ରାଜନୀତି ରାଜ୍ୟ

ଓଡ଼ିଶାରେ ଆଗୁଆ ହେବ କି ନିର୍ବାଚନ? ଅତିରିକ୍ତ ବଜେଟକୁ ନେଇ ଜୋରଦାର ଚର୍ଚ୍ଚା

ଭୁବନେଶ୍ବର : ମେ ୨୦୨୪ରେ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବ। କିନ୍ତୁ ଏହା ପୂର୍ବରୁ ଓଡ଼ିଶାରେ ନିର୍ବାଚନ ଆଗୁଆ ହେବ କି ବୋଲି ଚର୍ଚ୍ଚା ଜୋର ଧରିଛି | କାରଣ ଖୁବ ଶୀଘ୍ର ଅତିରିକ୍ତ ବଜେଟ ଆସିବା ପାଇଁ ଯାଉଛି | ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ଜୁଲାଇ ସୁଦ୍ଧା ସବୁ ବିଭାଗ ପ୍ରସ୍ତାବ ଦେବା ପାଇଁ ଅର୍ଥ ବିଭାଗ ଚିଠି ଲେଖିଥିବାବେଳେ ମୌସୁମୀ ଅଧିବେଶନ(ଅଗଷ୍ଟ ମାସ)ରେ ରାଜ୍ୟର ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବାର ଅଛି | ନିୟମ ଅନୁସାରେ ଅତିରିକ୍ତ ବଜେଟ ଶୀତ ଅଧିବେଶନ (ଡିସେମ୍ବର) ସମୟରେ ଉପସ୍ଥାପିତ ହେବା କଥା | କିନ୍ତୁ ରାଜ୍ୟ ସରକାର ଆଗୁଆ ଅତିରିକ୍ତ ବଜେଟ ଆଣୁଥିବାରୁ ଏହାକୁ ନେଇ ଚର୍ଚ୍ଚା ବଢିଛି |

ଆଗୁଆ ବଜେଟ ଆଣିବା ପରେ ଆଗୁଆ ନିର୍ବାଚନ ମୂଡ଼ରେ ଥିବାର ଆଭାସ ମିଳିଛି | ଉଲ୍ଲେଖ ଥାଉ କି କିଛିଦିନ ତଳେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ନିର୍ବାଚନ କମିସନ ଚିଠି ଲେଖିଥିଲେ । ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ହେବାକୁ ଥିବା ଅଧିକାରୀଙ୍କ ତାଲିକା ମାଗିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠି ପାଇବା ପରେ ରାଜସ୍ବ ବିଭାଗ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଜିଲ୍ଲାରେ କେଉଁ ଅଧିକାରୀ (ଓଆର୍‌ଏସ୍‌/ଓଏଏସ୍‌ (ଏସ୍‌ବି/ଜିବି ପାହ୍ୟାର ଅଧିକାରୀ) ନିଜ ଘରୋଇ ଜିଲ୍ଲାରେ ଅଛନ୍ତି, କିଏ ୨୯ ମେ’ ୨୦୨୩ ସୁଦ୍ଧା ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ସମୟ କାର୍ଯ୍ୟ କରୁଛନ୍ତି ଏବଂ କେଉଁମାନେ ୩୧ମେ ୨୦୨୪ ସୁଦ୍ଧା ଉକ୍ତ ସ୍ଥାନରେ ତିନିବର୍ଷ ପୂରଣ କରିବେ ସେମାନଙ୍କ ତାଲିକା ମାଗିଥିଲେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର