ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଆ ପରମ୍ପରାରେ ଜାଣନ୍ତୁ ଦ୍ୱିତୀୟା ଓଷା ମହତ୍ତ୍ୱ; କାହିଁକି ଶ୍ରୀକ୍ଷେତ୍ରର ଘରେ ଘରେ ହୁଏ ଘାଣ୍ଟ ତରକାରୀ

ପୁରୀ ୧୮/୦୯: ଓଡ଼ିଆ ପର୍ବପର୍ବାଣୀର ଦ୍ବିତୀୟା ଓଷା ଓ ଘାଣ୍ଟ ତରକାରୀର ରହିଛି ମଧୁର ସମ୍ପର୍କ। ଓଡ଼ିଆ ଘରର ମାଆମାନେ ପୁତ୍ର କନ୍ୟାଙ୍କର କଲ୍ୟାଣ କାମନା କରି ଦ୍ବିତିବାହାନଙ୍କ ପୂଜାର୍ଚ୍ଚନା କରିବା ସହ ଏହି ଅବସରରେ ଘାଣ୍ଟ ତରକାରୀ ପ୍ରସ୍ତୁତ କରନ୍ତି। ତେବେ ଆଧୁନିକତାର ଯୁଗରେ ଏଭଳି ପରମ୍ପରା ଘରେ ଘରେ ପାଳନ ହେବା ସହ ଓଷା କରି ମାଆ ମାନେ ଘାଣ୍ଟ ତରକାରୀ ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଛି।

ଓଡ଼ିଆଙ୍କ ଘରେ ଘରେ ଦ୍ବିତୀୟା ଓଷାର ବିଶେଷ ମହତ୍ଵ ରହିଛି । ବିଶେଷ କରି ପୁତ୍ର କନ୍ୟାଙ୍କର ମଙ୍ଗଳ କାମନା କରି ମାଆ ମାନେ ଏହି ଓଷା ପାଳନ କରନ୍ତି। ଶ୍ରୀକ୍ଷେତ୍ରର ସାହି ଗଳିକନ୍ଦିରେ ଗ୍ରହରାଜ ସୂର୍ଯ୍ୟଙ୍କ ପୁତ୍ର ଦ୍ବିତିବାହାନଙ୍କର ପୂଜାର୍ଚ୍ଚନା କରାଯାଇଥାଏ। କଦଳୀ ଗଛ ଓ ତୁଳସୀ ସାହାଯ୍ୟରେ ସ୍ବତନ୍ତ୍ର ଆସ୍ଥାନ ନିର୍ମାଣ କରାହେବା ସହ ବିଭିନ୍ନ ଗୋଟା ପରିବାକୁ ଭୋଗ ଲଗାଯାଇଥାଏ। ପାଣିକଖାରୁ, କାକୁଡ଼ି, କାଙ୍କଡ଼, ପୋଟଳ, ଜହ୍ନି ପ୍ରଭୃତି ପରିବାକୁ ଭୋଗ ଲଗାଯିବାର ପରମ୍ପରା ରହିଛି।‌ ମାଆ ମାନେ ଏହି ଅବସରରେ ଉପବାସ ରହି ବେଶ୍ ନିଷ୍ଠାର ସହ ଏହି ବ୍ରତକୁ ପାଳନ କରନ୍ତି।

ଦ୍ବିତୀୟା ଓଷା ପରଦିନ ଘରେ ଘରେ ଘାଣ୍ଟ ତରକାରୀ ହୁଏ । ପୂର୍ବଦିନ ସଂନ୍ଧ୍ୟାରେ ପୂଜା ହୋଇଥିବା ଏହି ସମସ୍ତ ପରିବାକୁ ଏକାଠି କରି ଘରର ମାଆମାନେ ଘାଣ୍ଟ ତରକାରୀ ପ୍ରସ୍ତୁତ କରିଛଥାଆନ୍ତି। ଏହି ଘାଣ୍ଟ ତରକାରୀରେ ଗଜାମୁଗ, ମଟର, ସୋଲାବୁଟ, ଓଉ, କଞ୍ଚା କମଳା ଓ ନଡ଼ିଆ ପକାଇ ଏହାକୁ ଆହୁରି ସୁଆଦିଆ କରାଯାଏ। ବିଶେଷ କରି ଏହି ପର୍ବ ଅବସରରେ ଏହି ତରକାରୀ ବେଶ ସ୍ବାଦିଷ୍ଟ ହୋଇଥାଏ ବୋଲି ବିଶ୍ଵାସ ରହିଛି।

ଏହି ଅବସରରେ ସମସ୍ତ ପରିବାର ଏକାଠି ହୋଇ ଏହି ଘାଣ୍ଟ ତରକାରୀ‌ ଖାଇବା ସହିତ ସାହି ପଡ଼ିଶାରେ ମଧ୍ୟ ଏହାକୁ ବାଣ୍ଟି ଆଆନ୍ତି। ଆଧୁନିକ ସମାଜରେ ଏହି ପର୍ବ ଧିରେ ଧିରେ ତା’ର ସ୍ୱତନ୍ତ୍ରତା ହରାଇଥିବା ବେଳେ ଓଡିଆ ଘରର ଘରଣୀମାନେ ଘାଣ୍ଟ ତରକାରୀକୁ ଛାଡ଼ି ପାରିନାହାନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ