ଧର୍ମ

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି ସ୍ୱାର୍ଥପର: ଦାମ୍ପତ୍ୟ ଜୀବନ ହୋଇନଥାଏ ସୁଖମୟ

ଜ୍ୟୋତିଷଶାସ୍ତ୍ରରେ ଅଙ୍କ ଗଣନାର ବିଶେଷ ମହତ୍ତ୍ୱ ରହିଛି। ଅଙ୍କ ଜ୍ୟୋତିଷରେ ଜନ୍ମତିଥି ଆଧାରରେ ବ୍ୟକ୍ତିର ସ୍ୱଭାବ ଓ ଭବିଷ୍ୟତ ସମ୍ପର୍କରେ ଜଣାପଡ଼ିଥାଏ। ୭ ମୂଳାଙ୍କ ଥିବା ବ୍ୟକ୍ତିଙ୍କ ସ୍ଵଭାଵ କିଭଳି ହୋଇଥାଏ ଜାଣିବା। ଯେକୌଣସି ମାସର ୭, ୧୬ ଓ ୨୫ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୭ ହୋଇଥାଏ। ୭ ମୂଳାଙ୍କ ବିଶିଷ୍ଟ ବ୍ୟକ୍ତି ସ୍ୱାର୍ଥପର ହୋଇଥାନ୍ତି। ଅଙ୍କ ଶାସ୍ତ୍ର ଅନୁସାରେ ୭ ଅଙ୍କର ଗୁରୁ ଗ୍ରହ କେତୁ। ସେଥିପାଇଁ ଏହି ମୂଳାଙ୍କରେ କେତୁର ପ୍ରଭାବ ରହିଥାଏ।

ଏହି ମୂଳାଙ୍କ ବ୍ୟକ୍ତି ବାଦ-ବିବାଦ କରିବାରେ ଆଗରେ ଥାଆନ୍ତି। ଏହି ବ୍ୟକ୍ତିମାନେ ଆତ୍ମବିଶ୍ଵାସୀ ଥାଆନ୍ତି। ଏମାନେ କୌଣସି କଥା ନିଜ ମନରେ ରଖନ୍ତି ନାହିଁ। ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଧନୀ ହୋଇଥାନ୍ତି। ଏମାନେ କେବେ ବି ଖାଲି ବସନ୍ତି ନାହିଁ। ଏମାନେ ସାହସୀ ମଧ୍ୟ ହୋଇଥାନ୍ତି। ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି। ଏମାନେ ଅଧିକ ଥଟ୍ଟା ମଜା କରିବାକୁ ପସନ୍ଦ କରନ୍ତିନି। ଏହି ମୂଳାଙ୍କ ବ୍ୟକ୍ତି ଅନ୍ୟମାନଙ୍କ କଥାରେ ଶୀଘ୍ର ଖରାପ ଭାବିଥାନ୍ତି। ଏମାନେ ନିଜ ବିଷୟରେ ଅଧିକ ଚିନ୍ତା କରନ୍ତି। ଏମାନଙ୍କ ବନ୍ଧୁ ମଧ୍ୟ କମ ଥାଆନ୍ତି। ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି।

୭ ମୂଳାଙ୍କ ବିଶିଷ୍ଟ ବ୍ୟକ୍ତିଙ୍କୁ ଜୀବନରେ ଅଧିକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିନଥାଏ। ଏମାନେ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି। ଏମାନେ ଦାନ-ଧର୍ମ ମଧ୍ୟ ଅଧିକ କରନ୍ତି। କିନ୍ତୁ ଦାମ୍ପତ୍ୟ ଜୀବନରେ ଅସୁବିଧା ସମ୍ମୁଖୀନ ହେବାକୁ ପଡିଥାଏ। ଜୀବନସାଥୀ ସହ ଅଧିକାଂଶ ସମୟରେ ବାଦ-ବିବାଦ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ