ଦେଶ ବିଦେଶ ମନୋରଞ୍ଜନ

ଐଶ୍ବର୍ଯ୍ୟା ରାୟ ସେୟାର କଲେ ୧୪ବର୍ଷ ତଳର ଫଟୋ, ଯେତେବେଳେ ଅଭିଷେକ କରିଥିଲେ ପ୍ରପୋଜ…

ମୁମ୍ବାଇ ୧୩।୧: ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ୨୦୦୭ରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ଗୁରୁ’ ର କିଛି ଫଟୋ ଇନଷ୍ଟାଗ୍ରାମ୍ ରେ ସେୟାର କରିଛନ୍ତି । ବ୍ୟୁଟି ଗାର୍ଲ ଏହି ଫଟୋରେ ନୀଳ ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି । ସ୍ବାମୀ ଅଭିଷେକ ବଚ୍ଚନ ମିଡ଼ିଆ ସହ କଥା ହେଉଥିବା ବେଳେ ଐଶର୍ଯ୍ୟା ତାଙ୍କୁ ଚାହିଁଛନ୍ତି । ଏହି ଫଟୋରେ ଫିଲ୍ମର ନିର୍ଦ୍ଦେଶକ ମଣି ରତ୍ନମଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଫଟୋକୁ ସେୟାର କରି ଐଶ୍ବର୍ଯ୍ୟା କ୍ୟାପ୍ସନ୍ ରେ ଲେଖିଛନ୍ତି ,’ଏହି ଦିନ…୧୪ ବର୍ଷ …ଗୁରୁ ସବୁଦିନ ପାଇଁ…’। ଏହି ଫଟୋ ଉପରେ ଫ୍ୟାନ୍ସମାନେ କମେଣ୍ଟ କରି ଲେଖିଛନ୍ତି, ସେମାନେ ତାଙ୍କୁ ପୁଣି ଥରେ ମଣି ରତ୍ନମଙ୍କର ଫିଲ୍ମରେ ଦେଖିବାକୁ ଚାହୁଁଛନ୍ତି ।

ଜଣେ ୟୁଜର ଲେଖିଛନ୍ତି, ‘ବିଶ୍ବ ସବୁଠାରୁ ସୁନ୍ଦର ମହିଳା ।’ ଫିଲ୍ମ ‘ଗୁରୁ’ରେ ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟ ଉଭୟ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଅଭିଷେକଙ୍କୁ ଗୁଜୁରାଟର ଜଣେ ବ୍ୟବସାୟୀଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ଏଥିରେ ମାଧବନ, ବିଦ୍ୟା ବାଲନ୍ ଏବଂ ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଅଭିନୟ କରିଥିଲେ । କୌତୁହଳର ବିଷୟ ଯେ, ଫିଲ୍ମର ଠିକ୍ ପ୍ରିମିୟର ପରେ ଅଭିଷେକ ଐଶର୍ଯ୍ୟାଙ୍କୁ ପ୍ରପୋଜ୍ କରିଥିଲେ ।

ଅଭିଷେକ ଏକ ସାକ୍ଷାତକାରରେ କହିଥିଲେ, ‘ଗୋଟିଏ ଫିଲ୍ମ ପାଇଁ ମୁଁ ନ୍ୟୁୟର୍କରେ ସୁଟିଂ କରୁଥିଲି ଏବଂ ମୁଁ ହୋଟେଲର ବାଲକୋନୀରେ ଛିଡା ହୋଇ ଭାବୁଥିଲି, ସେ ଦିନ କେତେ ଭଲ ହେବ ଯେବେ ଆମେ ବିବାହ କରିବୁ ଆଉ ଏକାସହ ରହିବୁ ।’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ