କଟକ :ଏସ୍ସିବି ଛାତି ଓ ଯକ୍ଷ୍ମାରୋଗ ବିଭାଗ ଆଇସିୟୁରେ ବୁଧବାର ଦିନ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ହଠାତ୍ ନିଆଁ ଲାଗି ଯାଇଥିଲା। କିନ୍ତୁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଭେଣ୍ଟିଲେଟର ମେସିନ୍ରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ କହିଥିବାବେଳେ ସେଭଳି କିଛି ଗୁରୁତର ଘଟଣା ନଥିବା କହିଛନ୍ତି ଏସ୍ସିବି ଅଗ୍ନିଶମ ଷ୍ଟେସନ୍ ଅଧିକାରୀ ମନୋଜ କୁମାର ମହାପାତ୍ର।
ତେବେ ଏଭଳି ସଟ୍ସର୍କିଟ୍ ଯୋଗୁଁ ରୋଗୀଙ୍କର କୌଣସି ଅସୁବିଧା ହୋଇନଥିବା ଏସ୍ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆଇସିୟୁରେ ୪ଜଣ ରୋଗୀ ଥିବାବେଳେ ସେଭଳି ବଡଧରଣର ଘଟଣା ନଥିବାରୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇ ନାହିଁ। ଆଗ୍ନିକ ଶରତ କୁମାର ବେହେରା, ଦୀପକ କୁମାର ଜେନା, ବିଜୟ କୁମାର ଦାସ, ଅଞ୍ଜନ ଓରାମ ପ୍ରମୁଖ ଆଇସିୟୁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।