ଦେଶ ବିଦେଶ ମନୋରଞ୍ଜନ

ଏହି ସୁପରହିଟ୍‌ ଫିଲ୍ମକୁ ରିଜେକ୍ଟ କରିଥିଲେ ଅଜୟ ଦେବଗନ୍‌, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଳୀ ୨୪।୧୧: ବଲିଉଡର ସିଙ୍ଘମ୍‌ ଅଜୟ ଦେବଗନ୍‌। ହ୍ୟାଣ୍ଡସମ୍‌ ହଙ୍କ ଅଜୟ କୌଣସି ଅଭିନେତାଙ୍କ ଠାରୁ କମ୍‌ ନୁହନ୍ତି। ଆକ୍ସନ ଫିଲ୍ମ କହିଲେ ପ୍ରଥମେ ଅଜୟ ଦେବଗନଙ୍କ ନାମ ମନରେ ପ୍ରଥମେ ଆସେ । ସେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବଲିଉଡରେ ରାଜ୍‌ କରିଆସୁଛନ୍ତି। ‘ଫୁଲ୍‌ ଔର କାଣ୍ଟେ’ ଫିଲ୍ମରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସଂଗ୍ରାମ, ବିଜୟପଥ, ଦିଲୱାଲେ, ସୁହାଗ, ଦିଲଜଲେ, ସିଙ୍ଘମ ଏବଂ ଦୃଶ୍ୟମ ଭଳି ଅନେକ ଚଳଚ୍ଚିତ୍ର ସମେତ ଆହୁରି ବ୍ୟାକ୍-ଟୁ-ବ୍ୟାକ୍ ହିଟ୍ ଫିଲ୍ମ ଦେଇଥିଲେ। ବର୍ତ୍ତମାନ ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’ ବଡ ପରଦାରେ ଧମାଲ୍‌ କରୁଛି। କିନ୍ତୁ ଆପଣ ଜାଣନ୍ତି କି ଏହି ବଲିଉଡ ତାରକା ଅନେକ ବଡ ବଡ ଚଳଚ୍ଚିତ୍ରକୁ ରିଜେକ୍ଟ କରିଛନ୍ତି। ଆଜି ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ କହିବା ଯାହା ଅଜୟ ଦେବଗନ୍ ନା କହିଥିଲେ।

କୁଛ କୁଛ ହୋତା ହୈ- କୁଛ କୁଛ ହୋତା ହୈ ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କ ପତ୍ନୀ କାଜୋଲ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏଥିରେ ଶାହାରୁଖ ଖାନ ଏବଂ ରାଣୀ ମୁଖାର୍ଜୀ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ। ଏହା ବ୍ୟତୀତ କ୍ୟାମିଓ ଭୂମିକାରେ ସଲମାନଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ଅଜୟ ଫିଲ୍ମକୁ ନା କରିଥିଲେ।

ଡର- ଜୁହି ଚାଉଲା, ସନି ଦେଓଲ ଓ ଶାହାରୁଖ ଖାନଙ୍କ ଫିଲ୍ମ ଡର ଖୁବ୍‌ ହିଟ୍‌ ହୋଇଥିଲା। ଯେଉଁଥିପାଇଁ ମେକର୍ସଙ୍କ ପ୍ରଥମ ପସନ୍ଦ ଥିଲେ ଅଜୟ। ଏଥିପାଇଁ ତାଙ୍କ କାଷ୍ଟ ମଧ୍ୟ କରାଯାଇଥିଲା। ହେଲେ ସେ ଫିଲ୍ମ ଅଫରକୁ ମନା କରି ଦେଇଥିଲେ।

କରଣ –ଅର୍ଜୁନ ୧୯୭୫ରେ ରେ ରିଲିଜ୍‌ ହୋଇଥିଲା ଫିଲ୍ମ କରନ୍‌ ଅର୍ଜୁନ। ଏହି ଫିଲ୍ମ ପାଇଂ ପ୍ରଥମ କାଷ୍ଟ ପାଇଁ ଅଜୟକୁ ନିଆଯାଇଥିଲା। କିନ୍ତୁ ଅଜୟ ଏହି ଫିଲ୍ମ ପାଇଁ ପ୍ରଥମରୁ ମନା କରିଦେଇଥିଲେ।

ବାଜିରାଓ ମସ୍ତାନୀ-ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ଅଭିନୀତ ବାଜିରାଓ ମସ୍ତାନୀ। ଏହି ବାଜିରାଓଙ୍କ ଭୂମିକା ପାଇଁ ପ୍ରଥମେ ଅଜୟ ଦେବଗନଙ୍କ ନିକଟକୁ ମେକର୍ସ ଯାଇଥିଲେ। କିନ୍ତୁ କୌଣସି କାରଣରୁ ସେ ଏହି ଚଳଚ୍ଚିତ୍ର କରିବାକୁ ମନା କରିଦେଇଥିଲେ ଅଜୟ।

ପଦ୍ମାବତ୍‌- ସଞ୍ଜୟ ଲୀଲା ଭନସାଲୀଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର ପଦ୍ମାବତ । ରଣବୀରଙ୍କ ପୂର୍ବରୁ ଖିଲଜୀଙ୍କ ଚରିତ୍ର ଅଜୟ ଦେବଗନଙ୍କୁ ଅଫର କରାଯାଇଥିଲା। କିନ୍ତୁ ଏହାକୁ ବି ସେ କରିବାକୁ ମନା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ