ରାଜ୍ୟ ସ୍ପେଶାଲ ରିପୋର୍ଟ

ଏସ୍‌ସିବିରେ ରୋଗୀ ଚାପ ହ୍ରାସ ପାଇଁ ପଦକ୍ଷେପ: ହେପାଟୋଲୋଜି ଓ ଗ୍ୟା‌‌ଷ୍ଟ୍ରୋ-ମେଡିସିନ୍‌ ଓପିଡି ଏଣିକି ସପ୍ତାହ‌ରେ ତିନି ଦିନ

କଟକ: ଏସ୍‌ସିବି ସୁପରସ୍ପେଶାଲିଟି ଓପିଡିରେ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଓପିଡି କିନ୍ତୁ ବର୍ଷ ବର୍ଷ ହେଲା ପୁରୁଣା ଢାଞ୍ଚାରେ ଚାଲୁଥିଲା। ଯାହା ଫଳରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତର ସମସ୍ୟା ଦେଖାଯାଉଥିଲା। ଏହାକୁ ଦୂର କରିବା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ଓପିଡି ସଂଖ୍ୟା ବୃଦ୍ଧି କରିଛନ୍ତି। ଏବେ ସପ୍ତାହକୁ ଦୁଇ ଦିନ ବଦଳରେ ୩ଦିନ ହେପାଟୋଲୋଜି ଓ ଗ୍ୟା‌‌ଷ୍ଟ୍ରୋ -ମେଡିସିନ୍‌ ବିଭାଗର ଓପିଡି ହେବ ବୋଲି ବିଜ୍ଞପ୍ତି ଜାରି କରାଯାଇଛି। ହେପାଟୋଲୋଜି ବିଭାଗର ମଙ୍ଗଳବାର, ଗୁରୁବାର ଓ ଶନିବାର ଏବଂ ଗ୍ୟାଷ୍ଟ୍ରୋ -ମେଡିସିନ୍‌ ବିଭାଗର ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଓପିଡି ହେବ ବୋଲି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୂର୍ବରୁ ହେପାଟୋଲୋଜି ବିଭାଗ ଓପିଡି ବୁଧବାର ଓ ଶନିବାର ହେଉଥିବା ବେଳେ ଗ୍ୟାଷ୍ଟ୍ରୋ -ମେଡିସିନ୍‌ ବିଭାଗର ଓପିଡି ସୋମବାର ଓ ଶୁକ୍ରବାର ହେଉଥିଲା। ଏବେ ସପ୍ତାହକୁ ତିନିଦିନ ଓପିଡି ହେବା ଫଳରେ ରୋଗୀ ଉପକୃତ ହେବା ସହ ଓପିଡି ‌ଭାର ମଧ୍ୟ କିଛିଟା ହ୍ରାସ ପାଇବ। ସବୁ ଓପିଡି ସୁପରସ୍ପେଶାଲିଟି ବ୍ଲକ୍‌ରେ ହେବ ଓ ସେଥିପାଇଁ ୩ଟି ରୁମ୍‌ର ବ୍ୟବସ୍ଥା କରାଯାଇଛି ବୋଲି ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ଏସ୍‌ସିବି ନ୍ୟୁରୋସର୍ଜରି, ନେଫ୍ରୋଲୋଜି, ୟୁରୋଲୋଜି ଭଳି ଅନେକ ସୁପରସ୍ପେଶାଲିଟି ବିଭାଗ ଓପିଡିରେ ରୋଗୀ ସଂଖ୍ୟା ଏତେ ବଢିବାରେ ଲାଗିଛି ଯେ ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ ରୋଗୀଙ୍କ ଭିଡ଼ ରହୁଛି। ରୋଗୀଙ୍କ ଅତ୍ୟଧିକ ଚାପ ଯୋଗୁଁ ଡାକ୍ତର ବି ଠିକରେ ରୋଗୀ ଦେଖି ପାରୁ ନାହାନ୍ତି। ଏ ସଂପର୍କରେ ‘ସମ୍ବାଦରେ ଏକ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ଏସସିବି କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପ ଉଭୟ ରୋଗୀ ଓ ଡାକ୍ତରଙ୍କ ସମସ୍ୟା କିଛିଟା ହ୍ରାସ କରିବ ବୋଲି ଆଶା କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।