ରାଜ୍ୟ ସ୍ପେଶାଲ ରିପୋର୍ଟ

ଏସ୍‌ଟିଏଫ୍‌ ଜାଲରେ ଦୁଇ ଚାଲାଣକାରୀ: ପ୍ଲାଷ୍ଟିକ୍‌ ଜାର୍କିନ୍‌ରୁ ବଜ୍ରକାପ୍ତା ଉଦ୍ଧାର

ଗୁଣପୁର/ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍‌ ଆଖୁସିଂ ଗାଁ ନିକଟରୁ ଏସ୍‌ଟିଏଫ୍‌ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି। ଗୋଟିଏ ବଡ଼ ପ୍ଲାଷ୍ଟିକ୍‌ ଜାରକିନ୍‌ ମଧ୍ୟରେ ବଜ୍ରକାପ୍ତାକୁ ରଖି ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ମାଫିଆଙ୍କ ସହ ୫ଲକ୍ଷ ଟଙ୍କାରେ ଡିଲ୍‌ ହୋଇଥିଲା। ବଜ୍ରକାପ୍ତା ପ୍ରାୟ ୩ଫୁଟ୍‌ ଲମ୍ବା ଏବଂ ଓଜନ ୬କିଲୋ ୯୦୦ଗ୍ରାମ ବୋଲି ଗୁଣପୁର ପ୍ରାଣୀ ଚିକିତ୍ସକ ଡା. ରାଧେଶ୍ୟାମ ଦାଶ ସୂଚନା ଦେଇଛନ୍ତି। ଚୋରା ଚାଲାଣ ସଂପର୍କରେ ଏସ୍‌ଟିଏଫ୍‌କୁ କୌଣସି ସୂତ୍ରରୁ ସୂଚନା ମିଳିବା ପରେ ବନ ବିଭାଗ ସହ ମିଳିତ ଭାବେ ଆଜି ଚଢ଼ଉ କରାଯାଇଥିଲା। ଏସିଏଫ୍‌ ସନ୍ଦୀପ କୁମାର ପୃଷ୍ଟି ନେତୃତ୍ବ ନେଇଥିବା ବେଳେ ଚଢ଼ଉ ସମୟରେ ବଡ଼ ପ୍ଲାଷ୍ଟିକ୍‌ ଜାର୍କିନ୍‌ ଦୃଷ୍ଟିକୁ ଆସିଥିଲା। ଖୋଲିବା ବେଳକୁ ସେଥିରୁ ବଜ୍ରକାପ୍ତା ବାହାରିଥିଲା। ବଜ୍ରକାପ୍ତାକୁ ଉଦ୍ଧାର କରି ଗୁଣପୁର ବନ ବିଭାଗକୁ ହସ୍ତାନ୍ତର କରିବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

ସେହିପରି ବଜ୍ରକାପ୍ତାକୁ ଚାଲାଣ କରୁଥିବା ଗଜପତି ଜିଲ୍ଲା ବୁରଦୁଗୁଡ଼ା ଗାଁର ସାମସନ ରଇତ ଏବଂ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ତୁଆଗୁଡ଼ି ଗାଁର ମାମଲା ଶବରଙ୍କୁ ଗିରଫ କରି ଗୁଣପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। କେଶ ନମ୍ବର ୨୯/୨୩ ଏବଂ ଦଫା ୩୯୭, ୪୧୧, ୧୨୦ (ବି) ଅନୁଯାୟୀ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ୍‌ଟିଏଫ୍‌ ସୂଚନା ଦେଇଛି। ବଜ୍ରକାପ୍ତା ସଂପୂର୍ଣ୍ଣ ସୁସ୍ଥ ରହିଛି ଏବଂ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବନପାଳ ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ବନପାଳ ଶିବାନୀ ପାତ୍ର ଯତ୍ନ ନେବା ଦାୟିତ୍ୱରେ ରହିଥିବା ଜଣାପଡ଼ିଛି। ଏହି ଚୋରା ଚାଲାଣରେ ଆଉ କିଏ ସବୁ ସଂପୃକ୍ତ, ତାହାର ଖୋଳତାଡ଼ ଚାଲିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।