କଳା ଓ ସଂସ୍କୃତି ଧର୍ମ

ଏହି ଦିନମାନଙ୍କରେ କରନ୍ତୁ ଶଙ୍ଖ ସହ ଭଗବାନଙ୍କ ପୂଜା, ଘରେ ବୃଦ୍ଧି ପାଇବ ସୁଖ ଓ ସମୃଦ୍ଧି

ଭୁବନେଶ୍ୱର ୧୮/୦୧ : ହିନ୍ଦୁ ଧର୍ମରେ ପୂଜାପାଠର ଅଧିକ ମହତ୍ତ୍ବ ରହିଛି । ସେହିପରି ପୂଜାରେ ବ୍ୟବହାର କରାଯାଉଥିବା ପବିତ୍ର ଶଙ୍ଖର ମଧ୍ୟ ଅଧିକ ମହତ୍ତ୍ବ ରହିଛି । ପୌରାଣିକ କଥା ଅନୁସାରେ, ସମୁଦ୍ର ମନ୍ଥନ ସମୟରେ ବିଷ ଓ ଅମୃତ ସହ ସେଥିରୁ ପ୍ରାପ୍ତ ହୋଇଥିବା ୧୪ ରତ୍ନ ମଧ୍ୟରୁ ପବିତ୍ର ଶଙ୍ଖ ଥିଲା ଅନ୍ୟତମ । ଶଙ୍ଖ, ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ଅଟେ । ଏହାକୁ ଘରେ ରଖିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହର ଅଶୁଭ ପ୍ରଭାବରୁ ରକ୍ଷାପାଇବା ପାଇଁ ପ୍ରତ୍ୟେକ ଦିନ ପୂଜା କରିବା ସମୟରେ ଶଙ୍ଖ ବଜାଇବା ଉଚିତ୍ । ଏହା ଦ୍ୱାରା ଗ୍ରହମାନଙ୍କ ସ୍ଥିତି ଅନୁକୂଳ କରାଯାଇ ପାରିବ ।

ସୋମବାର, ଭଗବାନ ଶିବ ଏବଂ ଚନ୍ଦ୍ରଙ୍କ ଦିନ ବୋଲି ଜଣାଯାଏ । କ୍ଷୀର ଚନ୍ଦ୍ରଙ୍କର ଦ୍ରବ୍ୟ ବୋଲି କୁହାଯାଏ ତେଣୁ, ଚନ୍ଦ୍ରଙ୍କୁ ଅନୁକୂଳ କରିବା ପାଇଁ ସୋମବାର ଦିନ ପୂଜା ସମୟରେ ଶଙ୍ଖରେ କ୍ଷୀର ଭରି ଶିବଙ୍କୁ ଚଢାଇବା ଉଚିତ୍ ।

ମଙ୍ଗଳବାର, ମଙ୍ଗଳ ଗ୍ରହଙ୍କ ଦିନ ବୋଲି ଜଣା ଯାଏ । ମଙ୍ଗଳ ସାହାସ ଏବଂ ପରାକ୍ରମର ପ୍ରତୀକ ଅଟନ୍ତି ତେଣୁ ମଙ୍ଗଳଙ୍କୁ ଅନୁକୂଳ କରିବା ପାଇଁ ମଙ୍ଗଳବାର ଦିନ ଶଙ୍ଖ ବଜାଇ ସୁନ୍ଦରାକାଣ୍ଡ ପାଠ କରିବା ଉଚିତ୍ ।

ବୁଧଙ୍କୁ, ବୁଦ୍ଧି ଏବଂ ବାଣୀର ପ୍ରତୀକ କୁହାଯାଏ । ବୁଧବାର ବୁଧ ଗ୍ରହଙ୍କର ବୋଲି ଜଣାଯାଏ ତେଣୁ, ଏହି ଦିନ ଶଙ୍ଖରେ ଜଳ ଭରି ଶାଳଗ୍ରାମଙ୍କୁ ଅଭିଷେକ କରିବା ଉଚିତ୍ ।

ଗୁରୁବାର ଦିନ ଶଙ୍ଖ ଉପରେ କେଶରରେ ତିଳକ କରି ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ୍ । ଏହା ଦ୍ୱାରା ଆପଣଙ୍କ ଗୁରୁ ଗ୍ରହ ଶୁଭଫଳ ପ୍ରଦାନ କରିଥାଏ । ଭଗବାନ ବିଷ୍ଣୁ ଏବଂ ଗୁରୁଙ୍କ କୃପାରୁ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ ।

ଶୁକ୍ରବାର ଶୁକ୍ର ଗ୍ରହଙ୍କର ବୋଲି କୁହାଯାଏ । ଏହି ଗ୍ରହ ଧନ-ବୈଭବ ଏବଂ ଭୌତିକ ସୁଖ ସୁବିଧାର ପ୍ରତୀକ ବୋଲି କୁହାଯାଏ । ଶୁକ୍ରଙ୍କ ମଜବୁତ କରିବା ପାଇଁ ଶଙ୍ଖ କୁ ଧଳା ରଙ୍ଗର କପଡ଼ାରେ ରଖିବା ଆବଶ୍ୟକ । ଏହା ଦ୍ୱାରା ଆପଣଙ୍କର ଶୁକ୍ର ଗ୍ରହ ଶକ୍ତିଶାଳୀ ହୋଇଥାଏ ।

ସୂର୍ଯ୍ୟଙ୍କୁ ମାନ ସମ୍ମାନର ପ୍ରତୀକ କୁହାଯାଏ । ଯଦି କାହା କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ହୋଇଥାନ୍ତି ତାଙ୍କର ସମ୍ମାନ ହାନିହୋଇଥାଏ । ପିତାଙ୍କ ସହ ସମ୍ପର୍କ ଖରାପ ହୋଇଥାଏ । ସୂର୍ଯ୍ୟଙ୍କ ସ୍ତିତି ଅନୁକୂଳ କରିବା ପାଇଁ ରବିବାର ଦିନ ଶଙ୍ଖରେ ଜଳ ପୂର୍ଣ୍ଣକରି ସୂର୍ଯ୍ୟଙ୍କୁ ଅର୍ପଣ କରିବା ଉଚିତ୍ ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ