ଖେଳ

ଏ ବର୍ଷ ଭାରତରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିବା କଷ୍ଟକର: ହସି

ସିଡନି : କୋଭିଡ୍ ମହାମାରୀ ପରିସ୍ଥିତି କାରଣରୁ ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ଆଇସସି ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନେଇ ସନ୍ଦୀହାନ ହୋଇପଡ଼ିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ମାଇକ୍ ହସି। ଚେନ୍ନାଇ ସୁପର୍‌ କିଙ୍ଗ୍ସର ଏହି ବ୍ୟାଟିଂ ପ୍ରଶିକ୍ଷକଙ୍କ ସହିତ ଅନ୍ୟ କିଛି ଖେଳାଳି କୋଭିଡ୍‌ ପଜିଟିଭ ବାହାରିବା ପରେ ମେ’ ୪ ତାରିଖରୁ ଆଇପିଏଲ୍‌କୁ ସ୍ଥଗିତ ରଖାଯାଇଥିଲା। ହସି ଏବେ ଦୋହା ବାଟ ‌ହୋଇ ସ୍ବଦେଶ ପହଞ୍ଚିଛନ୍ତି। ମୋ ଅନୁଭବରୁ ଲାଗୁଛି ଭାରତରେ ଏଥର ବିଶ୍ବକପ୍‌ କରାଯିବା କଷ୍ଟକର ହେବ। ଆଇପିଏଲ୍‌ରେ ୮ଟି ଦଳକୁ ନେଇ ଯୋଜନା ହେଉଥିଲା। ବିଶ୍ବକପ୍‌ରେ କିନ୍ତୁ ଅଧିକ ଦଳ ଓ ଅଧିକ ଭେନ୍ୟୁକୁ ନେଇ ଯୋଜନା କରାଯାଇଛି। ଅଧିକ ବିଦେଶୀ ଖେଳାଳିଙ୍କ ଆଗମନ ମଧ୍ୟ ହେବ। ଏହା ଦ୍ବାରା ବିପଦ ଅଧିକ ରହିବ ବୋଲି ସେ କହିଥିଲେ।

ଅ‌ନ୍ୟ କିଛି କ୍ରିକେଟ୍‌ ବୋର୍ଡ ମଧ୍ୟ ଭାରତ ଯିବାକୁ ନର୍ଭସ ଅଛନ୍ତି। ୟୁଏଇ କିମ୍ବା ଅନ୍ୟତ୍ର କେଉଁଠି ବିଶ୍ବକପ୍‌କୁ କରାଯାଇପାରେ ବୋଲି ମଧ୍ୟ ହସି ଆଶା ପ୍ରକାଶ କରିଛନ୍ତି। ଅକ୍ଟୋବର ନଭେମ୍ବର ମାସରେ ଭାରତରେ ଆଇସିସି ବିଶ୍ବକପ୍‌ ଖେଳାଯିବାରୁ ଯୋଜନା ରହିଛି। ଭାରତ ମଧ୍ୟ ଏଥି ଲାଗି ୯ଟି ଭେନ୍ୟୁର ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରିସାରିଛି। ଏ ସମ୍ପର୍କରେ ଜୁନ୍‌ ୧ ତାରିଖରେ ଆଇସିସି ବୈଠକ ବସୁଥିବାରୁ ବିସିସିଆଇ ମଧ୍ୟ ମେ’ ୨୯ ତାରିଖରେ ଏକ ଭର୍ଚୁଆଲ୍‌ ସ୍ବତନ୍ତ୍ର ସାଧାରଣ ପରିଷଦ (ଏସ୍‌ଜିଏମ୍) ଅାହୂତ କରିଛି। ପୂର୍ବରୁ ବିସିସିଆଇ ମଧ୍ୟ ଅହମଦାବାଦ, ମୁମ୍ବାଇ, କୋଲକାତା, ନୂଆଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ଧର୍ମଶାଳା ଓ ଲକ୍ଷ୍ନୌ‌ ଆଦି ୯ଟି ଭେନ୍ୟୁକୁ ବିଶ୍ବକପ୍ ଲାଗି ବାଛିବା ସହ ସମ୍ପୃକ୍ତ ରାଜ୍ୟ ସଂଘଗୁଡିକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲା।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ