗ୍ରିମେଣ୍ଟ୍‌ କପି ଗାଏବ କରିଛନ୍ତି ତାହା ଧରା ପଡୁନାହିଁ। ଫଳରେ ବିଭାଗ ୫ କୋଟି ଟଙ୍କା ଗଣିବାକୁ ଯାଉଥିବା ବେଳେ ଏହା ପଛରେ ଏକ ବଡଧରଣର କେଳେଙ୍କାରୀ ଥିବା ନେଇ ସନ୍ଦେହ ବଢିବାରେ ଲାଗିଛି। ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ପାଣ୍ଠିରୁ ମିଳିଥିବା ଟଙ୍କାରେ କାମ ନ କରି ଏହାକୁ ଏଭଳି ଢଙ୍ଗରେ ହରିଲୁଟ୍ କରିବାର ଷଡ଼ଯନ୍ତ୍ର ସନ୍ଦେହ କରାଯାଉଛି। ସେପଟେ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ନିର୍ଦ୍ଦେଶକ ଏଭଳି ଏକ କେଳେଙ୍କାରୀର ତଦନ୍ତ ପାଇଁ ଭିଜିଲାନସ୍‌କୁ ଚିଠି ଲେଖିଥିଲେ ମଧ୍ୟ ଏହି ଘଟଣ‌ାର ତଦନ୍ତ ଆଗେଇ ପାରୁନାହିଁ। ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ପକ୍ଷରୁ ବିଭାଗୀୟ ତଦନ୍ତ କରାଯାଇ ଜଣେ ଆକଉଣ୍ଟାଣ୍ଟଙ୍କୁ ନିଲମ୍ବିତ କରି ପୁଣିଥରେ ଅବସ୍ଥାପିତ କରାଯାଇଥିବା ବେଳେ ତଦନ୍ତର କିନ୍ତୁ କୌଣସି ନିର୍ଯ୍ୟାସ ବାହାରି ପାରୁନାହିଁ।

ତଥ୍ୟ ମୁତାବକ, ୨୦୧୬-୧୭ରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ କୋରାପୁଟ ଜିଲ୍ଲା ଗଗନପୁରରେ ଏକ ପଲଟ୍ରି ପେଲେଟ୍‌ ଫିଡ୍‌ ମିଲ୍‌ ପ୍ରତିଷ୍ଠା କରିବାକୁ ୩ କୋଟି ୧୨ ଲକ୍ଷ ଟଙ୍କା ମଂଜୁର କରିଥିଲେ। ଏଥିପାଇଁ ଓଡ଼ିଶା ସରକାରଙ୍କ ଓପେଲଫେଡକୁ ଦାୟିତ୍ବ ଦିଆଯାଇଥିଲା। ଓପେଲଫେଡର ନିଜସ୍ବ ୧ କୋଟି ୯ ଲକ୍ଷ ଟଙ୍କାକୁ ମିଶାଇ ୪ କୋଟି ୨୧ ଲକ୍ଷ ଟଙ୍କାର ଏକ ଡିପିଆର ଓପେଲଫେଡ୍ ଦ୍ବାରା ପ୍ରସ୍ତୁତ କରାଯାଇଥିଲ‌ା। ଏପିପାଇଁ କଟକର ମିଶ୍ର ଇଂଜିନିୟର୍ସକୁ ପ୍ରକଳ୍ପ କନସଲଟାଣ୍ଟ୍ ଭାବେ ଦାୟିତ୍ବ ମିଳିଥିଲା। ଏ ନେଇ ଟେଣ୍ଡର (ବିଡ୍ ନଂ ୦୧/୧୫୮/ ଓପେଲଫେଡ-୨୦୧୬-୧୭) ଡକାଯାଇଥିବା ବେଳେ ଏଲ-୧ ବିଡର ଭାବେ ସଂଜୟ ମିଶ୍ରଙ୍କୁ ଚୟନ କରାଯାଇ କାମ ଦିଆଯାଇଥିଲା। ୨୦୧୭, ଏପ୍ରିଲ ୨୧ ତାରିଖରେ ଠିକାଦାର ଶ୍ରୀ ମିଶ୍ର ଓ ଓପେଲଫେଡ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଓଡ଼ିଶା ଟ୍ରାଇବାଲ ଏମ୍ପାୱାରମେଣ୍ଟ୍‌ ଓ ଲାଇଭଲି ହୁଡ୍‌ ମିସନ( ଓଟିଇଏଲପି) ପକ୍ଷରୁ ଡିପିଆର ପ୍ରସ୍ତୁତ କରାଯାଇଥିଲା। ମାତ୍ର ପରେ ଓପେଲଫେଡ ଓ ଠିକାଦାରଙ୍କ ମଧ୍ୟରେ ବିବାଦ ହେବାରୁ କାମ ହୋଇପାରିନଥିଲା। କିନ୍ତୁ ଠିକାଦର ତାଙ୍କ ପ୍ରାପ୍ୟ ପାଇଁ କୋର୍ଟଙ୍କ ଆଶ୍ରୟ ନେଇଥିଲେ।

ଅନ୍ୟପଟେ ଓପେଲ‌ଫେଡ୍ ଓ ଠିକାଦାରଙ୍କ ମଧ୍ୟରେ ହୋଇଥିବା ଟେଣ୍ଡର ଏଗ୍ରିମେଣ୍ଟ୍‌ କପିରେ ଚଂଚକତା ହୋଇଥିବ‌ା ନେଇ ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ଅଭିଯୋଗ କରିବା ସହିତ ଏହାର ତଦନ୍ତ ଦାବି କରିଥିଲେ। ପୃଷ୍ଠା ନମ୍ବର ୧୫୭ ଓ ୧୫୮ରେ ଚଂଚକତା କରାଯାଇଥିବା ଅଭିଯୋଗ କରିବା ପରେ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ନିର୍ଦ୍ଦେଶକ ଏହାର ବିଭାଗୀୟ ତଦନ୍ତ କରାଇଥିଲେ। ତଦନ୍ତ ବେଳେ ଟେଣ୍ଡର ଏଗ୍ରିମେଣ୍ଟର ବିକଳ୍କ କପି ‌ରେକର୍ଡ ରୁମ୍ କିମ୍ବା ଓପେଲଫେଡ ଏମଡିଙ୍କ ପାଖରେ ମିଳି ନଥିଲା। ଏହି ଘଟଣାକୁ ନେଇ ଓପେଲଫେଡର ଆକାଉଣ୍ଟାଣ୍ଟ୍‌ ପ୍ରଦୀପ କୁମାର ମହାପାତ୍ରଙ୍କୁ ୨୯.୩.୨୦୨୨ରେ ନିଲମ୍ବିତ କରାଯାଇଥିଲା। କିନ୍ତୁ ଏବେ ବିଭାଗର ଟେଣ୍ଡର ଏଗ୍ରିମେଣ୍ଟ୍ କପିରେ ଚଂଚକତା ହୋଇଛି କି ନାହିଁ ତାହା ସ୍ପଷ୍ଟ କରାଯାଇ ପାରୁ ନାହିଁ। ଏହାର ତଦନ୍ତ କରିବାକୁ ୨୦୨୨ ଏପ୍ରିଲ ୨୬ରେ ଭିଜିଲାନସକୁ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଥିଲା। କିନ୍ତୁ ଏଯାଏ ଏହାର ସୁଫଳ ମିଳି ପାରି ନଥିବାରୁ ଅଦାଲତର ଆଶ୍ରୟ ନେଇଥିବା ଠିକାଦାରଙ୍କୁ ଟଙ୍କା ଦେବା ଛଡ଼ା ବିଭାଗ ପାଖରେ ଅନ୍ୟ ବାଟ ନଥିବା କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।