ଧର୍ମ

ଏହି ମନ୍ଦିରରେ ୧୬୪ ବର୍ଷ ହେଲା ଲଗାତାର ବଢୁଛି ଶାଳଗ୍ରାମ ଆକାର

ପାଟନା ୩୧/୦୮ : ବିହାର ବଗହା ସ୍ଥିତ ବନକଟବାରେ ବାବା ବିଶ୍ଵମ୍ଭରନାଥ ମନ୍ଦିରରେ ସାକ୍ଷାତ ନାରାୟଣ ବାସ କରନ୍ତି। ଏଠାରେ ଶାଳଗ୍ରାମ ସ୍ଥାପିତ ଅଛି ଯାହାକୁ ଲୋକେ ଭଗବାନ ବିଷ୍ଣୁଙ୍କ ରୂପ ଭାବରେ ପୂଜା କରନ୍ତି। ମନ୍ଦିରରେ ସ୍ଥାପିତ ଶାଳଗ୍ରାମର ଆକାର ପ୍ରାୟ ୧୬୪ ବର୍ଷ ହେଲା ଲଗାତାର ବଢି ଚାଲିଛି। ଦିନେ ଲୋକେ ଶାଳଗ୍ରାମକୁ ମଟର ଆକାରର ଦେଖିଥିଲେ। କିନ୍ତୁ ଆଜି ତାର ଆକାର ଏତେ ବଢି ଯାଇଛି ଯେ ତାକୁ ଟେକିବାକୁ ହେଲେ ୪-୫ ଜଣ ଆବଶ୍ୟକ। ନେପାଳ ରାଜାଙ୍କ ତରଫରୁ ଲୋକଙ୍କୁ ମଟର ଆକାରର ଭଗବାନ ମିଳିଥିଲେ।

୧୮୫୭ ମସିହାରେ କ୍ରାନ୍ତି ସମୟରେ ନେପାଳ ରାଜା ଜଙ୍ଗ ବହାଦୁର ସିବାନ ଯାଇଥିଲେ। ସେଠାରୁ ଫେରିବା ସମୟରେ ସେ ବଗହାରେ ପହଞ୍ଚିଥିଲେ। ସେଠାକାର ମିଠା କାରିଗର ରାମଜିଆବନ ଭଗତ ଧୂମଧାମରେ ରାଜାଙ୍କୁ ସ୍ୱାଗତ କରିଥିଲେ। ରାମଜିଆବନ ଏକ ମନ୍ଦିର ନିର୍ମାଣ କରିଥିଲେ। ରାଜା ତାଙ୍କ ସ୍ୱାଗତରେ ଖୁସି ହୋଇ ମନ୍ଦିର ପରିସରକୁ ଯାଇଥିଲେ। ରାଜା ରାମଜିଆବନ ଭଗତଙ୍କୁ ନେପାଳ ଯିବାକୁ ଆମନ୍ତ୍ରଣ କରିଥିଲେ। ସେ ନେପାଳ ଯିବା ପରେ ସେଠାକାର ରାଜପୁରୋହିତ ରାଜାଙ୍କ ତରଫରୁ ତାଙ୍କୁ ମଟର ଦାନା ଆକାରର ଏକ ଶାଳଗ୍ରାମ ଦେଇଥିଲେ। ରାମଜିଆବନ ଭଗତ ତାକୁ ଭାରତକୁ ଆଣି ମନ୍ଦିରରେ ସ୍ଥାପିତ କରିଥିଲେ।

ଘଟଣାକୁ ପ୍ରାୟ ୧୬୪ ବର୍ଷ ବିତିଗଲାଣି। ସ୍ଥାନୀୟ ନରସିଂହ ଯାଦବଙ୍କ ଅନୁଯାୟୀ, ସ୍ଥାପନା ପରେ ଆଜି ଯାଏଁ ଶାଳଗ୍ରାମର ଆକାର ବଢି ବଢି ଚାଲିଛି। ମନ୍ଦିର ବାବା ବିଶ୍ଵମ୍ଭରନାଥ ଭାବେ ଜଣାଶୁଣା। ଶାଳଗ୍ରାମ ମହାରାଜାଙ୍କ ଆସନ ବର୍ଷକୁ ଥରେ ଜନ୍ମାଷ୍ଟମୀ ଦିନ ବଦଳାଯାଏ।

ମନ୍ଦିର ପୂଜାରୀ ବିବେକାନନ୍ଦ ଦ୍ବିବେଦୀ କହିଛନ୍ତି, ଶାଳଗ୍ରାମ ମହାରାଜଙ୍କ ଆସ୍ଥାନ ବର୍ଷକୁ ଥରେ ଜନ୍ମାଷ୍ଟମୀ ଦିନ ବଦଳାଯାଇଥାଏ। ବାବା ବିଶ୍ଵମ୍ଭରନାଥଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କୁହାଯାଏ। ଏହା ଏକ କଇଁଛ ଆକାରର। ଏହାକୁ ବର୍ଷକୁ ଦିନେ ଜନ୍ମାଷ୍ଟମୀ ଦିନ ଆସ୍ଥାନରେ ସ୍ଥାପନା କରାଯାଏ। ଶ୍ରଦ୍ଧାଳୁଙ୍କ ଅନୁଯାୟୀ ଏଥିରେ ସାକ୍ଷାତ ଶାଳଗ୍ରାମ ବାସ କରନ୍ତି। ସେଥିପାଇଁ ଲଗାତାର ତାର ଆକାର ବୃଦ୍ଧି ପାଉଛି। ଏହି ମନ୍ଦିର ବହୁତ ପୁରୁଣା। ଶ୍ରଦ୍ଧାଳୁ ବହୁ ଦୂରରୁ ଏଠାକୁ ଦର୍ଶନ ପାଇଁ ଆସନ୍ତି।

ଶାଳଗ୍ରାମ ଭଗବାନଙ୍କ ଭାରତ ଆସିବା କାହାଣୀ ମଧ୍ୟ ରୋଚକ। ଲୋକଙ୍କ ପାଇଁ ଏହା କୌଣସି ରହସ୍ୟଠୁ କମ ନୁହେଁ। ଏହି ମନ୍ଦିରର ଶାଳଗ୍ରାମ କାହାଣୀ ଆଜି ବି ଲୋକଙ୍କ ମନରେ ଧାର୍ମିକ ବିଶ୍ୱାସ ଜାଗ୍ରତ କରୁଛି। ସେଥିପାଇଁ ଲୋକେ ବହୁ ଦୂରରୁ ଶାଳଗ୍ରାମ ଦର୍ଶନ ପାଇଁ ଆସିଥାନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ