ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଆଜି ବିଧାନସଭାରେ ଉପସ୍ଥାପିତ ବଜେଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବଜେଟ୍ ହେଉଛି ଲୋକଙ୍କ ବଜେଟ୍। ଏହା ଲୋକଙ୍କର, ଲୋକମାନଙ୍କ ଦ୍ବାରା ଓ ଲୋକମାନଙ୍କ ପାଇଁ। ଏହା ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବ।
ଏହା ଚିରାଚରିତ ବଜେଟ୍: ଜୟନାରାୟଣ
ଭୁବନେଶ୍ବର: ରାଜ୍ୟ ବଜେଟ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି ଯେ ଏହା ଚିରାଚାରିତ ବଜେଟ। ବହୁତ ଅର୍ଥ ଖର୍ଚ୍ଚ ହୋଇପାରିନି। ଏହି ବଜେଟ ସାଧାରଣ ଲୋକଙ୍କୁ ସୁହାଇବ ନାହିଁ। ଲୋକଙ୍କ ପାଇଁ ନୁହେଁ। ଗୁଡ଼ାଏ ବଣ୍ଟା ବାଣ୍ଟି କରି ଭୋଟ ଆଣିବା ଲକ୍ଷ୍ୟ ବୋଲି ସେ କହିଛନ୍ତି।
ଓଡ଼ିଶା ଭାଗ ଭାଗ ହେଲେ ସରକାର ଦାୟୀ ରହିବେ: ନରସିଂହ
ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବଜେଟ୍ ପ୍ରସ୍ତୁତ କରାଯାଇଛି। ଏହି ବର୍ଷ ରାଜ୍ୟରେ ଋଣ ଭାର ୧ ଲକ୍ଷ ୧୦ କୋଟି ଉପରକୁ ଯିବ ବୋଲି ଆଶା କରାଯାଉଛି। ଶିକ୍ଷାର ବିକାଶ ଓ ସ୍ବାସ୍ଥ୍ୟ ଉନ୍ନତୀକରଣ ପାଇଁ ଯେତିକି ଅର୍ଥ ବରାଦ କରାଯାଇଛି, ତାହା ଯଥେଷ୍ଟ ନୁହେଁ। ଖାଲି ଅର୍ଥ ବରାଦ କରିଦେଲେ ବି ହେବ ନାହିଁ। ସରକାର ବିଭିନ୍ନ ଯୋଜନାରେ ବରାଦ ହେଉଥିବା ଅର୍ଥକୁ ଖର୍ଚ୍ଚ କରି ପାରୁନାହାନ୍ତି। କେବଳ ଲୋକଦେଖାଣିଆ ଭାବେ ବଜେଟ୍ ବରାଦ ଅଧିକ ହେଉଛି। ଏ ବଜେଟ୍ ଚାଷୀ ଶ୍ରମିକଙ୍କୁ ବିଶେଷ କିଛି ଲାଭ ଦେବ ନାହିଁ। ଓଡ଼ିଶାରୁ ଲକ୍ଷଲକ୍ଷ ଦାଦନ ଶ୍ରମିକ ବାହାରକୁ ଯାଉଛନ୍ତି। ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ପାଇଁ ବ୍ୟବସ୍ଥା ନାହିଁ। ବର୍ତ୍ତମାନ ଓଡ଼ିଶାକୁ ଭାଗଭାଗ କରି ସ୍ବତନ୍ତ୍ର ରାଜ୍ୟ ପାଇଁ ଆନ୍ଦୋଳନ ଜୋର୍ ଧରିଛି। ତେଣୁ ପଛୁଆ ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନାର ଆବଶ୍ୟକତା ଥିଲା। ହେଲେ ସରକାର ତାହା କରିବାରେ ବିଫଳ ହୋଇଛନ୍ତି। ଓଡ଼ିଶା ଭାଗଭାଗ ହେଲେ ରାଜ୍ୟ ସରକାର ସେଥିପାଇଁ ଦାୟୀ ରହିବେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l