ଅପରାଧ ରାଜ୍ୟ

ଓଡ଼ିଶାରେ ବଢୁଛି ମହିଳା ବିରୋଧୀ ଅପରାଧ, ୨୦୨୦ ତୁଳନାରେ ୨୧ରେ ବୃଦ୍ଧି ପାଇଁ ସବୁପ୍ରକାର ହିଂସା

ଭୁବନେଶ୍ୱର ୧୯।୦୭: ଓଡ଼ିଶାରେ ବଢୁଛି ମହିଳା ବିରୋଧୀ ଅପରାଧ। ଦିନକୁ ୨୯ରୁ ଅଧିକ ମହିଳାଙ୍କ ସମ୍ମାନହାନି ହେଉଥିବା ବେଳେ ୧୬ରୁ ଅଧିକ ମହିଳାଙ୍କୁ ଅପହରଣ ଓ ୭ରୁ ଅଧିକ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର । ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ସବୁପ୍ରକାରର ହିଂସା ବୃଦ୍ଧି ପାଇଛି ବୋଲି ବିଧାନସଭାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଲିଖିତ ଭାବେ ଉତ୍ତର ଦେଇଛନ୍ତି ।

ସେହି ଲିଖିତ ଉତ୍ତରରେ ଆହୁରୀ ମଧ୍ୟ କୁହାଯାଇଛି ଯେ, ୨୦୨୨ ଜାନୁୟାରୀରୁ ଏପ୍ରିଲ ୩୦ତାରିଖ ମଧ୍ୟରେ ରାଜ୍ୟରେ ୧୯୮୩ଟି ଅପହରଣ ଓ ୮୬୮ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ଏହାବାଦ୍‌୨୦୨୦ ମସିହାରେ ୨୯୮୪ଟି , ୨୦୨୧ରେ ୩୩୨୭ଟି ଓ ୨୦୨୨ ଏପ୍ରିଲ ୩୦ ତାରିଖ ମଧ୍ୟରେ ୮୬୮ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି ।

ସେହିପରି୨୦୨୦ ମସିହାରେ ୭୯୩୭ଟି, ୨୦୨୧ରେ ୧୦୦୧୮ଟି ଓ ୨୦୨୨ ଏପ୍ରିଲ ୩୦ ମଧ୍ୟରେ ୩୫୩୪ଟି ମହିଳା ଅସଦାଚରଣ ମାମଲା ଥାନାରେ ପଞ୍ଜିକୃତ ହୋଇଛି । ମହିଳା ଅପହରଣ ମାମଲା ୨୦୨୦ ମସିହାରେ ୩୭୨୦ଟି, ୨୦୨୧ରେ ୫୧୭୫ଟି ଓ ୨୦୨୨ ଏପ୍ରିଲ ୩୦ ସୁଦ୍ଧା ୧୯୮୩ଟି ମାମଲା ପଞ୍ଜିକୃତ ହୋଇଛି ।

ସେପଟେ ଘରୋଇ ହିଂସା ମାମଲା ୨୦୨୦ରେ ୩୧୫୩ଟି, ୨୦୨୧ରେ ୪୮୮୯ଟି, ୨୦୨୨ ଏପ୍ରିଲ ସୁଦ୍ଧା ୧୪୩୦ଟି ମାମଲା ପଞ୍ଜିକୃତ ହୋଇଛି । ଏହାସହିତ ଯୌତୁକ ନିର୍ଯାତନାରେ ୨୦୨୦ ମସିହାରେ ୩୭୫୯ଟି, ୨୦୨୧ରେ ୪୯୫୩ଟି ଓ ୨୦୨୨ ଏପ୍ରିଲ ୩୦ ତାରିଖ ସୁଦ୍ଧା ୧୪୪୨ଟି ମାମଲା ପଞ୍ଜିକୃତ ହୋଇଛି । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।