ରାଜ୍ୟ

ଓଡ଼ିଶାରେ ହେଉନି ଆଳୁ ବିହନ ଉତ୍ପାଦନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: ଓଡ଼ିଶାକୁ ବାର୍ଷିକ ୩୫ ହଜାର ଟନ୍‌ ଆଳୁ ବିହନର ଆବଶ୍ୟକତା ଥାଏ। ମାତ୍ର ରାଜ୍ୟର ନିଜସ୍ବ ଉତ୍ପାଦନ ନଥିବାରୁ ସମୁଦାୟ ଆବଶ୍ୟକତା ପଞ୍ଜାବରୁ ପୂରଣ କରାଯାଏ। ଏଥିପାଇଁ କେଜି ପିଛା ବିହନ ଦର ୪୦ ଟଙ୍କା ହେବା ସହିତ ଠିକ ସମୟରେ ମିଳେ ନାହିଁ। ଆଳୁ ବିହନରେ ଆତ୍ମନିର୍ଭରଶୀଳ ହେବା ପାଇଁ ଅନ୍ତର୍ଜାତୀୟ ଆଳୁ କେନ୍ଦ୍ରର ସହାୟତାରେ ରାଜ୍ୟର ୧୫ ଜଣିଆ ଚାଷୀ ଏବଂ କୃଷି କର୍ମଚାରୀ ପ୍ରତିନିଧି ଦଳ ହରିୟାଣାର କର୍ଣ୍ଣଲ ଯାଇ ଆଳୁ ବିହନ ଉତ୍ପାଦନ ସ୍ଥିତି ଦେଖିଛନ୍ତି। ଓଡ଼ିଶାରେ ଆଳୁ ବିହନ ଉତ୍ପାଦନ କିଭଳି ହେବ ଏହାକୁ ନେଇ ପ୍ରଶିକ୍ଷଣ ନେଉଛନ୍ତି।

ଅନ୍ତର୍ଜାତୀୟ ଆଳୁ କେନ୍ଦ୍ରର ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ସମରେନ୍ଦୁ ମହାନ୍ତି ସୂଚନା ଅନୁସାରେ, ଓଡ଼ିଶା ଆଳୁ ଉତ୍ପାଦନ ବାରମ୍ବାର ବିଫଳ ହେବାର ମୁଖ୍ୟ କାରଣ ହେଲା ଆଜି ପର୍ଯ୍ୟନ୍ତ ଏହି ରାଜ୍ୟ ବିହନ ନେଇ ଆତ୍ମନିର୍ଭରଶୀଳ ହୋଇପାରି ନାହିଁ। ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ବିହନ ପଞ୍ଜାବରୁ ଆସୁଥିବାରୁ ଖର୍ଚ୍ଚ ବଢିଯାଏ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟ ସରକାର ୪ ବର୍ଷ ମଧ୍ୟରେ ଆଳୁ ବିହନ ଉତ୍ପାଦନ ୭୫ ହଜାର ଟନ‌୍ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଦୁଇ ବର୍ଷ ହେଲା ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଡେରାସରେ ଆଳୁ ଗବେଷଣା କେନ୍ଦ୍ର ପକ୍ଷରୁ ଏବଂ ଅନୁଗୁଳରେ କିଛି ଚାଷୀଙ୍କ ପକ୍ଷରୁ ଆଳୁ ବିହନ ଚାଷ ଆରମ୍ଭ ହୋଇଛି।
ବିଶେଷଜ୍ଞଙ୍କ କହିବା ଅନୁସାରେ, ରାଜ୍ୟରେ ଚାଷୀଙ୍କୁ ଠିକ ସମୟରେ ବିହନ ମିଳିପାରେ ନାହିଁ।

୨୦୨୨ ନଭେମ୍ବର ପ୍ରଥମ ସପ୍ତାହରେ ଆସିବାକୁ ଥିବା ବିହନ ଶେଷ ସପ୍ତାହ ବେଳକୁ ରାଜ୍ୟରେ ପହଞ୍ଚିଥିଲା। ଡିସେମ୍ବରରେ ଚାଷୀଙ୍କ ହାତକୁ ଆସିଥିଲା। ଆଳୁ ଚାଷ ପ୍ରୋତ୍ସାହନ ପାଇଁ ସମୁଦାୟ ଖର୍ଚ୍ଚର ୪୦ ପ୍ରତିଶତ ଅର୍ଥାତ ହେକ୍ଟର ହିସାବରେ ସର୍ବାଧିକ ୫୮ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ସରକାର ଚାଷୀଙ୍କୁ ଦେଇଥାଆନ୍ତି। ଏଥିରୁ ବିହନରେ ୭୫ ପ୍ରତିଶତ ରିହାତି ରହିଛି। ତେଣୁ ବିଳମ୍ବରେ ବିହନ ଯୋଗାଣ କେବଳ ଚାଷୀ ନୁହେଁ ସରକାର ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। ୨୦୧୫ ମସିହାରେ ରାଜ୍ୟ ସରକାର ଆଳୁ ମିସନ ଆରମ୍ଭ କରି ଅତି ଶୋଚନୀୟ ଭାବରେ ବିଫଳ ହେଲେ। ସେତେବେଳେ ୧୫ ହଜାର ହେକ୍ଟର ଜମିରେ ଆଳୁ ଚାଷ କରାଯାଇଥିଲା। ୨୦୧୭ ସୁଦ୍ଧା ୬୦ ହଜାର ହେକ୍ଟରରେ ଚାଷ କରି ୧୧.୨୫ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ୨୦୨୨ ମସିହାରେ ମଧ୍ୟ ଓଡ଼ିଶା ୧୫ ହଜାର ହେକ୍ଟର ଆଳୁ ଚାଷ କରି ୨.୫ ଲକ୍ଷ ମେଟ୍ରିକ୍‌ ଟନ ଉତ୍ପାଦନ କରିପାରୁଛି। ଅର୍ଥାତ ୨୦୧୭ ମସିହାର ଲକ୍ଷ୍ୟ ହାସଲ ଆଜି ବି ଦିବାସ୍ବପ୍ନ ଭଳି ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।