ରାଜ୍ୟ

ଓଡ଼ିଶା ଜଙ୍ଗଲରେ କଳା ବାଘ ପରିବାର

ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘ ପରିବାର। ୪ଟି ବିରଳ କଳା ବାଘ ଜଙ୍ଗଲରେ ଏକାଠି ବୁଲୁଥିବା ବନ ବିଭାଗ କ୍ୟାମେରାରେ କଏଦ ହୋଇଛି। ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏନେଇ ଏକ ଭିଡିଓ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଓଡ଼ିଶା ଜଙ୍ଗଲରେ ବିରଳ ମେଲାନିଷ୍ଟକ୍‌ ବାଘଙ୍କ ପରିବାରର ଦୃଶ୍ୟ ବିରଳରୁ ଅତିବିରଳ ବୋଲି ଶ୍ରୀ ନନ୍ଦ ଲେଖିଛନ୍ତି।

ଶିମିଳିପାଳ ଅଭୟାରଣ୍ୟାରେ ହିଁ କେବଳ ୧୦ଟି ମେଲାନିଷ୍ଟକ୍‌ ବାଘ ରହିଥିବା ନେଇ ଡିସେମ୍ବରରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ସଂସଦରେ ସୂଚନା ଦେଇଥିଲେ। ସେହି ଦୃଷ୍ଟିରୁ ଏହି ବାଘ ପରିବାର ଶିମିଳିପାଳର ହୋଇଥିବା ସ୍ପଷ୍ଟ। ପୂର୍ବରୁ ଓଡ଼ିଶା ଜଙ୍ଗଲରେ କଳା କଲରାପତରିଆ ବାଘ ନଜରକୁ ଆସିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।