ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏହି ପର୍‌ଫ୍ୟୁମ ବିଜ୍ଞାପନ ଗଣଦୁଷ୍କର୍ମକୁ ପ୍ରୋତ୍ସାହିତ ଦେଉଛି; କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ ଦିଲ୍ଲୀ ମହିଳା କମିଶନଙ୍କ ଚିଠି

ନୂଆଦିଲ୍ଲୀ: ପର୍‌ଫ୍ୟୁମ ବିଜ୍ଞାପନକୁ ବିରୋଧ କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲା ଦିଲ୍ଲୀ ମହିଳା କମିସନ। ‘ଶଟ୍’ ପର୍‌ଫ୍ୟୁମ୍‌ର ବିଜ୍ଞାପନ ଗଣଦୁଷ୍କର୍ମକୁ ପ୍ରୋତ୍ସାହିତ କରୁଛି ବୋଲି କମିଶନ ଅଭିଯୋଗ କରିଛନ୍ତି। ତେଣୁ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ।

ନିଜ ଆଡ଼ୁ ଘଟଣାକୁ ଗୁରୁତର ସହ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ମହିଳା କମିଶନ। ତା ସହ ମାମଲା ରୁଜୁ କରିବାକୁ ଦିଲ୍ଲୀ ପୁଲିସକୁ ମଧ୍ୟ କମିଶନ ପକ୍ଷରୁ ନୋଟିସ କରାଯାଇଛି। ଜୁନ ୯ ସୁଧା ଏସମ୍ବନ୍ଧରେ ରିପୋର୍ଟ ଦେବାକୁ ପୁଲିସକୁ କୁହାଯାଇଛି।

କଣ ରହିଛି ବିଜ୍ଞାପନରେ ?

Shot ପର୍‌ଫ୍ୟୁମ୍‌ରେ ଦୁଇଟି ଯାକ ବିଜ୍ଞାପନକୁ ନେଇ ମହିଳା କମିଶନ ଆପତ୍ତି ଉଠାଇଛନ୍ତି। ଗୋଟିଏ ବିଜ୍ଞାପନରେ ଏକ ସପିଂ ମଲ୍‌ରେ ଜଣେ ଯୁବତୀ ସପିଂ କରୁଥିବା ବେଲେ ତାଙ୍କ ପଛରେ ୪ ଜଣ ଯୁବକ ଛିଡ଼ା ହୋଇ କହୁଛନ୍ତି ଯେ ଆମେ ୪ ଓ ସେ ଜଣେ.. ଅନ୍ୟ ଜଣେ ଯୁବକ କହୁଛନ୍ତି ତେବେ ଶଟ କିଏ ନେବ ? ଯୁବତୀ ଜଣଙ୍କ ଏହି କଥା ଶୁଣିବା ପରେ ପ୍ରଥମେ ଡରିଯାଉଛନ୍ତି। ହେଲେ ପରେ ସପିଂ ମଲ୍‌ ରାକ୍‌ରେ ଶଟ୍ ପର୍‌ଫ୍ୟୁମ୍ ଥିବାର ଦେଖି ଆଶ୍ୱସ୍ଥିଲାଭ କରୁଛନ୍ତି।

ସେହିପରି ଅନ୍ୟ ଏକ ବିଜ୍ଞାପନରେ ଜଣେ ଯୁବକ ଓ ଯୁବତୀ ବେଡ୍‌ରେ ବସିଛନ୍ତି। ହଠାତ୍ ବାହାରୁ ୩ ଜଣ ଯୁବକ ଘର ଭିତରେ ପଶିଆସି କହୁଛନ୍ତି ଶଟ ମାରିଛ ବୋଲି ଲାଗୁଛି। ବେଡ୍‌ରେ ବସିଥିବା ଯୁବକ କହୁଛନ୍ତି ହଁ ଶଟ୍ ମାରିଛି। ତା ପରେ ବାହାରୁ ଆସୁଥିବା ଯୁବକ ଏବେ ଆମ ପାଳି କହି ଘର ଭିତରେ ପଶି ଆସି ଶଟ ପରଫ୍ୟୁମ୍ ଲଗାଉଛନ୍ତି। ହେଲେ ଯୁବତୀ ଜଣଙ୍କ ପ୍ରଥମେ ଡରିଯାଉଥିବା ବେଳେ ପରେ ଆଶ୍ୱସ୍ତିଲାଭ କରୁଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ