ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ପୁଲିସରେ ନାହାନ୍ତି ଆବଶ୍ୟକ ସନ୍ଧାନୀ କୁକୁର

କଟକ : ଓଡ଼ିଶା ପୁଲିସରେ ସନ୍ଧାନୀ କୁକୁର ଅଭାବ ଦେଖାଦେଇଛି। ରାଜ୍ୟର ୩୦ ଜିଲ୍ଲାରେ ୩୦ଟି ସନ୍ଧାନୀ କୁକୁର ନଥିବାରୁ ଅପରାଧ ଓ ଅପରାଧୀ ଚିହ୍ନଟରେ ବିଳମ୍ବ ହେଉଛି। ଘଟଣାସ୍ଥଳରେ କ୍ରାଇମ୍‌ ରିକ୍ରିଏସନ୍ ହେଉ ବା ଗତିବିଧି ଚିହ୍ନଟ; ସବୁ କିଛିରେ ଏବେ ବିଳମ୍ବ ଘଟୁଛି। ଅପରାଧ ଘଟିଲେ କଟକ-ଭୁବନେଶ୍ବରରୁ କୁକୁର ମଗାଯାଉଛି। ପର୍ବପର୍ବାଣୀ, ଉତ୍ସବରେ ମଧ୍ୟ ଆବଶ୍ୟକ ସନ୍ଧାନୀ କୁକୁର ନିୟୋଜିତ କରାଯାଇ ପାରୁ ନାହିଁ। ଆବଶ୍ୟକସଂଖ୍ୟକ ପ୍ରଶିକ୍ଷିତ କୁକୁର (ସନ୍ଧାନୀ) ନ ଥିବାରୁ ପୁଲିସ ଅପରାଧୀଙ୍କ ପାଖରେ ପହଞ୍ଚିବାରେ ବିଳମ୍ବ ହେଉଛି। କ୍ରାଇମ୍‌ବ୍ରାଞ୍ଚ୍‌ ସଫଳତା ରାସ୍ତାରେ ପ୍ରଶିକ୍ଷିତ ସନ୍ଧାନୀ କୁକୁର ଅଭାବ ଏବେ କଣ୍ଟା ସାଜିଛି।

Times of India

ସଦ୍ୟ ତଥ୍ୟ ମୁତାବକ, ଏବେ ସମୁଦାୟ ୩୦ଟି ଜିଲ୍ଳା ମଧ୍ୟରୁ ୧୯ ଜିଲ୍ଲାରେ ମୋଟ ୨୫ଟି ସନ୍ଧାନୀ କୁକର ଥିବା ବେଳେ ୧୧ ଜିଲ୍ଲାରେ ସନ୍ଧାନୀ କୁକୁର ନ ଥିବା ଜଣାପଡିଛି। ବିନା କୁକୁରରେ ଏହି ଜିଲ୍ଲାମାନଙ୍କରେ କାମ ଚାଲୁଛି। ଅବଶ୍ୟ ଏହି ପରିପ୍ରେକ୍ଷୀରେ ଓଡ଼ିଶା ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଗତବର୍ଷ ନୂଆକରି ୨୩ଟି ବେଲିଜିଆନ୍ ମିଲେନ୍‌ସ୍‌ ପ୍ରଜାତିର ୨୩ଟି କୁକୁର କେ-୯ ସ୍କ୍ବାଡ୍‌ରେ ସାମିଲ କରିଛି। ସ୍ବତନ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ଓ ଇଣ୍ଡୋ ତିବତିଆନ୍‌ ବର୍ଡର୍‌ ପୁଲିସ୍‌ରୁ ଏହି ବ୍ରିଡ୍‌ର କୁକୁର କିଣାଯାଇ ଏବେ ପ୍ରଶିକ୍ଷଣ ଦିଆଯାଉଛି। ଏହି ପ୍ରଜାତିର କୁକୁର ଏବେ ଓଡ଼ିଶା ପୁଲିସ ପାଇଁ ବେଶ୍‌ ସହାୟକ ହୋଇପାରିଛି।
ରାଜ୍ୟରେ ୨୩ଟି ବେଲିଜିଆନ୍ ପ୍ରଜାତିର କୁକୁରଙ୍କୁ ମିଶାଇ ଏବେ ୧୨ଟି ଜର୍ମାନ୍‌ ସେଫର୍ଡ, ୯ଟି ଲାବ୍ରାଡୋର୍‌, ୧ଟି ଡୋବର୍‌ମ୍ୟାନ୍ ସନ୍ଧାନୀ କୁକୁର ରହିଛି।

ତେବେ ଓଡ଼ିଶା ପୁଲିସରେ ଅତିକମ୍‌ରେ ୨୦୦ ସନ୍ଧାନୀ କୁକୁର ଆବଶ୍ୟକ ଥିବା ଜଣେ ଅଧିକାରୀ କହିଛନ୍ତି। ‌ଏବେ ଭଲ ପ୍ରଜାତିର କୁକୁରଙ୍କୁ ସ‌ାମିଲ କରାଯାଇଛି। ତେ‌ବେ‌ ଏହି ସଂଖ୍ୟା ବଢ଼ିଲେ ଭଲ। ପ୍ରତି ଜିଲ୍ଲାରେ ଅପରାଧୀ ଚିହ୍ନଟ ପାଇଁ ଅତିକମ୍‌ରେ ୨ଟି ଲେଖାଏ ସନ୍ଧାନୀ କୁକୁର ଆବଶ୍ୟକ ଥିବା ବେଳେ ରାଜ୍ୟର ୧୧ଟି ଜିଲ୍ଲାରେ ଆଦୌ କୁକୁର ନଥିବାରୁ ଏବେ ସମସ୍ୟା ଉପୁଜିଛି। ମାଓ ପ୍ରବଣ ଅଞ୍ଚଳ ହେଉ ବା ଅନ୍ୟ ସନ୍ଦିଗ୍ଧ ସ୍ଥାନରେ ବିସ୍ଫୋରକ ସାମଗ୍ରୀ ସନ୍ଧାନ କରିବା ଓ ଅପରାଧୀଙ୍କ ଗତିବିଧି ଜାଣିବା ପାଇଁ ପୁଲିସବାହିନୀ ପାଇଁ ଯଥେଷ୍ଟସଂଖ୍ୟକ ସନ୍ଧାନୀ କୁକୁରର ଆବଶ୍ୟକତା ରହିଛି। ରାଜ୍ୟର ନବରଙ୍ଗପୁର, ନୟାଗଡ଼, ସୋନପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ସମେତ କେତେକପ୍ରମୁଖ ଜିଲ୍ଲାରେ ସନ୍ଧାନୀ କୁକୁର ନଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।