ସ୍ୱାସ୍ଥ୍ୟ

ଏହି ଗୋଟାଏ ଫଳ, ଦୂର କରିପାରେ ଅନେକ ଶାରୀରିକ ସମସ୍ୟା

ଫଳ ଖାଇଲେ ଶରୀର ଯେ ସୁସ୍ଥ ରହିଥାଏ ଏହା ସମସ୍ତେ ଜାଣନ୍ତି। ଫଳ ଭିିତରେ କମଳା ହେଉଛି ଅନ୍ୟତମ ଉତ୍ତମ ଫଳ, ଯାହାକୁ ଖାଇଳେ ଅନେକ ସୁଫଳ ମିଳିଥାଏ। ଆପଣ ଜାଣନ୍ତି କି? କମଳା ହେଉଛି ଔଷଧୀୟ ଗୁଣରେ ଭରପୂର ସବୁଠାରୁ ଉପକାରୀ ଫଳ। ଏହାକୁ ସିଧା ଖାଆନ୍ତୁ କିମ୍ବା ରସ କରି ପିଅନ୍ତୁ, ଏହାର ପ୍ରଭାବରେ ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ଏହା ଏକ ଆଣ୍ଟି ଅକ୍ସିଡେଣ୍ଟ ଓ ଶକ୍ତିକାରୀ ଫଳ। କେବଳ ଏହାର ରସ ନୁହେଁ, ଚୋପା ବି ଉପକାରୀ।

ଦୈନଦିନ କମଳା ରସ ପିଉଥିଲେ କିଡ୍‌ନିରେ ଷ୍ଟୋନ୍‌ ହେବାର ସମ୍ଭାବନା କମ ରହିଥାଏ। ଏପରିକି ଯେଉଁମାନଙ୍କ କିଡନିରେ ଷ୍ଟୋନ୍‌ ହୋଇଥାଏ ଚିକିତ୍ସକମାନେ ତାଙ୍କୁ କମଳା ରସ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି।

ଆଜିକାଲି ଅନେକ ଜଣଙ୍କ ଭିତରେ ଭୋକ ନ ହେବା ସମସ୍ୟା ରହିଛି। କମଳା ରସ ପିଇଲେ ଭୋକ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି।

ଏହାବ୍ୟତୀତ କଫ ନ ହେବା, କାଶ କମ୍‌ କରିବା ପାଇଁ କମଳା ଅବ୍ୟର୍ଥ ଔଷଧ ପରି କାମ କରେ। ଆପଣଙ୍କର ଏହି ସବୁ ସମସ୍ୟା ଥିଲେ କମଳା ଦୈନିକ ଖାଆନ୍ତୁ।

କମଳାର ଚୋପାରେ କର୍କଟ ଚିକିତ୍ସା ହୋଇଥାଏ। ଏହି ଚୋପା କର୍କଟର ଘାଆକୁ କମ୍‌ କରିପାରେ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି।

କମଳା ଚୋପରୁ ତିଆରି ହେଉଥିବା ତୈଳ ମଧ୍ୟ ଖୁବ୍‌ ଭଲ। କୋଲେଷ୍ଟ୍ରଲ୍‌, ଉଚ୍ଚ ରକ୍ତଚାପ, କର୍କଟ ଆଦିର ଚିକିତ୍ସା ଏହା ଦ୍ୱାରା କରାଯାଇ ପାରେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।