ରାଜ୍ୟ

ଏହା ମୋର ଶେଷ ନିର୍ବାଚନ: ଜୁଏଲ୍‌

ରାଉରକେଲା: ସିଧାସଳଖ ରାଜନୀତିରେ ୩୫ ବର୍ଷ ହେଲା ସକ୍ରିୟ ରହିଛି। ଏବେ ସମୟ ଆସିଛି, ଯୁବପିଢ଼ିଙ୍କୁ ସୁଯୋଗ ଦେବାର। ଏଣୁ ଏହା ହେଉଛି ମୋ’ର ଶେଷ ନିର୍ବାଚନ। ଏହାପରେ ଆଉ ନିର୍ବାଚନ ଲଢ଼ିବି ନାହିଁ ବୋଲି ନିଷ୍ପତ୍ତି ନେଇଛି। ବିଜେପିର ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା ହେବାପରେ ପ୍ରଥମଥର ପାଇଁ ଆଜି ରାଉରକେଲାରେ ପହଞ୍ଚିଥିବା ସାଂସଦ ଜୁଏଲ ଓରାମ ଏଭଳି କହିଛନ୍ତି। ଏଥିସହିତ, ‌ତାଙ୍କ ଉପରେ ଭରସା କରି ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ସଭାପତି, କେନ୍ଦ୍ର ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ସମ୍ପର୍କରେ ମତପ୍ରଦାନ ବେଳେ ସେ ବିଜେଡି ପ୍ରାର୍ଥୀ ଦିଲୀପ ତିର୍କିଙ୍କୁ ଜଣେ ଭଦ୍ରଲୋକ ବୋଲି ଅଭିହିତ କରିଛନ୍ତି।

ରାଉରକେଲାରୁ ପ୍ରଚାର ଅଭିଯାନ ଆରମ୍ଭ କଲେ
ଦିଲୀପ ତିର୍କି ଜଣେ ଭଦ୍ରଲୋକ ବୋଲି କହିଲେ

ଜୁଏଲ୍‌ କହିଛନ୍ତି, ଦିଲୀପ ଜଣେ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଥିଲେ। କିନ୍ତୁ ରାଜନୀତିରେ ସେ ଟିକିଏ ନୂଆ। ବିଜୟ ପାଇଁ ମୁଁ ପ୍ରୟାସ କରୁଛି, ସେ ବି ଉଦ୍ୟମ କରନ୍ତୁ। ଜନତା ଜନାର୍ଦ୍ଦନ ତା’ର ବିଚାର କରିବେ ବୋଲି ସେ କହିଛନ୍ତି। ଶ୍ରୀ ଓରାମ ଆଜି ସକାଳେ ତପସ୍ବିନୀ ଏକ୍ସପ୍ରେସ୍‌ରେ ରାଉରକେଲାରେ ପହଞ୍ଚିଥିଲେ। ରେଳଷ୍ଟେସନରେ ତାଙ୍କୁ ଦଳର ବରିଷ୍ଠ ନେତା, ଶତାଧିକ କାର୍ଯ୍ୟକର୍ତ୍ତା, କର୍ମୀ, ଶୁଭେଚ୍ଛୁ ଓ ବିଭିନ୍ନ ସଂଗଠନର ସଦସ୍ୟ ସ୍ବାଗତ କରିଥିଲେ। ସମଗ୍ର ଷ୍ଟେସନ ପରିସର କୋଳାହଳମୟ ହେବା ସହିତ ବିଭିନ୍ନ ଧ୍ବନିରେ ପ୍ରକମ୍ପିତ ହୋଇଥିଲା। ଏହାପରେ ଶ୍ରୀ ଓରାମ ଷ୍ଟେସନ ପରିସରରେ ଥିବା ସଙ୍କଟମୋଚନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ସେକ୍ଟର-୩ସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସ୍ଥାନୀୟ ଦଳୀୟ ନେତାଙ୍କ ସହ କିଛି ସମୟ ଆଲୋଚନାପରେ ଶ୍ରୀ ଓରାମ ରାଜଗାଙ୍ଗପୁର ଅଭିମୁଖେ ବାହାରିଥିଲେ। ଆଜିର କାର୍ଯ୍ୟକ୍ରମରେ ବିଜେପିର ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ଧୀରେନ ସେନାପତି, ନିହାର ରାୟ, ଜଗବନ୍ଧୁ ବେହେରା, ପ୍ରମିଳା ଦାସ, ବିଜୟ ଖାଲଖୋ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।