ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ ଡି ଶିବୁଲାଲଙ୍କ ଫାଉଣ୍ଡେସନର ଶିକ୍ଷା ବୃତ୍ତି

ଭୁବନେଶ୍ବର : ‌ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ଏସ୍‌ ଡି ଶିବୁଲାଲ ଓ କୁମାରୀ ଶିବୁଲାଲଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ସରୋଜିନୀ ଦାମୋଦରନ୍ ଫାଉଣ୍ଡେସନ (ଏସ୍‌ଡିଏଫ୍‌) ପକ୍ଷରୁ ଓଡ଼ିଶାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ‌‌ବର୍ଗର ଛାତ୍ରଛାତ୍ରୀମାନଙ୍କ ଲାଗି ବିଦ୍ୟାଧନ ୨୦୨୩ ଶିକ୍ଷା ବୃତ୍ତି ଘୋଷଣା କରାଯାଇଛି। ଏହି ଶିକ୍ଷା ବୃତ୍ତି ଲାଗି ଫାଉଣ୍ଡେସନ ପକ୍ଷରୁ ଆବେଦନ ଆହ୍ବାନ କରାଯାଇଛି।

ଯେଉଁ ଛାତ୍ରଛାତ୍ରୀମାନଙ୍କ ପରିବାରର ବାର୍ଷିକ ଆୟ ୨ ଲକ୍ଷ ଟଙ୍କାରୁ କମ୍ ସେମାନେ ଏଥିପାଇଁ ଆବେଦନ କରିପାରିବେ। ଯେଉଁମାନେ ଦଶମ ପରୀକ୍ଷାରେ ୮୦% ନମ୍ବର ରଖି ପାସ୍ ହୋଇଛନ୍ତି ଓ ଓଡ଼ିଶାରେ ଯୁକ୍ତ ଦୁଇ ପଢ଼ିବାକୁ ଚାହୁଛନ୍ତି ସେହି ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ। ଫାଉଣ୍ଡେସନ ପକ୍ଷରୁ ବାର୍ଷିକ ୧୦ ହଜାର ଟଙ୍କାରୁ ୬୦ ହଜାର ଟଙ୍କାର ବୃତ୍ତି ପ୍ରଦାନ କରାଯିବ। ଜୁଲାଇ ୨୩ ସୁଦ୍ଧା ଛାତ୍ରଛାତ୍ରୀମାନେ www.vidyadhan.org ଜରିଆରେ ଅନଲାଇନ୍‌ରେ ଆବେଦନ କରିପାରିବେ। ସେମାନେ ଇ-ମେଲ୍‌ ପଠାଇପାରିବେ କିମ୍ବା ୯୬୬୩୫୧୭୧୩୧ ନମ୍ବରରେ ଯୋଗଯୋଗ ବି କରିପାରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି