ଦେଶ ବିଦେଶ ମନୋରଞ୍ଜନ

ଓଜନ ବଢ଼ାଇବା ଚେଷ୍ଟାରେ ରିତେଶ ଦେଶମୁଖ୍‌, ଇନ୍‌ଷ୍ଟାରେ ସେୟାର୍‌ କଲେ ମଜାଦାର୍‌ ଭିଡିଓ

ମୁମ୍ବାଇ: ନିଜର ମଜାଦାର ଫଟୋ ଓ ଭିଡିଓକୁ ନେଇ ସର୍ବଦା ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ। ସେ କେବେ ଫିଲ୍ମ ସେଟ୍‌ରେ ତ ପୁଣି କେବେ ଘରେ ପତ୍ନୀ ଓ ପିଲାଙ୍କ ସହ ମସ୍ତି କରୁଥିବା ବେଳର ଭିିଡିଓ କରି ସୋସିଆଲ୍‌ ମିଡିଆରେ ସେୟାର କରିଥାନ୍ତି। ସେହି ମଜାକ ଅନ୍ଦାଜରେ ରିତେଶ ନିକଟରେ ଇନ୍‌ଷ୍ଟାଗ୍ରାମ୍‌ରେ ଆଉ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରିତେଶ ଜମେଇକି ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି।

ଭିଡିଓରେ ରିତେଶ ଆଙ୍ଗୁଳି ଚାଟି ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି। ସେ ଖାଦ୍ୟ ଖାଇବାରେ ଏତେ ମଗ୍ନ ହୋଇ ଯାଇଛନ୍ତି ଯେ ତାଙ୍କ ସାର୍ଟର ଏକ ବଟନ ଖୋଲି ଯାଇଛି ବୋଲି ନଜର ଆସିନି। ଭିଡିଓରେ ରିତେଶଙ୍କ ପେଟ ସାମ୍ନାର ବଟନଟି ଖୋଲି ଯାଇଥିବା ଦେଖିବାକୁ ମିଳିଛି।

ଏହି ଭିଡିିଓକୁ ସେୟାର କରି ରିତେଶ ଲେଖିଛନ୍ତି, ‘ୟେ ଲୋ କ୍ୟାଲୋରି ମିଲ୍‌’। ଭିଡିଓ ଉପରେ ସେ ଆହୁରି ବି ଲେଖିଛନ୍ତି ଯେ ‘ଆପଣଙ୍କୁ ଯେତେବେଳେ ଆପଣଙ୍କ ନିର୍ଦ୍ଦେଶକ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ଓଜନ ବୃଦ୍ଧି କରିବାକୁ କହନ୍ତି।’ ତେବେ ଏଥିରେ ସେ #ମିଷ୍ଟର୍‌ମମି ବି ଲେଖିଛନ୍ତି।

ଆପଣ ଜାଣିିଥିବେ ନିଶ୍ଚୟ ଯେ ଗତ ଫେବ୍ରୁଆରିରେ ରିତେଶ ଦେଶମୁଖ ଓ ଜେନେଲିଆ ତାଙ୍କ କମେଡି ଡ୍ରାମା ‘ମିଷ୍ଟର୍‌ମମି’ର ଘୋଷଣା କରିଥିଲେ। ଏହି ସୋ’ର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ‘ବଣ୍ଟି ଓ ବବ୍‌ଲ’ର ନିର୍ଦ୍ଦେଶକ ସାଦ୍‌ ଅଲ୍ଲୀ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ