ରାଜ୍ୟ ସ୍ପେଶାଲ ରିପୋର୍ଟ

ଏସ୍‌ଭିଏମ୍ କଲେଜ ନାଁରେ ଜାଲ୍‌ ଚିଠିକୁ ନେଇ ତନାଘନା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ଜଗତସିଂହପୁର ଟାଉନ୍ : ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସଭିଏମ୍) ସ୍ବୟଂଶାସିତ ମହାବିଦ୍ୟାଳୟର ଜାଲ୍ ଚିଠିକୁ ନେଇ କର୍ତ୍ତୃପକ୍ଷ ତନାଘନା ଆରମ୍ଭ କରିଛନ୍ତି। କିଏ, କାହିଁକି, କେଉଁ ଉଦ୍ଦେଶ୍ୟରେ ଏହି ଚିଠି କଲା ତାକୁ ନେଇ ଆରମ୍ଭ ହୋଇଛି ତର୍ଜମା। ଗତକାଲି ହ୍ବାଟସଆପ୍ ଗ୍ରୁପ୍ ଏବଂ ବ୍ୟକ୍ତିଗତ ଭାବେ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଚିଠି ଭାଇରାଲ୍ ହୋଇଥିଲା। କଲେଜ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଥିବା ବେଳେ ଆଜି ସଂଲଗ୍ନ ଚିଠିର ପ୍ରିଣ୍ଟ୍ ଆଉଟ୍ ସହ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ପାତ୍ର।

ଫେବ୍ରୁଆରି ୧୪ ପୂର୍ବରୁ ପ୍ରତ୍ୟେକ ଛାତ୍ରୀ ଜଣେ ଜଣେ ପୁରୁଷ ବନ୍ଧୁ କରିବାକୁ ବାଧ୍ୟ!
ଥାନାରେ ଏତଲା ଦେଲେ ଅଧ୍ୟକ୍ଷ

ଶ୍ରୀ ପାତ୍ର କହିଛନ୍ତି ଏସଭିଏମ୍ କଲେଜ ଭଳି ଏକ ଶିକ୍ଷାନୁଷ୍ଠାନକୁ ବଦନାମ୍ କରିବା ପାଇଁ କେହି କୁଚକ୍ରୀ ଗୋଷ୍ଠୀ ଷଡଯନ୍ତ୍ର କରୁଛନ୍ତି। ଯାହାକୁ ନେଇ କଲେଜ ନାଁ ଓ ଅଧ୍ୟକ୍ଷଙ୍କ ଡିଜିଟାଲ୍ ଦସ୍ତଖତକୁ ଜାଲ୍ କରି ଏପରି ଚିଠି ତିଆରି କରି ଭାଇରାଲ୍ କରାଯାଉଛି। ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସକୁ ନିବେଦନ କରାଯାଇଛି।

ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ଏହି ଚିଠି ପ୍ରଥମେ କେଉଁ ହ୍ବାଟସଆପ୍ ନମ୍ବରରୁ ଆସିଥିଲା, କିଏ ଏହି ଚିଠି ପାଇଥିଲେ, କେଉଁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପ୍ରଥମେ ପୋଷ୍ଟ ହୋଇଥିଲା, ସେ ସମ୍ପର୍କରେ ଖୋଳତାଡ଼ କରାଯିବ। ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ର ସହାୟତା ନିଆଯିବ। ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ଯେଉଁ ଚିଠି ଭାଇରାଲ୍ ହୋଇଥିଲା ସେଥିରେ ଉଲ୍ଲେଖ ରହିଥିଲା ଯେ ଫେବ୍ରୁଆରି ୧୪ ପୂର୍ବରୁ ପ୍ରତ୍ୟେକ ଛାତ୍ରୀ ଜଣେ ଲେଖାଏ ପୁରୁଷ ବନ୍ଧୁ କରିବାକୁ ବାଧ୍ୟ। ଏପରିକି ପୁରୁଷ ବନ୍ଧୁଙ୍କ ସହ ମିଳିତ ଫଟୋକୁ ପରିଚୟପତ୍ର ଭାବେ ଆଣିବାକୁ ଜାଲ୍ ନୋଟିସରେ କୁହାଯାଇଛି। ନଚେତ୍ ସେମାନଙ୍କୁ କଲେଜ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ସୁରକ୍ଷା ଦୃଷ୍ଟିରୁ ଏପରି କରା ଯାଇଥିବା ଚିଠିରେ ଉଲ୍ଲେଖ ରହିଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।