ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ମହିଳା ବିରୋଧୀ ଦଣ୍ଡାଦେଶ ହାର ଜାତୀୟ ହାରଠାରୁ କମ୍

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ଭୁବନେଶ୍ବର : କ୍ରାଇମ ଇନ ଇଣ୍ଡିଆ-୨୦୨୧ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ମହିଳା ବିରୋଧୀ ଅପରାଧରେ ଜାତୀୟସ୍ତରରେ ଦଣ୍ଡାଦେଶ ହାର ୨୬.୬ ପ୍ରତିଶତ। ରାଜ୍ୟରେ ଏହା ୮.୩ ପ୍ରତିଶତ ରହିଥିବା ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବେହେରା କହିଛନ୍ତି ଯେ ୨୦୨୦ରେ ୨୭,୮୧୦, ୨୦୨୧ରେ ୩୫,୩୨୬ ଓ ୨୦୨୨ରେ ୨୭,୯୬୪ ମହିଳା ବିରୋଧୀ ମାମଲା ରାଜ୍ୟରେ ପଞ୍ଜିକୃତ ହୋଇଛି। ୨୦୨୨ ମସିହାରେ ମହିଳା ବିରୋଧୀ ଅପରାଧର ଅଭିଯୋଗ ସଂଖ୍ୟା ପୂର୍ବବର୍ଷ ତୁଳନାରେ ହ୍ର‌ାସ ପାଇଛି। ମହିଳାମାନଙ୍କ ବିରୋଧରେ ଘଟୁଥିବା ଗୁରୁତ୍ବପୂର୍ଣ୍ଣ ଅପରାଧରେ ତଦନ୍ତକୁ ସଫଳତାର ସହ ପରିଚାଳନା କରିବା ପାଇଁ ଏହି ମାମଲାଗୁଡ଼ିକୁ ରେଡ୍ ଫ୍ଲାଗ୍ ମାମଲାର ପର୍ଯ୍ୟାୟଭୁକ୍ତ କରାଯାଇଛି। ରେଡ୍ ଫ୍ଲାଗ୍ ମାମଲାରେ ଦୋଷୀ ସାବ୍ୟସ୍ତ ହାର ଜାତୀୟ ସ୍ତରରେ ୨୬.୬ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୩୮.୫୨ ପ୍ରତିଶତ ରହିଛି।

ରାଜ୍ୟ ସରକାର ମହିଳା ବିରୋଧୀକୁ ସର୍ବଦା ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଅନ୍ୟ ରାଜ୍ୟମାନଙ୍କରେ ମହିଳା ବିରୋଧୀ ଅପରାଧର ପଞ୍ଜୀକରଣ କଷ୍ଟସାଧ୍ୟ ହୋଇଥିବା ସ୍ଥଳେ ରାଜ୍ୟ ସରକାର ଏପରି ମାମଲାଗୁଡ଼ିକର ତୁରନ୍ତ ପଞ୍ଜୀକରଣ, ଦକ୍ଷତାର ସହ ତଦନ୍ତ ସଂପାଦନ, ମାମଲା ପରିଚାଳନା ଓ ପୀଡ଼ିତାମାନଙ୍କୁ ଶୀଘ୍ର କ୍ଷତିପୂରଣ ରାଶି ଓ ନ୍ୟାୟ ପ୍ରଦାନ କରିବାକୁ ଗୁରୁତ୍ବ ଦେଉଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।