ରାଜ୍ୟ

ଓଏସ୍‌ଏସ୍‌ସି କନିଷ୍ଠଯନ୍ତ୍ରୀ ପ୍ରଶ୍ନପତ୍ର ଲିକ୍‌ ମାମଲା: ମାଷ୍ଟରମାଇଣ୍ଡ୍‌ ସହ ରାକେଟ୍‌ରେ ସାମିଲ ଥିଲେ ୨ ସରକାରୀ ଶିକ୍ଷକ

ବାଲେଶ୍ବର : ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ୍‌ ଦ୍ବାରା ପରିଚାଳିତ କନିଷ୍ଠଯନ୍ତ୍ରୀ (ସିଭିଲ) ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗୁରୁବାର ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାରଙ୍କ ସହିତ ୩ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ବର ଏସ୍‌ପି ଚିଠି ଲେଖିଛନ୍ତି। ଏହି ରାକେଟ୍‌ରେ ଗିରଫ ହୋଇଥିବା ସମୁଦାୟ ୧୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସରକାରୀ କର୍ମଚାରୀ ଥିବା ବେଳେ ଅନ୍ୟମାନେ କୋଚିଂ ସେଣ୍ଟର, ବେସରକାରୀ ନିଯୁକ୍ତି ନିୟୋଜନ ସଂସ୍ଥାର କର୍ମଚାରୀ ଓ ଦଲାଲ୍‌। ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାର ବିହାର ପାଟନାସ୍ଥିତ ଆକାଉଣ୍ଟ୍‌ସ ଜେନେରାଲ ବିଭାଗରେ ସିନିୟର ଜୁଡିସିଆଲ ଆକାଉଣ୍ଟାଣ୍ଟ୍‌ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେଠାକାର ଆକାଉଣ୍ଟ୍‌ସ ଜେନେରାଲଙ୍କୁ ଚିଠି ଲେଖାଯାଇଛି।

ସେହିପରି କନ୍ଧମାଳ ଜିଲ୍ଲାରେ ସରକାରୀ ଶିକ୍ଷକ ଥିବା ଗଞ୍ଜାମ ବେଲଗୁଣ୍ଠା ଥାନା ଅଞ୍ଚଳର ଗୋବିନ୍ଦଚନ୍ଦ୍ର ତ୍ରିପାଠୀ ଓ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳର ସୁଶାନ୍ତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଇ ଜିଲ୍ଲାର ଡିଇଓଙ୍କୁ ଚିଠି କରାଯାଇଛି। ଏହାଛଡ଼ା କନିଷ୍ଠଯନ୍ତ୍ରୀ (ସିଭିଲ) ମେନ୍‌ ପରୀକ୍ଷାରେ ପାସ କରିବା ପାଇଁ ଏହି ରାକେଟ୍‌ ସହ ଡିଲ୍‌ରେ ଜଡ଼ିତ ଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍‌ପି ସାଗରିକା ନାଥ ଓଏସ୍‌ଏସ୍‌ସି ଅଧ୍ୟକ୍ଷଙ୍କୁ ଚିଠି ଲେଖିବା ସହ ସେମାନଙ୍କ ସଂପର୍କରେ ସମସ୍ତ ତଥ୍ୟ ଜଣାଇଛନ୍ତି।

ସେପଟେ ଏହି ନିଯୁକ୍ତି ଠକେଇ ରାକେଟ୍‌ ସହ ଓଏସ୍‌ଏସ୍‌ସିର ସମ୍ପୃକ୍ତି ଅଛି କି ନାହିଁ, ଡିଲ୍‌ ବେଳେ ଧରାପଡ଼ିଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ଯୋଗାଯୋଗ ନମ୍ବର ଉକ୍ତ ରାକେଟ୍‌ ପାଇଲା କିପରି, ଓଏସ୍‌ଏସ୍‌ସିର ପ୍ରଶ୍ନପତ୍ର ଛାପିବା ପାଇଁ ବାହାର ରାଜ୍ୟର ଯେଉଁ ପ୍ରିଣ୍ଟିଂ ପ୍ରେସ୍‌କୁ ଦାୟିତ୍ବ ଦିଆଯାଇଥିଲା ସେଠାରେ ପ୍ରଶ୍ନପତ୍ର ସୁରକ୍ଷା ଦାୟିତ୍ବରେ କିଏ ଥିଲେ, ଏହି ଘଟଣା ପରେ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।