ଅପରାଧ ରାଜ୍ୟ

ଏସ୍‌ଟିଏଫ୍‌ ଫାଶରେ ଠକେଇ ରୢାକେଟ୍‌ ମାମଲା: ଧରାପଡ଼ିଲା ମାଷ୍ଟରମାଇଣ୍ଡ୍‌ କାହ୍ନୁ

ଭୁବନେଶ୍ବର: ସରକାରୀ ଚାକିରି କରାଇବାଠାରୁ ଆରମ୍ଭ କରି ବଦଳି, ନୂତନ ସ୍ଥାନରେ ପୋଷ୍ଟିଂ କରାଇବା ବାହାନାରେ ଠକେଇ କରିବା ଏବଂ ମଦ ଲାଇସେନ୍ସ କରାଇବାଠାରୁ ଆରମ୍ଭ କରି କ୍ରସର ଲାଇସେନ୍ସ କରାଇବା ଆଳରେ ଠକେଇ କରିବା ରୢାକେଟ୍‌ର ମାଷ୍ଟରମାଇଣ୍ଡକୁ ଆଜି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଧରାପଡ଼ିଛି। ସେ ହେଲା ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର କାହ୍ନୁ ଚରଣ ପ୍ରଧାନ। ଆଜି ତାକୁ ଚନ୍ଦକା ଥାନା ଅନ୍ଧାରୁଆରୁ ଗିରଫ କରାଯାଇଛି। ତା’ଠାରୁ ବହୁ ଜାଲ୍‌ ନିଯୁକ୍ତିପତ୍ର, ପୋଷ୍ଟିଂ ଅର୍ଡର, ନୋଟିସ୍‌, ଷ୍ଟାମ୍ପ‌୍, ସିଲ୍‌ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ଜିନିଷପତ୍ର ଜବତ କରାଯାଇଛି। ପୂର୍ବରୁ କାହ୍ନୁର ମୁଖ୍ୟ ସହଯୋଗୀ ବ୍ରହ୍ମପୁରର କିଶୋର କୁମାର ମିଶ୍ରକୁ ଗିରଫ କରାଯାଇଥିଲା।

ଏସ୍‌ଟିଏଫ୍‌ ସୂଚନାନୁସାରେ କାହ୍ନୁର କାରନାମା ଦୀର୍ଘ ବର୍ଷ ହେଲା ଚାଲିଥିଲା। ଠକେଇ ପାଇଁ ସେ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା ଏବଂ ତା’ ଟିମ୍‌ ଏଥିରେ ଲାଗିପଡ଼ୁଥିଲେ। ଆଶାୟୀଙ୍କୁ ପାଲରେ ପକାଇବା ପାଇଁ ସେ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦେଉଥିଲା। ବିଜ୍ଞାପନରେ ଟିମ୍‌ ସଦସ୍ୟଙ୍କ ନମ୍ବର ଦିଆଯାଇଥିଲା। ଆଶାୟୀମାନେ ଟିମ୍‌ ସଦସ୍ୟଙ୍କୁ ଭେଟିବା ପରେ ସେମାନଙ୍କୁ ସିଧା କାହ୍ନୁଙ୍କ ପାଖକୁ ପଠାଇଦିଆଯାଉଥିଲା। ବଡ଼ କଥା ହେଉଛି, କାହ୍ନୁ ନିଜକୁ କେତେବେଳେ ସଚିବ ତ କେତେବେଳେ ଅତିରିକ୍ତ ସଚିବ ବୋଲି କହୁଥିଲା। ଏମିତିକି ଲୋକଙ୍କ ମୋବାଇଲ୍‌ରେ ତା’ ନମ୍ବରକୁ ସେହି ପାହ୍ୟାର ଅଧିକାରୀ ବୋଲି ସେଭ୍‌ କରାଉଥିଲା। ସେମାନଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ସେ ଜାଲ୍‌ ପରିଚୟପତ୍ର ଦେଖାଉଥିଲା। ଠକେଇ ଟଙ୍କାରେ କାହ୍ନୁ ଏକ ମଦ ଦୋକାନ ଖୋଲିଥିଲା। ଏହ‌ାବାଦ ଭୁବନେଶ୍ବରରେ ତା’ର ଏକାଧିକ ପ୍ଲଟ୍‌ ରହିଥିବା ବେଳେ ଚନ୍ଦକା ଅନ୍ଧାରୁଆ ଅଞ୍ଚଳରେ ତା’ର ଏକ ବିଶାଳ କୋଠା ମଧ୍ୟ ରହିଛି। ବ୍ୟାଙ୍କ୍‌ ବାଲାନ୍ସ ବି କିଛି କମ୍ ନୁହେଁ। କେବଳ ସେତିକି ନୁହେଁ, କାହ୍ନୁ ବେଶ୍ ଭ୍ରମଣପ୍ରିୟ। ଠକେଇ ଟଙ୍କାରେ ସେ ବିଦେଶ ବୁଲି ମଉଜ କରୁଥିଲା। ବଡ଼ବଡ଼ ହୋଟେଲରେ ରହି ଅୟସ କରୁଥିଲା। କିଛିଦିନ ତଳେ ସେ ଥାଇଲାଣ୍ଡରୁ ଫେରିଥିବା ଜଣାପଡ଼ିଛି। ତେଣୁ ବିଦେଶ ଭ୍ରମଣ ତଥ୍ୟ ପାଇଁ ତା’ର ପାସପୋର୍ଟ ଯାଞ୍ଚ କରାଯିବ। ଏମିତିକି ତା’ର ଜମି, ପ୍ଲଟ୍‌ ଓ ଘର ବାବଦରେ ତଥ୍ୟ ସଂଗ୍ରହ ଚାଲିଛି। କେତୋଟି ବ୍ୟାଙ୍କରେ ଆକାଉଣ୍ଟ ରହିଛି ଏବଂ କେଉଁ ବ୍ୟାଙ୍କରେ କେତେ ଟଙ୍କା ରହିଛି, ସେନେଇ ଖୋଳତାଡ଼ ଆରମ୍ଭ କରାଯାଇଛି। ସେହିପରି ତା’ ଟିମ୍‌ର ସଦସ୍ୟମାନଙ୍କ ବାବଦରେ ଜାଣିବା ପାଇଁ ତା’ର ମୋବାଇଲ୍‌କୁ ଯାଞ୍ଚ କରାଯାଇଛି। କାହ୍ନୁକୁ ଏସ୍‌ଟିଏଫ୍‌ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।