ରାଜ୍ୟ ସ୍ପେଶାଲ ରିପୋର୍ଟ

ଏସ୍‌ସିବିରେ ଆରମ୍ଭ ହେବ ରାଜ୍ୟର ଦ୍ବିତୀୟ ମଦର୍‌ ମିଲ୍‌କ ବ୍ୟା‌ଙ୍କ

କଟକ : ପରିତ୍ୟକ୍ତ ଅଥବା ମା ଛେଉଣ୍ଡ ଶିଶୁ ଆଉ ମା କ୍ଷୀରରୁ ବଂଚିତ ହେବେନି। ଏଥିପାଇଁ ଏସ୍‌ସିବିରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ମଦର୍‌ ମିଲ୍କ ବ୍ୟାଙ୍କ। ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଉପରମହଲାରେ ତିଆରି ହୋଇଥିବା ବ୍ୟାପକ ସ୍ତନ୍ୟପାନ ପରିଚାଳନା କେନ୍ଦ୍ରରେ ୫୦ରୁ ୬୦ଜଣ ମା ପ୍ରତ୍ୟେକ ଦିନ ସେମାନଙ୍କ କ୍ଷୀରକୁ ସଂରକ୍ଷିତ ରଖିପାରିବେ। ଏଥିପାଇଁ ୨୫ଲକ୍ଷ ଟଙ୍କା ବ୍ୟୟରେ କେନ୍ଦ୍ର ତିଆରି କରାଯାଇଥିବା ବେଳେ ୨୨ଲକ୍ଷ ଟଙ୍କାର ଉପକରଣ ରଖାଯାଇଛି। ଏହି କେନ୍ଦ୍ରର କାମ ସରିଆସିଥିବା ବେଳେ ଖୁବ୍‌ଶୀଘ୍ର ଏହାର ଲୋକାର୍ପଣ କରାଯିବ।

ଶିଶୁରୋଗ ବିଭାଗୀୟ ମୁଖ୍ୟଙ୍କ ଅଧୀନରେ ‌ମଦର ମିଲ୍କ ବ୍ୟାଙ୍କ ପରିଚାଳିତ ହେବ। ଏହା କାର୍ଯ୍ୟକ୍ଷମ ହେଲେ ରାଜ୍ୟର ୨ୟ ମଦର ମିଲ୍କ ବ୍ୟାଙ୍କ ଭବେ ଏହା ମାନ୍ୟତା ପାଇବ। ପୂର୍ବରୁ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ମଦର ମିଲ୍କ ବ୍ୟାଙ୍କ ରହିଛି। ଏହି ମଦର ମିଲ୍କ ବ୍ୟାଙ୍କ ପାଇଁ ମାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଅଧିକରୁ ଅଧିକ ମା କିପରି କ୍ଷୀର ଏହି ବ୍ୟାଙ୍କକୁ ଦେବେ ସେ ​ଦିଗରେ ସଚେତନତା ସୃଷ୍ଟି କରାଯିବ। ଏହା ଅନାଥ ଆଉ ପରିତ୍ୟକ୍ତ ଶିଶୁଙ୍କ ପାଇଁ ବରଦାନ ସଦୃଶ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।