ରାଜ୍ୟ

ଓଡ଼ିଶା କେନ୍ଦୁପତ୍ର ଉପରେ ଛତିଶଗଡ଼ର ଆଖି: ଜୀବିକା ହରାଇବେ ଓଡ଼ିଆ ଶ୍ରମିକ

ନୂଆପଡ଼ା: ଓଡ଼ିଶା ସୀମାନ୍ତରେ ଏବେ ଛତିଶଗଡ଼ ଅଞ୍ଚଳର କେନ୍ଦୁପତ୍ର ତୋଳାଳି ମାତିଛନ୍ତି। ଏମାନେ ବହୁସଂଖ୍ୟାରେ ଓଡ଼ିଶା ସୀମାକୁ ଅନୁପ୍ରବେଶ କରି କେନ୍ଦୁପତ୍ର ତୋଳି ନେଉଛନ୍ତି। ଫଳରେ ଏ ଅଞ୍ଚଳରୁ ପ୍ରତିବର୍ଷ କେନ୍ଦୁପତ୍ର ତୋଳୁଥିବା ଓଡ଼ିଆ ଶ୍ରମିକମାନଙ୍କ ହାତରେ ଆଉ କିଛି ଲାଗୁନାହିଁ। ଯଦ୍ବାରା ସେମାନେ ଜୀବିକା ହରାଇବା ଆଶଙ୍କା ଦେଖାଦେଇଛି। ପୁଣି ଓଡ଼ିଶା ସରକାର ବି ରାଜସ୍ବ ହରାଇବା ଥୟ। ଏହାସତ୍ତ୍ବେ ଓଡ଼ିଶା କେନ୍ଦୁପତ୍ର ବିଭାଗ ଏଥିପ୍ରତି ଆଖି ବୁଜିଦେଇଥିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ନୂଆପଡ଼ା ଜିଲ୍ଲାର ନୂଆପଡ଼ା, କୋମନା ଓ ସିନାପାଲି ବ୍ଲକ୍‌ ସୀମାନ୍ତରେ ଛତିଶଗଡ଼ ରାଜ୍ୟ ଅବସ୍ଥିତ। ଏହି ବ୍ଲକ୍‌ର ଭରୁଆମୁଣ୍ଡା, ଅମାନାରା, ଧରମବନ୍ଧା,
ମୋଟାନୂଆପଡ଼ା, ବେଲଟୁକୁରୀ, କୋମନା ବ୍ଲକ୍‌ ସୁନାବେଡ଼ା, ସୋସେଙ୍ଗ, କେରମେଲି, ସିନାପାଲି ବ୍ଲକ୍‌ର ନଙ୍ଗଲବୋଡ଼, ଘାଟମାଳ ଓ ନୂଆମାଳପଡ଼ା, କୁସୁମଯୋର, ଝାରବନ୍ଧ  ଗ୍ରାମପଞ୍ଚାୟତ ଅବସ୍ଥିତ। ଏହି ପଞ୍ଚାୟତ ଅଞ୍ଚଳରେ ଉନ୍ନତମାନର କେନ୍ଦୁପତ୍ର ମିଳିଥାଏ। ହେଲେ, ଛତିଶଗଡ଼ ପ୍ରଶାସନ ନିଜଅଞ୍ଚଳର ତୋଳାଳିଙ୍କୁ ଲଗାଇ ଏଠାରୁ କେନ୍ଦୁପତ୍ର ସଂଗ୍ରହ କରୁଛି। ଫଳରେ, ଓଡ଼ିଶାର ତୋଳାଳିମାନେ ବଞ୍ଚିତ ହେଉଛନ୍ତି। ଏହି ଅଞ୍ଚଳରୁ ପ୍ରତ୍ୟହ ପ୍ରଚୁର ପରିମାଣର କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ଓଡ଼ିଶା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଫଳରେ, ଛତିଶଗଡ଼ ସରକାର ଓ ତୋଳାଳି ମାଲାମାଲ ହେଉଥିବା ବେଳେ ଓଡ଼ିଶା ସରକାର ରାଜସ୍ବ ହରାଉଥିବା ମନେହେଉଛି।

ଓଡ଼ିଶାର କେନ୍ଦୁପତ୍ର ତୋଳାଳିମାନଙ୍କ କହିବା ହେଲା, ଛତିଶଗଡ଼ ଅଞ୍ଚଳର ତୋଳାଳି ଭୋର୍‌ରୁ ଆସି ସବୁ ନେଇ ଯାଉଛନ୍ତି। ଫଳରେ, ଆମକୁ ଆଉ ଉନ୍ନତ ମାନର ପତ୍ର ମିଳୁ ନାହିଁ। ଛତିଶଗଡ଼ ପ୍ରଶାସନ ତରଫରୁ ଗୋଟିଏ ବିଡ଼ାରେ ୫୨ଟି କେନ୍ଦୁପତ୍ର ବନ୍ଧାଯାଏ। ଗୋଟିଏ ବିଡ଼ାକୁ ୪ ଟଙ୍କା ହିସାବରେ ୧୦୦ ବିଡ଼ାକୁ ୪୦୦ ଟଙ୍କା ସହ ବୋନସ୍‌ ବାବଦରେ ଟଙ୍କା ଦିଆଯାଉଛି। ହେଲେ, ଓଡ଼ିଶାରେ ଗୋଟିଏ ବିଡ଼ାରେ ୪୪ଟି ପତ୍ର ବନ୍ଧାଯାଏ। ଯାହା ୧୦୦ ବିଡ଼ାକୁ ୨୮୦ ଟଙ୍କା ସହିତ କିଛି ବୋନସ୍‌ ଟଙ୍କା ଦିଆଯାଉଛି। ଉକ୍ତ ବୋନସ୍‌ ପତ୍ର ସଂଗ୍ରହ ଆଧାରରେ ଦିଆଯାଏ। ଚଳିତବର୍ଷ କେତେ ବୋନସ୍‌ ମିଳିବ ତାହାର ବି ଠିକଣା ନାହିଁ ବୋଲି ଓଡ଼ିଶା ତୋଳାଳିମାନେ ପ୍ରକାଶ କରିଛନ୍ତି। ଏଥିପ୍ରତି ଓଡ଼ିଶା ପ୍ରଶାସନ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ନେବାକୁ ସେମାନେ ଦାବିକରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।