ଧର୍ମ

ଏହି ବୃକ୍ଷ ଘର ଅଗଣାରେ ଥିଲେ କାମ କରେ ନାହିଁ ଯନ୍ତ୍ରତନ୍ତ୍ର, ଜାଣନ୍ତୁ ଏହାର ଗୁଣ

ଆଜିର ଦିନରେ ବି ଲୋକେ ତନ୍ତ୍ରମନ୍ତ୍ରକୁଭୟ କରୁଛନ୍ତି। ଏଭଳି କିଛି ନାହିଁ ବିଜ୍ଞାନ କହୁଛି। ହେଲେ ଲୋକେ ଏଥିଯୋଗୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖରାପ ନଜରରେ ଯୋଗୁ ଲୋକେ ଉଧେଇ ପାରୁନଥିବା ବେଳେ ପରିବାରରେ ପ୍ରାୟ ସମସ୍ୟା ଲାଗି ରହୁଛି ବୋଲି ଅନେକ ଅଭିଯୋଗ କରୁଛନ୍ତି। ହେଲେ ଯେଉଁ ଲୋକଙ୍କ ଘର ଅଗଣାରେ ଶ୍ୱେତ ଅରଖ ବୁଦାଟିଏ ଅଛି ତ ସେ ଘର ଏଭଳି ସମସ୍ୟାରୁ ମୁକ୍ତ ରହିଥାଏ।

ଶ୍ୱେତ ଅରଖର ଅନେକ ଗୁଣ ରହିଛି। ଏହାର ସମ୍ପର୍କ ସିଧା ରବି ମହାଗ୍ରହଙ୍କ ସହ ଥିବାରୁଏହାର ଉପସ୍ଥିତି ଯୋଗୁ ଲୋକଙ୍କ ଖରାପ ନଜର ଘର ଉପରେ ପଡି ନଥାଏ। ଯଦି କେହି ଇର୍ସାପରାୟଣ ହୋଇ ତନ୍ତ୍ରଯନ୍ତ୍ର କରୁଥାନ୍ତି ତେବେ ଶ୍ୱେତ ଅରଖର ଉପସ୍ଥିତି ଯୋଗୁ ସେ ସବୁ କାର୍ଯ୍ୟକରିନଥାଏ। ଘର ଲୋକେ ସବୁ ପ୍ରକାର ସମସ୍ୟାରୁ ମୁକ୍ତ ରହିଥାନ୍ତି। ଏଣୁ ଯଦି ଆପଣ ବି ଏଭଳି କିଛି ସମସ୍ୟାରେ ଅଛନ୍ତି ତେବେ ଘର ସମ୍ମୁଖରେ ଶ୍ୱେତ ଅରଖ ଗଛଟିଏ ଲଗାନ୍ତୁନିଶ୍ଚିତ ଏହାର ସୁଫଳପାଇବେ।

ଶ୍ୱେତ ଅରଖ କାଠରେ ଗଣେଶ ମୂର୍ତ୍ତି ନିର୍ମାଣ କରି ଘରେ ପୁର୍ଣ୍ଣ ବିଧିବିଧାନରେ ପୂଜାର୍ଚ୍ଚନା କରାଗଲେ ଘରର ସମସ୍ୟ ରିଷ୍ଟ ଖଣ୍ଡନ ହୋଇଥାଏ। ଗଣପତିଙ୍କ ଅପାରକରୁଣାରୁ ଘରର ପ୍ରତ୍ୟେକ ସଦସ୍ୟ ସୁଖଶାନ୍ତିରେ ରହନ୍ତି। ଭୂତପ୍ରେତ ଭୟ ନଥାଏ କି ତନ୍ତ୍ରମନ୍ତ୍ରର ଘର ଉପରେ ପ୍ରଭା ରହେ ନାହିଁ। ଏଣୁ ପରିବାର ଲୋଖେ ସମସ୍ୟା ମୁକ୍ତ ରହିଥାନ୍ତି। ଶ୍ୱେତ ଅରଖର ଆୟୁର୍ବେଦରେ ଅନେକ ଔଷଧିୟ ଗୁଣ ବି ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ