ରାଜ୍ୟ

ଓଡ଼ିଶା ବାହାରେ ଓଡ଼ିଶା କୃଷି ସାମଗ୍ରୀ: ଧୀରେ ଧୀରେ କମୁଛି କେନ୍ଦ୍ରୀୟ ଅନୁଦାନ

୨୦୧୩ ମସିହାରେ ରାଜ୍ୟରେ ପ୍ରଥମ ଥର ପାଇଁ ୭୧୬୨ କୋଟିର ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପିତ ହୋଇଥିଲା। ୧୦ ବର୍ଷ ପରେ ଆଜିର ଚିତ୍ର ହେଉଛି ଏ କ୍ଷେତ୍ରରେ ବ୍ୟୟବରାଦ ପରିମାଣ ୨୪ ହଜାର ୮୨୯ କୋଟି ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ ୨୦୧୬ ମସିହାରେ ସରକାର କୃଷି ବିଭାଗର ନାମ ପରିବର୍ତ୍ତନ କରିଛନ୍ତି। କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ନୂଆ ନାଁ। ଏହି ଦୁଇଟି କ୍ଷେତ୍ରରେ ପରିବର୍ତ୍ତନ ପଛର ଯେଉଁ ଅସଲ ଉଦ୍ଦେଶ୍ୟ ହେଉଛି, ତାହା ହେଲା- କୃଷି ଉତ୍ପାଦନରେ ଅଭିବୃଦ୍ଧି ଘଟିବ ଏବଂ ଚାଷୀଙ୍କ ଆୟ ବହୁଗୁଣ ହେବ।

ସରକାରୀ ତଥ୍ୟ କହୁଛି, ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ଚାଉଳ ଉତ୍ପାଦନ ଅଢ଼େଇ ଗୁଣ ଅର୍ଥାତ ୪୬.୧୪ ଲକ୍ଷ ମେଟ୍ରିକ ଟନରୁ ୧୧୫ ଲକ୍ଷ ମେଟ୍ରିକ ଟନ ଛୁଇଁଛି। କପା ଉତ୍ପାଦନ ୧୦ ଗୁଣ ଅର୍ଥାତ ୬୫ ହଜାର ବେଲ୍ସରୁ ୬୬୫ ହଜାର ବେଲ୍ସରେ ପହଞ୍ଚିଛି। ୨୦ ବର୍ଷରେ ଖାଦ୍ୟଶସ୍ୟ ଉତ୍ପାଦନ ୬.୯୬ ମେଟ୍ରିକ ଟନରୁ ୧୦.୫୫ ଲକ୍ଷ ମେଟ୍ରିକ ଟନ ଏବଂ ପରିବା ଉତ୍ପାଦନ ୩ ଗୁଣ ଅର୍ଥାତ ୩୩.୩୭ ଲକ୍ଷ ମେଟ୍ରିକ ଟନରୁ ୯୮.୫୨ ଲକ୍ଷ ମେଟ୍ରିକ ଟନକୁ ବଢିଛି। କାଜୁ ନିଗମ ଜରିଆରେ ୧୦ ହେକ୍ଟର ଜମିରେ ପୁନଃ କାଜୁ ଗଛ ଲଗାଯାଇଛି। ଓଡ଼ିଶା କନ୍ଦମୂଳ, ଛତୁ ଉତ୍ପାଦନରେ ପ୍ରଥମ, ବାଇଗଣ, ବନ୍ଧାକୋବି, ପଣସରେ ଦ୍ବିତୀୟ, ତରଭୁଜ, ନଡ଼ିଆ, ଟମାଟୋରେ ପଞ୍ଚମ, ଫୁଲକୋବିରେ ଷଷ୍ଠ, ସପେଟାରେ ସପ୍ତମ ଏବଂ ଆମ୍ବ ଉତ୍ପାଦନରେ ନବମ ସ୍ଥାନରେ ରହିଛି।

କେବଳ ସେତିକି ନୁହେଁ, ଏଫସିଆଇକୁ ଧାନ ଯୋଗାଣରେ ଓଡ଼ିଶା ଚତୁର୍ଥ ଏବଂ କାଜୁ ଉତ୍ପାଦନରେ ତୃତୀୟ ସ୍ଥାନରେ ରହିଛି। ସରକାର ଚାଷୀଙ୍କୁ ୪୦ଟି ଜାତୀୟ ଏବଂ ଘରୋଇ ବ୍ୟାଙ୍କ ଜରିଆରେ ଦେଉଛନ୍ତି। ମିଲେଟ୍ ମିସନ ଅନ୍ତର୍ଗତରେ ୩୦ଟି ଯାକ ଜିଲ୍ଲାରେ ମିଲେଟ୍ ଚାଷ କରାଯାଇଛି। ରବିରେ ସରକାରଙ୍କ ପକ୍ଷରୁ ୬.୨୫ ଲକ୍ଷ କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଛି। ଜାତୀୟସ୍ତରରେ ଓଡ଼ିଶାର ମିଲେଟ୍, ଏସଏଚଜି ସଦସ୍ୟା ଏବଂ ଚାଷୀ ପ୍ରଶଂସିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ରେ ମଧ୍ୟ ଓଡ଼ିଶା ମିଲେଟ୍ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଗତ ଦେଢ଼ ବର୍ଷ ମଧ୍ୟରେ ମିଲେଟ୍ ନେଇ ଆଖିଦୃଶିଆ ଅଗ୍ରଗତି କରିଛି ଓଡ଼ିଶା। କୃଷକ ଓଡ଼ିଶା ପୋର୍ଟାଲ ଜରିଆରେ ୭୬.୩ ଲକ୍ଷ ଚାଷୀଙ୍କୁ ପଞ୍ଜୀକୃତ କରାଇବା କୃଷି ବିଭାଗ ପାଇଁ ବଡ଼ ସଫଳତା ବୋଲି ଓଡ଼ିଶା ଦାବି କରୁଛି। ଏହା ସତ୍ତ୍ବେ ଜଳବାୟୁ ପରିବର୍ତ୍ତନ, ଅମ୍ଳ ମାଟି, ଚାଷ ଖର୍ଚ୍ଚ ବୃଦ୍ଧି, ମାର୍କେଟ ଲିଙ୍କେଜ, ଚାଷୀଙ୍କ ଦକ୍ଷତା ଅଭିବୃଦ୍ଧି ଆଦି ଚାଷ ଏବଂ ଚାଷୀ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏଥିଯୋଗୁଁ ଅନେକ ଯୋଜନାର ଲାଭ ପହଞ୍ଚି ପାରୁନାହିଁ। କେନ୍ଦ୍ରୀୟ ଯୋଜନା ଅନୁଦାନ ହ୍ରାସ ରାଜ୍ୟ କୃଷି ବିଭାଗ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।